ଓଡିଶା

odisha

ETV Bharat / bharat

କୋରୋନାକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ

କୋରୋନା ସମଗ୍ର ବିଶ୍ବକୁ କବଳିତ କରିଥିବାବେଳେ ଭାରତରେ ସମୁଦାୟ 5 ଜଣ କୋରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ପୂର୍ବେ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସୋମବାର ଆଉ ଦୁଇ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

କୋରୋନାକୁ ନେଇ ଭୟଭୀତ ନହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅପିଲ
Union Health Minister

By

Published : Mar 2, 2020, 7:13 PM IST

ନୂଆଦିଲ୍ଲୀ: ପ୍ରଥମେ ଚୀନ ଓ ଏବେ ସାରା ବିଶ୍ବରେ କୋରୋନା ଭାଇରସ ତାର କାୟା ବିସ୍ତାର କରିଛି । ଯାହାକୁ ନେଇ ସମଗ୍ର ବିଶ୍ବବାସୀ ଚିନ୍ତିତ ଅଛନ୍ତି । ତେବେ ସୋମବାର ଭାରତରେ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ପ୍ରେସ ମିଟ ମାଧ୍ୟମରେ ଦେଶବାସୀଙ୍କୁ ଭୟଭୀତ ନହେବାକୁ ଅପିଲ କରିଛନ୍ତି ।

ସେ କହିଛନ୍ତି ଦେଶରେ 3ଟି ପଜେଟିଭ ମାମଲା ସାମ୍ନାକୁ ଆସିଥିଲା । ସମସ୍ତ ଆକ୍ରାନ୍ତ ଚୀନରୁ ଆସିଥିଲେ । ସେମାନେ କେରଳରେ ଆଡମିଟ ହୋଇଥିଲେ । ଆଉ ଏବେ 3 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାବ୍ୟତୀତ ସୋମବାର ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ଦିଲ୍ଲୀର ହୋଇଥିବାବେଳେ ଆଉ ଜଣେ ତେଲେଙ୍ଗାନାର ବୋଲି ଜଣାପଡିଛି । ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତିଯେ, ଆମେ ଆଗରୁ ପ୍ରସ୍ତୁତ ହୋଇଛୁ ଏବଂ ଅନ୍ୟ ଦେଶ ଉପରେ ତୀକ୍ଷ୍ଣ ନଜର ରଖିଛୁ । ଆଉ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ପୁରା ଦୁନିଆରେ 66ଟି ଦେଶରେ କୋରୋନା ବ୍ୟାପି ସାରିଛି । ସେଥିମଧ୍ୟରୁ 10 ଟି ଦେଶରେ ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ସେଥିମଧ୍ୟରୁ 139 ଜଣ ବାହାର ଦେଶର ହୋଇଥିବାବେଳେ 2 ହଜାର 9 ଶହ 12 ଜଣ ଚୀନର ଅଟନ୍ତି ।

ABOUT THE AUTHOR

...view details