ଓଡିଶା

odisha

ETV Bharat / bharat

ରାସ୍ତାରେ ଉଡୁଛି ପୁଳାପୁଳା ଟଙ୍କା, ଦେଖନ୍ତୁ ଭିଡିଓ

ରାସ୍ତାରେ ଉଡୁଛି ଟଙ୍କା । ଗୋଟାଇବାରେ ଲୋକେ ବ୍ୟସ୍ତ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଟଲାଣ୍ଟାରେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

By

Published : Jul 14, 2019, 12:23 PM IST

ପ୍ରତିକାତ୍ମକ ଫଟୋ

ଜର୍ଜିଆ: ରାସ୍ତାରେ ଉଡୁଛି ଟଙ୍କା । ଯିଏ ଯାଉଛି ଗାଡି ଅଟକାଇ ରହୁଛି । ଏହାସହ ହାତ ଫୁଲ କରି ସମସ୍ତେ ପୁଳାପୁଳା ଟଙ୍କା ଗୋଟାଇବାରେ ବ୍ୟସ୍ତ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଟଲାଣ୍ଟାରେ । ଭିଡିଓଟି ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାର ହେବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଖବର ଅନୁଯାୟୀ, ଆଟଲାଣ୍ଟା ରାସ୍ତାରେ ଯାଉଥିବା କ୍ୟାସ ଭ୍ୟାନଟିର ଡୋର ହଠାତ୍ ଖୋଲିଯିବାରୁ ସମସ୍ତ ଟଙ୍କା ରାସ୍ତାରେ ଉଡିବାରେ ଲାଗିଥିଲା । ଏହି ପଇସାକୁ ଗୋଟାଇବାକୁ ରାସ୍ତାରେ ଲୋକଙ୍କ ନାହିଁ ନଥିବା ଭିଡ । ରାସ୍ତାରେ ପାଖାପାଖି 1 ମିଲିୟନ 75 ହଜାର ଟଙ୍କା ପଡିଥିଲା ବୋଲି ପୋଲିସ ସୂଚନା ଦେଇଛି ।

ଭିଡିଓ ସୌଜନ୍ୟ: ଟ୍ୟୁଟର@ kites and flights

ତେବେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓଟି ଉପରେ ବିଭିନ୍ନ ମଜାଦାର ପୋଷ୍ଟ ସବୁ ଦେଖିବାକୁ ମିଳିଛି । କେତେ ଜଣ ୟୁଜରଙ୍କ କହିବା ଅନୁସାରେ ଆମେ ପ୍ରତ୍ୟେକ ଦିନ ସେହି ରାଜପଥରେ ଯିବା ଆସିବା କରୁଛୁ କିନ୍ତୁ କେବେ ଆମ ଭାଗ୍ୟରେ ପଡୁନି । ଅନ୍ୟପଟେ କିଛି ସହୃଦୟ ବ୍ୟକ୍ତି ପୋଲିସ ପକ୍ଷରୁ ଜାରି ପୋଷ୍ଟ ଦେଖିବା ପରେ ଟଙ୍କା ଫେରେଇବା ପାଇଁ ଆର୍ମମୋରଡ ପୋଲିସ ଷ୍ଟେସନରେ ପହଞ୍ଚିଛନ୍ତି ।

For All Latest Updates

ABOUT THE AUTHOR

...view details