ଓଡିଶା

odisha

ETV Bharat / bharat

ମେଲାନିଆଙ୍କ ପୋଷାକରେ ଦେଶୀ ଟଚ୍ - white outfit for melania

ମେଲାନିଆଙ୍କ ପୋଷାକରେ ଦେଶୀ ଟଚ୍ । ଆଉ ଏହି ପୋଷାକ ସମସ୍ତଙ୍କ ମନ ମୋହିଥିବା ଦେଖିବାକୁ ମିଳିଛି। ମିସେସ ଟ୍ରମ୍ପଙ୍କ ପୋଷାକକୁ ଆହୁରି ଅକର୍ଷଣୀୟ କରୁଛି ଗ୍ରୀନ ସାସ । ଅଧିକ ପଢନ୍ତୁ..

white outfit melania trump wore in india had desi touch
ମେଲାନିଆଙ୍କ ପୋଷାକରେ ଦେଶୀ ଟଚ୍

By

Published : Feb 24, 2020, 10:26 PM IST

ଗାନ୍ଧିନଗର: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପରିବାର । ହେଲେ ପ୍ରଥମ ଥର ପାଇଁ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆସିଛନ୍ତି ଭାରତ । ଫଳରେ ସେ ନିଜେ ପିନ୍ଧିଥିବା ପୋଷାକରେ ଦେଶୀ ଟଚ ଦେଇଥିବା ଦେଖିବାକୁ ମିଳିଛି ।

ମେଲାନିଆଙ୍କ ପୋଷାକରେ ଦେଶୀ ଟଚ୍

ଭାରତ ଗସ୍ତ ସମୟରେ ମେଲାନିଆ ଟ୍ରମ୍ପ ଧଳା ରଙ୍ଗର ଆଉଟଫିଟ ପିନ୍ଧିଥିଲେ । ଫ୍ରେଞ୍ଚ ଆମେରିକାନ ଡିଜାଇନର ହେର୍ଭ ପେର ଏହି ପୋଷାକର ଡିଜାଇନ କରିଥିଲେ । ଗ୍ରୀନ ସିଲ୍କ ଏବଂ ଗୋଲ୍ଡ ମେଟାଲିକ ସୂତାରେ ଡିଜାଇନ ହୋଇଛି ମିସେସ ଟ୍ରମ୍ପଙ୍କ ପୋଷାକକୁ ଆହୁରି ଅକର୍ଷଣୀୟ କରୁଥିବା ସାସ ।

କେବଳ ଭାରତ ଗସ୍ତ ପାଇଁ ଏହି ସ୍ବତନ୍ତ୍ର ପୋଷାକ ଡିଜାଇନ କରାଇଛନ୍ତି ମେଲାନିଆ ଟ୍ରମ୍ପ । ତେବେ ଡିଜାଇନର ଏହି ପୋଷାକର ଡିଜାଇନ ନିଜ ଇନଷ୍ଟାରେ ପୋଷ୍ଟ କରିଛନ୍ତି ।

ABOUT THE AUTHOR

...view details