ଓଡିଶା

odisha

ETV Bharat / bharat

ଭାରତର ଟ୍ବିନ ଟାଉନ, ଯେଉଁଠି ଅଛନ୍ତି 400ରୁ ଅଧିକ ଯାଆଁଳା ଯୋଡି଼

କେରଳର ଏମିତି ଏକ ଗାଁ ଯେଉଁଠି ରହିଛନ୍ତି ପ୍ରାୟ 400ରୁ ଅଧିକ ଯାଆଁଳା ବା ଯମଯ । ତେବେ ଏତେ ସଂଖ୍ୟାରେ ଯାଆଁଳା ଜନ୍ମ ହେବାର କାରଣ ଏପର୍ଯ୍ୟନ୍ତ କେହି ଖୋଜି ପାଇନାହାଁନ୍ତି । ଆସନ୍ତୁ ଜାଣିବା ଏହି ଟ୍ବିନ ଟାଉନ ବିଷୟରେ କିଛି ଅଜଣା କଥା ।

The Tale Of Twins,  Kodinhi village of Kerala, unknown facts, ଭାରତର ଟ୍ବିନ ଟାଉନ, 400ରୁ ଅଧିକ ଯାଆଁଳା ଯୋଡି଼, କେରଳର କୋଡିନହି ଗାଁ, ଅଜଣା କଥା
ଭାରତର ଟ୍ବିନ ଟାଉନ, ଯେଉଁଠି ଅଛନ୍ତି 400ରୁ ଅଧିକ ଯାଆଁଳା ଯୋଡି଼

By

Published : Jul 25, 2020, 9:01 AM IST

Updated : Jul 25, 2020, 9:13 AM IST

ଥିରୁଅନନ୍ତପୁରମ: ଦୁନିଆରେ ଏମିତି କିଛି ଅଦ୍ଭୁତ ସ୍ଥାନ ଅଛି ଯାହା ବୈଜ୍ଞାନିକଙ୍କ ଚିନ୍ତାଧାରାକୁ ଚ୍ୟାଲେଞ୍ଜ କରିଥାଏ । ସେମାନଙ୍କ ସମସ୍ତ ଗବେଷଣା ସେଠାରେ ଫେଲ ମାରେ । ସେମିତି ଏକ ସ୍ଥାନ ହେଉଛି କେରଳର କୋଡିନହି ଗାଁ । ତେବେ ଏହି ଗାଁରେ କିଛି ଏମିତି ଘଟୁଛି ଯାହା ସଭିଁଙ୍କୁ କରିଛି ଆଶ୍ଚର୍ଯ୍ୟ, ଆଉ ସେହି ଆଶ୍ଚର୍ଯ୍ୟଜନକ କଥା ହେଉଛି 2000 ପରିବାର ବାସ କରୁଥିବା ଏହି ଗାଁରେ ଅଛନ୍ତି ପ୍ରାୟ 400 ଯାଆଁଳା ବା ଯମଯ ଯୋଡ଼ି ।

କେରଳର କୋଡିନହି ଗାଁ

ଭାରତରେ ଯାଆଁଳା ଶିଶୁଙ୍କ ଜନ୍ମର ହାର ବିଶ୍ବରେ ସବୁଠାରୁ କମ । ପ୍ରତି 1000 ଜନ୍ମରେ ହାରାହାରି 9ଟି ଯାଆଁଳା ହୋଇଥାନ୍ତି ଜନ୍ମ । କିନ୍ତୁ କୋଡିନହିରେ ଏହି ହାର ପ୍ରାୟ 1000 ଜନ୍ମରେ 45ଟି ରହିଥାଏ । ଯାହା ବିଶ୍ବର ଯେକୌଣସି ସ୍ଥାନ ଠାରୁ ସର୍ବାଧିକ । ତେବେ ଏତେ ମାତ୍ରାରେ ଯାଆଁଳାଙ୍କ ଜନ୍ମ ପଛରେ କଣ ରହିଛି ରହସ୍ୟ ? ବୈଜ୍ଞାନିକ ମାନେ ମଧ୍ୟ ଏହାର କାରଣ ଖୋଜି ପାଇନାହାଁନ୍ତି ।

ତେବେ ବୈଜ୍ଞାନିକ ମାନେ ଏହାର କାରଣ ଯେ ଖୋଜିବାକୁ ଚେଷ୍ଟା କରି ନାହାଁନ୍ତି ତାହା ନୁହେଁ । କିନ୍ତୁ ଅନେକ ଗବେଷଣା ସତ୍ତ୍ବେ ସେମାନେ ଏହାର ପ୍ରକୃତ କାରଣ ଖୋଜିବାରେ ସକ୍ଷମ ହୋଇ ନଥିଲେ ।

ଭାରତର ଟ୍ବିନ ଟାଉନ

କେଉଁଠୁ ଆସନ୍ତି ଏତେ ଯାଆଁଳା ?

ତେବେ ଏହାର ଗୋଟିଏ କାରଣ କୋଡିନହି ଗ୍ରାମର ଲୋକଙ୍କ ଖାଦ୍ୟାଭ୍ୟାସ ହୋଇପାରେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେମାନଙ୍କ ପାଣି କିମ୍ବା ଖାଦ୍ୟରେ ମଧ୍ୟ ସେପରି କିଛି ଉପାଦାନ ମିଳିନାହିଁ । ତେଣୁ ଖାଦ୍ୟ ଏହାର କାରଣ ବୋଲି ମଧ୍ୟ କହିହେବ ନାହିଁ ।

ଯାଆଁଳାଙ୍କ ଗାଁ କୋଡିନହି

ଏହି ଗାଁ ବିଷୟରେ କଣ ଖାସ ରହିଛି ? କିଛି ପୀଢ଼ି ପୂର୍ବରୁ ଏଠାରେ କ’ଣ ଘଟିଥିଲା ? ତେବେ ଏହା କହିବା କଷ୍ଟକର ଯେ ଯାଆଁଳା ଜନ୍ମ ହେବା ସେଠାକାର ଲୋକଙ୍କର କିଛି ବିଶେଷତ୍ବ ନା ସେହି ଅଞ୍ଚଳର କିଛି ବିଶେଷତ୍ବ । ଏପରି ଖବର ଅଛି ଯେ ଯେଉଁ ମହିଳାମାନେ କୋଡିନହିର ଲୋକଙ୍କୁ ବିବାହ କରିଛନ୍ତି ଏବଂ ସେଠାକୁ ଯାଇଛନ୍ତି ସେମାନେ ମଧ୍ୟ ଯାଆଁଳା ଜନ୍ମର ଏକ ଉଚ୍ଚ ହାର ପ୍ରଦର୍ଶନ କରିଛନ୍ତି ।

ଗବେଷକ ମାନେ ଏହାର ଉତ୍ତର ପାଇବା ଆଶାରେ କୋଡିନହିରେ ଜେନେଟିକ ଅଧ୍ୟୟନ ଜାରି ରଖିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏନେଇ କୌଣସି ସିଦ୍ଧାନ୍ତ ପାଇ ନଥିବା କୁହନ୍ତି ବୈଜ୍ଞାନିକ, ଭବିଷ୍ୟତରେ ମଧ୍ୟ ପାଇବେ କି ନାହିଁ ତାର ଆଶା କମ । ତେବେ ଏମିତି କିଛି ଜିନିଷ ଥାଏ ଯାହାର ତଥ୍ୟ ବିଜ୍ଞାନ ଯେତେ ଚେଷ୍ଟା କଲେ ବି ପାଇ ପାରେ ନାହିଁ । ଆଉ ତାହା ସବୁବେଳ ପାଇଁ ରହସ୍ୟ ହୋଇ ରହିଯାଏ ।

Last Updated : Jul 25, 2020, 9:13 AM IST

ABOUT THE AUTHOR

...view details