ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ବ୍ରେକ ଲାଗିବା ପରିବର୍ତ୍ତେ ବଢିବାରେ ଲାଗିଛି । ପ୍ରତିଦିନ କୋଭିଡ଼ ମୃତ୍ୟୁ ସଂଖ୍ୟାକୁ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଆଉ ଏସବୁ ମଧ୍ୟରେ ମହାମାରୀ କୋରୋନା ଭାଇରସ ସହ ଜଡିତ ଆଉ ଏକ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି ।
ଆମେରିକାରେ କୋରୋନା ଭାଇରସକୁ ନେଇ ଗବେଷଣା କରୁଥିବା ଏକ ବୈଜ୍ଞାନିକଙ୍କ ଟିମ ତଥ୍ୟ ଦେଇଛନ୍ତି ଯେ, କୋରୋନା ଭାଇରସ SARS CoV-2 ଦ୍ବାରା ଗମ୍ଭୀର ଭାବେ ଆକ୍ରାନ୍ତ ହୋଇ ସୁସ୍ଥ ରୋଗୀଙ୍କ ଶରୀରରେ ପ୍ରାୟ 90 ଦିନ ଯାଏଁ ଏହି ଭୂତାଣୁ ରହିଥାଏ । ଆଉ ଏମିତି ସ୍ଥିତିରେ କୋରୋନାରୁ ମୁକ୍ତ ହୋଇଥିବା ରୋଗୀ ଘରୁ ବେଶୀ ସମୟ ବାହାରକୁ ନବାହାରିବା ସହ ଲୋକଙ୍କ ସହ କମ ମିଳାମିଶା କରିବାକୁ ପରାମର୍ଶ ଦିଆଯାଇଛି ।