ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ଗୁଜୁରାଟର ଭାସ୍କରାଚାର୍ଯ୍ୟ ଇନଷ୍ଟିଚ୍ୟୁଟ ଅଫ ସ୍ପେସ ଆପଲିକେସନ ଆଣ୍ଡ ଜିଓଇନଫରମେଟିକ୍ସ (BISAG)ର ନାମ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛି । ସେହିପରି କ୍ୟାବିନେଟରେ ଆସିଷ୍ଟେଡ ରିପ୍ରଡକ୍ଟିଭ ଟେକ୍ନୋଲୋଜି (SRT) ଅଧିନିୟମକୁ ପାରିତ କରାଯାଇଛି । ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ସୂଚନା ଦେଇଛନ୍ତି ।
କ୍ୟାବିନେଟ ମଞ୍ଜୁରୀ ପରେ BISAGର ନାମ ଭାସ୍କରାଚାର୍ଯ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ସ୍ପେସ ଆପଲିକେସନ ଆଣ୍ଡ ଜିଓ-ଇନଫରମେଟିକ୍ସକୁ ପରିବର୍ତ୍ତିତ ହେବ । ନାମ ପରିବର୍ତ୍ତନ ସହ ଏହି ଅନୁଷ୍ଠାନର ବିକାଶକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।