ୱାସିଂଟନ୍: ମୃତ୍ୟୁର ମୈଦାନରେ ଶକ୍ତିଶାଳୀ ରାଷ୍ଟ୍ର ଆମେରିକ। ପ୍ରତ୍ୟେକ ଦିନ କୋରୋନା ନେଇ ଚାଲିଛି ଶହ ଶହ ଜୀବନ। ଏହି ଦେଶର ମୃତ୍ୟୁହାର ଉପରେ ଏବେ ବିଶ୍ବବ୍ୟାାପୀ ନଜର ରହିବା ସହ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସମସ୍ତେ ଆମେରିକା ସରକାରଙ୍କ କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିବା ସହ କାହିଁକି କୋରୋନାକୁ କାବୁ କରିବାରେ ଟ୍ରମ୍ପ୍ ଅସମର୍ଥ ସେନେଇ ଏକ ବଡ ପ୍ରଶ୍ନ ଛିଡା ହୋଇଛି।
ଆମେରିକାରେ ଗତ 24 ଘଣ୍ଟାରେ 1255 ମୃତ, ଆକ୍ରାନ୍ତ ସଂଖ୍ୟା 15 ଲକ୍ଷ ଟପିଲା - covid 19
ଏବେ ସୁଦ୍ଧା ଆମେରିକାରେ 94 ହଜାର ଲୋକଙ୍କ ପ୍ରାଣ ନେଲାଣି କୋରୋନା ଭାଇରସ। ମୃ୍ତ୍ୟୁସଂଖ୍ୟା ଲକ୍ଷେ ପାର କରିବାକୁ ଆଉ ମାତ୍ର ଦିନେ କି ଦୁଇ ଦିନ ସମୟ। ଦେଶରେ 24 ଘଣ୍ଟାରେ କୋରୋନା ମୃତ୍ୟୁସଂଖ୍ୟା 1255ରେ ପହଞ୍ଚିଛି।
![ଆମେରିକାରେ ଗତ 24 ଘଣ୍ଟାରେ 1255 ମୃତ, ଆକ୍ରାନ୍ତ ସଂଖ୍ୟା 15 ଲକ୍ଷ ଟପିଲା ଆମେରିକାରେ ଗତ 24 ଘଣ୍ଟାରେ 1255 ମୃତ, 15 ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-7298895-1014-7298895-1590121271452.jpg)
ଆମେରିକାରେ ଗତ 24 ଘଣ୍ଟାରେ 1255 ମୃତ, 15 ଲକ୍ଷ ଟପିଲା ଆକ୍ରାନ୍ତ ସଂଖ୍ୟା
ସୂଚନା ଅନୁସାରେ, ଏବେ ସୁଦ୍ଧା ଆମେରିକାରେ 94 ହଜାର ଲୋକଙ୍କ ପ୍ରାଣ ନେଲାଣି କୋରୋନା ଭାଇରସ। ମୃ୍ତ୍ୟୁସଂଖ୍ୟା ଲକ୍ଷେ ପାର କରିବାକୁ ଆଉ ମାତ୍ର ଦିନେ କି ଦୁଇ ଦିନ ସମୟ। ଦେଶରେ 24 ଘଣ୍ଟାରେ କୋରୋନା ମୃତ୍ୟୁସଂଖ୍ୟା 1255ରେ ପହଞ୍ଚିଛି।
ଜହନ ହକପିନ୍ସ ବିଶ୍ବବିଦ୍ୟାଳୟ ଦ୍ବାରା ଜାରି କରାଯାଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଦେଶରେ ଏବେ ସୁଦ୍ଧା 94 ହଜାର 661 ଜଣ କୋରୋନା ଭାଇରସରେ ମୃତ୍ୟୁ ହେଲାଣି। ଏହାସହ ଆକ୍ରାନ୍ତ ମାମଲା 15 ଲକ୍ଷ 67 ହଜାର 542ରେ ପହଁଞ୍ଚିଛି।