ଲକ୍ଷ୍ନୌ: ଆର୍ମି ରାଇଫଲ ମ୍ୟାନ ଗମିଲ କୁମାର ଶ୍ରେଷ୍ଠାଙ୍କୁ ବାରାଣାସୀରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗମିଲଙ୍କୁ ସେନା ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ତୋପ ସଲାମୀ ଦିଆଯାଇଥିଲା ।
ଆର୍ମି ରାଇଫଲ ମ୍ୟାନ ଗମିଲଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି - ଆର୍ମି ରାଇଫଲ ମ୍ୟାନ ଗମିଲ କୁମାର
ଆର୍ମି ରାଇଫଲ ମ୍ୟାନ ଗମିଲ କୁମାର ଶ୍ରେଷ୍ଠାଙ୍କୁ ବାରାଣାସୀରେ ଶେଷ ଶ୍ରଦ୍ଧାଞ୍ଜଳି । 20 ଅକ୍ଟୋବର ଜାମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଶହୀଦ ହୋଇଥିଲେ ଗମିଲ ।
ଫଟୋ ସୌଜନ୍ୟ: ଏଏନଆଇ
20 ଅକ୍ଟୋବର ଜାମ୍ମୁ କାଶ୍ମୀରର ତଙ୍ଗଧର ସେକ୍ଟରରେ ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନରେ ଗମିଲ ଶହୀଦ ହୋଇଥିଲେ । ଏହାସହ ଆଉ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମଧ୍ୟ ପ୍ରାଣ ଯାଇଥିଲା । ଅନ୍ୟପକ୍ଷେ ଭାରତୀୟ ସେନାର ପାଲଟା ଜବାବରେ ପାକିସ୍ତାନର କିଛି ସୈନ୍ୟ ନିହତ ହୋଇଥିଲେ ।