ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା । ଏଥିପାଇଁ ଅନେକ ଛୋଟବଡ କାର୍ଯ୍ୟକ୍ରମ ରଦ୍ଦ କରାଯାଉଛି । ହେଲେ ନାଗରିକତା ସଂସୋଧନ ଆଇନ(ସିଏଏ) ବିରୋଧରେ ଶାହିନବାଗରେ ଏବେ ମଧ୍ୟ ଜାରି ରହିଛି ଆନ୍ଦୋଳନ। ଗତ 91 ଦିନ ଧରି ଦିନ ରାତି 24 ଘଣ୍ଟା ଧାରଣାରେ ବସିଥିବା ମହିଳାଙ୍କୁ ନାହିଁ କୋରୋନା ଭୟ। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ତେବେ ଆନ୍ଦୋଳନରେ ବସିଥିବା ଜଣେ ମହିଳା କହିଛନ୍ତି ଯେ, ଆମେ ମାସ୍କ ବ୍ୟବହାର କରୁଛୁ । ଆଉ ଦିନକୁ 5 ଥର ନମାଜ ପଢୁଛୁ । ଯେଉଁଥିରେ ଆମେ ହାତ ମୁହଁ ଧୋଇ ପରିଷ୍କାର ହେଉଛୁ। ସେଥିପାଇଁ ଆମକୁ କୋରୋନାର ଭୟ ନାହିଁ । ଏହାସହିତ ଆମେ ପିଲାମାନଙ୍କୁ ମାସ୍କ ପିନ୍ଧାଇବା ସହ ସାନିଟାଇଜରରେ ହାତ ସଫାକରାଉଛୁ। ତେଣୁ ଯେକୌଣସି ପରିସ୍ଥିତି ଆସୁ ଆମେ ଏହି ସ୍ଥାନରୁ ଉଠିବୁ ନାହିଁ ।