ଇସଲମାବାଦ: ଭାରତୀୟ ଦୂତାବାସରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଉଚ୍ଚ ଆୟୋଗଙ୍କ ଦ୍ବାରା ଆୟୋଜିତ ହୋଇଥିବା ପାର୍ଟିକୁ ଆସିଥିବା ଅତିଥିଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀ ଅସମ୍ମାନ କରିବା ସହ ଫେରିଯିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
ଇଫତାର ପାର୍ଟିରେ ଭାରତୀୟ ଅତିଥିଙ୍କୁ ପାକ୍ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର - ଅସମ୍ମାନ
ପାକସ୍ତାନ ସ୍ଥିତ ଭାରତୀୟ ଦୂତାବାସରେ ଆୟୋଜିତ ଇଫତାର ପାର୍ଟିକୁ ଆସିଥିବା ଅତିଥିଙ୍କୁ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଦୁର୍ବ୍ୟବହାର । ଅତିଥିଙ୍କ ରାସ୍ତାକୁ ବନ୍ଦ କରିବା ସହ ସେମାନଙ୍କୁ ଫେରିଯିବାକୁ ଧମକ ଦେଇଛି ପାକ୍ ସୁରକ୍ଷାକର୍ମୀ ।
ଇସଲମାବାଦସ୍ଥିତ ସେରେନା ହୋଟଲରେ ଆୟୋଜିତ ଇଫତାର ପାର୍ଟିକୁ ଆସୁଥିବା ଅତିଥିମାନଙ୍କୁ ରୋକିବା ପାଇଁ ପ୍ରୟାସ କରିଥିଲା ପାକ୍ ପୋଲିସ । ଅତିଥିମାନଙ୍କ ଆସିବା ପାଇଁ ଥିବା ରାସ୍ତାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଫଳରେ ନିମନ୍ତ୍ରିତ ଅତିଥିମାନେ ପାର୍ଟିରେ ଯୋଗ ନଦେଇ ଫେରିଯାଇଥିଲେ ।
ଫେରିଯାଇଥିବା ସମସ୍ତ ଅତିଥିଙ୍କୁ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିୟା କ୍ଷମା ପ୍ରାର୍ଥନା କରିବା ସହ ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଏପରି କାର୍ଯ୍ୟ ନୈରାଶ୍ୟଜନକ ବୋଲି କହିଛନ୍ତି । ଗୋଟିଏ ରାଷ୍ଟ୍ରର ଅତିଥିମାନଙ୍କୁ ଦୁର୍ବ୍ୟବହାର କରି ପାକ୍ କୁଟନୈତିକ ପ୍ରୋଟକଲର ନିୟମ ଉଲ୍ଲଂଘନ କରିଛି । ଏହାଦ୍ବାରା ଦୁଇଦେଶର ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେଉଛି ବୋଲି କହିଛନ୍ତି ଅଜୟ ବିସାରିୟା ।