ଓଡିଶା

odisha

ETV Bharat / bharat

ଶନିବାର ସୁଦ୍ଧା ଦେଶରେ ହୋଇଛି 1,58,49,068 ନମୁନା ପରୀକ୍ଷଣ:ଆଇସିଏମଆର - ନମୁନା ପରୀକ୍ଷଣ

ଶନିବାର ସୁଦ୍ଧା ଦେଶରେ 1,58,49,068 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ ଦେଶରେ 4,20,898 କୋରୋନା ପରୀକ୍ଷଣ ହୋଇଥିବା ଆଇସିଏମଆର କହିଛି।

_icmr
ଶନିବାର ସୁଦ୍ଧା ଦେଶରେ ହୋଇଛି 1,58,49,068 ନମୁନା ପରୀକ୍ଷଣ

By

Published : Jul 25, 2020, 10:39 AM IST

ନୂଆଦିଲ୍ଲୀ:ଦେଶରେ କୋରୋନା ମାମଲା ଦ୍ରୁତ ଗତିରେ ବଢୁଛି । ଏ ସମୟରେ ସରକାରଙ୍କ ପକ୍ଷରୁ କୋରୋନା ପରୀକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ତେବେ ଆଜି ମଧ୍ୟ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ପାଖାପାଖି 50 ହଜାର କୋରୋନା ମାମଲା ସାମ୍ନାକୁ ଆସିଛି ।

ଏପଟେ ଶନିବାର ସୁଦ୍ଧା ଦେଶରେ 1,58,49,068 ନମୁନା ପରୀକ୍ଷଣ ହୋଇଥିବା ଭାରତୀୟ କାଉନସିଲ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର) ପକ୍ଷରୁ ସୂଚନା ମିଳିଛି। ସେହିପରି ଶୁକ୍ରବାର ଦିନ ଦେଶରେ 4,20,898 କୋରୋନା ପରୀକ୍ଷଣ ହୋଇଥିବା ଆଇସିଏମଆର କହିଛି। ସେପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ ପାର କରିଛି ।

ଦେଶରେ 24 ଘଣ୍ଟାରେ ସର୍ବାଧିକ 48,916 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 757 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 36 ହଜାର 861ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 4,56,071 ଆକ୍ରାନ୍ତ ଆକ୍ଟିଭ 8,49,431 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାଛଡା ଏହି ମାରାତ୍ମକ ଭାଇରସ ପାଇଁ ଦେଶରେ 31,358 ଆକ୍ରାନ୍ତ ଏବେସୁଦ୍ଧା ପ୍ରାଣ ହରାଇ ସାରିଥିବା ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details