ଓଡିଶା

odisha

ETV Bharat / bharat

ପ୍ରିୟଙ୍କାଙ୍କୁ ଚୋରର ପତ୍ନୀ କହି ପୁଣି ବିବାଦରେ ଉମା ଭାରତୀ - ଉମାଭାରତୀ

କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ଏକ ନିର୍ବାଚନ ରାଲିରେ ପ୍ରିୟଙ୍କାକୁ ଟାର୍ଗେଟ କରିଛନ୍ତି। ପ୍ରିୟଙ୍କାଙ୍କୁ ଚୋରର ପତ୍ନୀ ବୋଲି କହିଛନ୍ତି ଉମା ।

ଡିଡାଇନ ଫଟୋ

By

Published : Apr 17, 2019, 10:09 AM IST

ନୂଆଦିଲ୍ଲୀ: ନିର୍ବାଚନକୁ ନେଇ ନେତାଙ୍କ ବୟାନବାଜୀ ଜାରି ରହିଛି । ଏପରିକି ବିବାଦୀୟ ବୟାନ ପାଇଁ ନିକଟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଏସପି ନେତା ଆଜମ ଖାନ, ବିଏସପି ସୁପ୍ରିମୋ ମାୟାବତୀ ଓ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ନିର୍ବାଚନ ରାଲି ନ କରିବା ପାଇଁ ପ୍ରତିବନ୍ଧ ଲଗାଯାଇଥିଲା । ତଥାପି ସୁଧୁରିବାର ନାଁ ନେଉ ନାହାନ୍ତି ନେତା । ଗତ ମଙ୍ଗଳବାର ବୟାନବାଜୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିଜେପି ନେତ୍ରୀ ଉମାଭାରତୀ ।

ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉମା ଯୋଗ ଦେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ‘ପ୍ରିୟଙ୍କା ଭାଡ୍ରା ଚୋରର ପତ୍ନୀ ଅଟନ୍ତି । ତାଙ୍କୁ ବି ହିନ୍ଦୁସ୍ଥାନବାସୀ ସେଇ ନଜରରେ ଦେଖନ୍ତି ।’ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଆସିବା ପରେ ଏହାକୁ ପ୍ରଶ୍ନ ଉଠାଇଛନ୍ତି ଉମା । ସେ କହିଛନ୍ତି, ତାଙ୍କ ସ୍ବାମୀଙ୍କ ଉପରେ ଚୋରି ମାମଲା ରହିଛି । ଚୋରର ସ୍ତ୍ରୀକୁ କେଉଁ ନଜରରେ ଦେଖାଯାଏ । ହିନ୍ଦୁସ୍ଥାନ ମଧ୍ୟ ତାଙ୍କୁ ସେଇ ନଜରରେ ଦେଖୁଛି ।

ପ୍ରିୟଙ୍କା ବାରାଣାସୀରୁ ନିର୍ବାଚନ ଲଢିବା ନେଇ ପଚରାଯାଇଥିବା ପ୍ରଶ୍ନରେ ଉମା କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ କିଏ କେଉଁଠି ବି ଚାହିଁଲେ ନିର୍ବାଚନ ଲଢି ପାରିବ । ଏହି ଅବସରରେ ସେ ଯୋଗି ଆଦିତ୍ୟ ନାଥ ଓ ଆଜମ ଖାନଙ୍କ ଉପରେ ମଧ୍ୟ କହିଥିଲେ ।

ABOUT THE AUTHOR

...view details