ଓଡିଶା

odisha

ETV Bharat / bharat

ହ୍ରଦରେ ବୁଡି ପ୍ରବାସୀ ଓଡିଆ ବାଳକ ମୃତ - student drowning in a lake in surat

ଗୁଜୁରାଟର ଅଲଥନ ରୋଡ ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ପଛପଟେ ଥିବା ହ୍ରଦରେ ବୁଡି ପ୍ରବାସୀ ଓଡିଆ ବାଳକର ମୃତ୍ୟୁ । 4 ଜଣ ନାବାଳକ ଏହି ହ୍ରଦକୁ ପହଁରିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।

ହ୍ରଦରେ ବୁଡି ପ୍ରବାସୀ ଓଡିଆ ବାଳକ ମୃତ
ପ୍ରତିକାତ୍ମକ ଫଟୋ

By

Published : Dec 1, 2019, 7:50 PM IST

ଗାନ୍ଧୀନଗର: ଗୁଜୁରାଟର ଏକ ହ୍ରଦରେ ବୁଡି ଜଣେ ପ୍ରବାସୀ ଓଡିଆ ବାଳକର ମୃତ୍ୟୁ ହୋଇଯାଇଛି। ଭେସୁ ଅଲଥନ ରୋଡ ସ୍ଥିତ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲର ପଛପଟେ ଥିବା ଏହି ହ୍ରଦରେ ବୁଡି ବାଳକର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ମୃତ ପ୍ରବାସୀ ଓଡିଆ ବାଳକର ନାମ କିସନ ବୋଲି ଜଣାପଡିଛି । କିସନ ବ୍ୟତିତ ଅନ୍ୟ ଜଣେ ବାଳକର ମଧ୍ୟ ମୃତ୍ୟ ହୋଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

4 ଜଣ ନାବାଳକ ଏହି ହ୍ରଦକୁ ପହଁରିବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି ବୋଲି ସୁରଟ ମ୍ୟୁନିସପାଲ କର୍ପୋରେସନ ଓ ଦମକଳବାହିନୀ ପକ୍ଷରୁ ସୂଚନା ମିଳିଛି। 4 ଜଣଙ୍କ ମଧ୍ୟରୁ ଦୁଇ ଜଣ ହ୍ରଦରୁ ବାହାରି ଆସିଥିବା ବେଳେ କିସନ ସମେତ ଆଉ ଜଣେ ବାଳକ ବାହାରକୁ ଆସିନଥିଲେ । କିସନ ଗଭୀର ଜଳରେ ବୁଡିଯାଉଥିବା ବେଳେ ଆର ବାଳକ ଜଣକ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଜଣ ବୁଡି ଯାଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

ABOUT THE AUTHOR

...view details