ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି କୋରୋନା ପୀଡିତଙ୍କ ସଂଖ୍ୟା 21 ରହିଥିବା ବେଳେ ଆଜି 33କୁ ବୃଦ୍ଧି ପାଇଛି । ଏନେଇ ତେଲେଙ୍ଗାନା ସ୍ବାସ୍ଥ୍ୟମନ୍ତ୍ରୀ ଇଥାଲା ରାଜେନ୍ଦ୍ରପ୍ରକାଶ କରିଛନ୍ତି । ସେହିପରି ରାସ୍ତାରେ ସାଧାରଣ ଗାଡି ଚଳାଚଳ କଲେ ସିଜ କରାଯିବ ବୋଲି ତେଲେଙ୍ଗାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟର ପୀଡିତ ମାନଙ୍କ ମଧ୍ୟରେ 11ଜଣ ବିଦେଶୀ ନାଗରିକ ରହିଛନ୍ତି । ଅନ୍ୟପକ୍ଷରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।