ନୂଆଦିଲ୍ଲୀ: ସାରା ଦେଶରେ ବଢୁଛି ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା । ଏହି ରୋଗ ବିପୁଳ ମାତ୍ରାରେ ବୃଦ୍ଧି ପାଉଥିବାରୁ ଆଗାମୀ 5 ବର୍ଷ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା 266ରେ ପହଞ୍ଚିଯିବାର ସମ୍ଭାବନା ରହିଛି । ଏକଥା ଖୋଦ୍ କେନ୍ଦ୍ର ସରକାର ମଧ୍ୟ ସ୍ବୀକାର କରିଛନ୍ତି ।
ଆୟୁଷ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାଇକ ଶୁକ୍ରବାର ଲୋକସଭାରେ ଡାଇବେଟିସ ଉପରେ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଭାରତରେ 2025 ମଧ୍ୟରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା 6.99 କୋଟି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଛି । ସରକାର ଲୋକଙ୍କୁ ଡାଇବେଟିସ ଭଳି ରୋଗରୁ ମୁକ୍ତ ରଖିବାକୁ ବିଭିନ୍ନ ଅଭିଯାନ ଚଳାଉଥିବାବେଳେ ଏହାର ଉପଚାର ପାଇଁ ହର୍ବଲ ମେଡିସିନକୁ ମଧ୍ୟ ପ୍ରାଥମିକତା ଦିଆଯାଉଛି । କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଥାନ ସିଏସଆଇଆର ସହାୟତାରେ ହର୍ବାଲ ମେଡିସିନର ସନ୍ଧାନ କରାଯାଇଛି ।