ଓଡିଶା

odisha

ETV Bharat / bharat

ଅର୍ଥନୀତିରେ 3ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ - ଦାରିଦ୍ର୍ୟ ଦୂରୀକରଣ

ଦାରିଦ୍ର୍ୟ ଦୂରୀକରଣ ଓ ଗରିବି ଦୂରେଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ତିନି ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ମିଳିବ ସମ୍ମାନ ଜନକ ପୁରସ୍କାର । ଯେଉଁଥିରେ ସାମିଲ ଅଛନ୍ତି ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବାସିନ୍ଦା ଅଭିଜିତ ବାନାର୍ଜୀ ।

ଫଟୋ ସୌଜନ୍ୟ:@NobelPrize

By

Published : Oct 14, 2019, 4:37 PM IST

Updated : Oct 14, 2019, 6:36 PM IST

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବାସିନ୍ଦା ଅଭିଜିତ ବାନାର୍ଜୀ, ମାଇକେଲ କ୍ରେମର ଏବଂ ଇସ୍ଥର ଡ଼ୁଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ମିଳିବ ବିଶ୍ବର ସର୍ବଶ୍ରେଷ୍ଠ ସମ୍ମାନ ଜନକ ନୋବେଲ ପୁରସ୍କାର । ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଏହି ତିନି ବିଶିଷ୍ଟ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ମିଳିବା ନେଇ ଚୟନ କରିଛି କମିଟି ।

ଅର୍ଥନୀତିରେ ତିନି ଜଣଙ୍କୁ ନୋବଲ

ବିଶ୍ବରେ ଦାରିଦ୍ର୍ୟ କମାଇବା ଦିଗରେ ଏହି ତିନି ଅର୍ଥନୀତିଜ୍ଞଙ୍କ ଅବଦାନ ସର୍ବାଗ୍ରେ । ଏହି କ୍ଷେତ୍ରରେ ଅଭିଜିତ ବାନାର୍ଜୀ, ମାଇକେଲ କ୍ରେମର ଏବଂ ଇସ୍ଥର ଡ଼ୁଫ୍ଲୋଙ୍କୁ ମିଳିତ ଭାବେ ପ୍ରଦାନ କରାଯିବ ସମ୍ମାନଜନକ ପୁରସ୍କାର ।

ଫଟୋ ସୌଜନ୍ୟ:@NobelPrize
Last Updated : Oct 14, 2019, 6:36 PM IST

ABOUT THE AUTHOR

...view details