ନୂଆଦିଲ୍ଲୀ: ସିବିଆଇର ପୂର୍ବତନ ନିର୍ଦ୍ଦେଶକ ପି.ସି ଶର୍ମା ବୁଧବାର କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ପ୍ରମାଣିତ କରାଯିବା ତାଙ୍କ ଅନୁମାନକୁ ଠିକ୍ ପ୍ରମାଣିତ କରିଛି । ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଏଲକେ ଆଡଭାନୀଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର ରଦ୍ଦ କରିବାକୁ ତାଙ୍କ ନିଷ୍ପତ୍ତି ଠିକ୍ ଥିଲା ବୋଲି ସେ କହିଛନ୍ତି ।
ବାବ୍ରି ମସଜିଦ୍ ମାମଲା: ସଠିକ୍ ପ୍ରମାଣିତ ହେଲା CBI ପୂର୍ବ ନିର୍ଦ୍ଦେଶକଙ୍କ ବୟାନ - ବାବ୍ରି ମସଜିଦ୍ ମାମଲା
ସିବିଆଇର ପୂର୍ବତନ ନିର୍ଦ୍ଦେଶକ ପି.ସି ଶର୍ମା ବୁଧବାର କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ 32 ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ପ୍ରମାଣିତ କରାଯିବା ତାଙ୍କ ଅନୁମାନକୁ ଠିକ୍ ପ୍ରମାଣିତ କରିଛି ।
![ବାବ୍ରି ମସଜିଦ୍ ମାମଲା: ସଠିକ୍ ପ୍ରମାଣିତ ହେଲା CBI ପୂର୍ବ ନିର୍ଦ୍ଦେଶକଙ୍କ ବୟାନ ବାବ୍ରି ମସଜିଦ୍ ମାମଲା](https://etvbharatimages.akamaized.net/etvbharat/prod-images/768-512-9006452-28-9006452-1601538082016.jpg)
ପି.ସି ଶର୍ମା କହିଛନ୍ତି, ‘କୋର୍ଟର ରାୟ ସମାନ କଥା ପ୍ରମାଣ କରେ ଯାହା ମୁଁ ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଦାବି କରିଥିଲି ଯେ କୌଣସି ଅପରାଧିକ ଷଡଯନ୍ତ୍ର ହୋଇ ନାହିଁ। ସେ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରଥମେ ସିବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ପରେ ସିବିଆଇ ମୁଖ୍ୟ ଭାବରେ ସେ ମାମଲାର ପ୍ରତ୍ୟେକ ଦିଗ ଦେଇ ଯାଇ ସିଦ୍ଧାନ୍ତରେ ପହଞ୍ଚିଥିଲେ।
ଏହି ମାମଲାରେ ସେତେବେଳେ ସିବିଆଇ 2003 ରେ ରାଏବରେଲି କୋର୍ଟକୁ ଏହାର ନିଷ୍ପତ୍ତି ଜଣାଇଥିଲା। କିନ୍ତୁ ଏହାପରେ କେବଳ ସିବିଆଇ ଉପରେ ପ୍ରଶ୍ନ ଉଠିଥିଲା। ପ୍ରକାଶଥାଉକି, ବୁଧବାର ସ୍ବତନ୍ତ୍ର ସିବିଆଇ କୋର୍ଟ ଅଯୋଧ୍ୟାରେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସ୍ବତନ୍ତ୍ର କୋର୍ଟର ବିଚାରପତି ଏସ.କେ ଯାଦବ ତାଙ୍କ ରାୟରେ କହିଛନ୍ତି ଯେ ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ଯୋଜନା କରାଯାଇ ନାହିଁ, ଏହା ଏକ ଦୁର୍ଘଟଣାଜନକ ଘଟଣା।