ନୂଆଦିଲ୍ଲୀ:ସାରା ଦେଶକୁ ଯେପରି ଗ୍ରାସ କରିଛି ସିଏଏ ଆନ୍ଦୋଳନ। ଏହାକୁ ଚାରିଆଡେ ଜଳୁଛି ନିଆଁ। ଏହି ଆଇନକୁ ବିରୋଧ କରି ସାରା ଦେଶରେ ପ୍ରତିବାଦ ଦେଖିବାକୁ ମିଳୁଛି। ଫଳରେ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନର ସ୍ଥିତି ଗମ୍ଭୀର ରହିଛି। ଫଳରେ ଉତ୍ତର-ପୂର୍ବ ଦିଲ୍ଲୀରେ ପୋଲିସ ଡ୍ରୋନ କ୍ୟାମେରା ସାହାଯ୍ୟରେ ନଜର ରଖୁଛି। ଏନେଇ 5ଟି ଡ୍ରୋନ କ୍ୟାମେରାର ବ୍ୟବହାର କରାଯାଉଛି।
ଉତ୍ତର-ପୂର୍ବ ଦିଲ୍ଲୀ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା - CitizenshipAct
ସୁଧୁରୁନି ଦିଲ୍ଲୀର ସ୍ଥିତି। ବିରୋଧ ପ୍ରଦର୍ଶନ ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଡ୍ରୋନ କ୍ୟାମେରା ନିୟୋଜିତ କରାଯାଇଛି। ଆଗକୁ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ଦିଲ୍ଲୀରେ ଥିବା 14ଟି ଷ୍ଟେସନ ମଧ୍ୟରୁ 12ଟି ଷ୍ଟେସନରେ ଧାରା 144 ଲାଗୁ ହୋଇଛି। ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ମଧ୍ୟ ନଜର ରଖିଛି ପୋଲିସ। ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।