ଓଡିଶା

odisha

By

Published : Jul 27, 2020, 12:10 PM IST

Updated : Jul 27, 2020, 1:52 PM IST

ETV Bharat / bharat

ଚୀନ ଛାତିରେ ଛନକା, ଭାରତ ଅଭିମୁଖେ ଉଡାଣ ଭରିଲା 5 ରାଫେଲ ବିମାନ

ଗେମ ଚେଞ୍ଜର କୁହାଯାଉଥିବା 5ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଛି । ଫ୍ରାନ୍ସର ମାରିଗନାକ୍ରୁ ଏହି ବିମାନ ଉଡ଼ାଣ ଭରିଛି ।

ରାଫେଲ ବିମାନ
ରାଫେଲ ବିମାନ

ନୂଆଦିଲ୍ଲୀ: ଚୀନ ସହ ଜାରି ସୀମା ବିବାଦ ମଧ୍ୟରେ ଭାରତର ଶକ୍ତି ବହୁ ଗୁଣା ବୃଦ୍ଧି ପାଇବ। ଗେମ ଚେଞ୍ଜର କୁହାଯାଉଥିବା 5ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଛି । ଫ୍ରାନ୍ସର ମାରିଗନାକ୍ରୁ ଏହି ବିମାନ ଉଡ଼ାଣ ଭରିଛି । ରାଫେଲ ବିମାନ ପାଇଁ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟମାନେ ଏହି ବିମାନ ଚଳାଇ ଭାରତ ଆସୁଛନ୍ତି । ଏନେଇ ଫ୍ରାନ୍ସରେ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ଚୀନ ଛାତିରେ ଛନକା, ଭାରତ ଅଭିମୁଖେ ଉଡାଣ ଭରିଲା 5 ରାଫେଲ ବିମାନ

ରାଫେଲ ବିମାନ ବୁଧବାର ଦିନ ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନରେ ଅବତରଣ କରିବ। ଫ୍ରାନ୍ସରୁ ଉଡ଼ାଣ ଭରିବାର 10 ଘଣ୍ଟା ଯାତ୍ରା ପରେ ଏହା ସଂଯୁକ୍ତ ଆରବ ଏମିରେଟ୍ସର ଫ୍ରାନ୍ସର ଅଲ ଡାଫ୍ରା ଏୟାରବେସରେ ଅବତରଣ କରିବ । ସେଠାରେ ଇନ୍ଧନ ଭରିବା ପରେ ରାଫେଲ ବିମାନ ଅମ୍ବାଲା ଅଭିମୁଖେ ଉଡାଣ ଭରିବ । ତେବେ ଭାରତ-ଚୀନ ବିବାଦ ମଧ୍ୟରେ ଏହାକୁ ଲଦାଖରେ ନିୟୋଜିତ କରାଯିବାର ସମ୍ଭାବନା ରହିଛି ।

ଫ୍ରାନ୍ସରୁ ୟୁଏଇ ଯାତ୍ରା ସମୟରେ ରାଫେଲ ବିମାନରେ 2 ଟି ଏୟାର ରିଫିଲର୍ ମଧ୍ୟ ଆସିବ । ଜୁଲାଇ 29ରେ ରାଫେଲ ବିମାନକୁ ଅମ୍ବାଲାରେ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବ । ଏହି ପାଞ୍ଚଟି ବିମାନ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା 36 ବିମାନ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଅଟେ । ଏପର୍ଯ୍ୟନ୍ତ ବାୟୁସେନାର 12 ଯୁଦ୍ଧ ବିମାନ ପାଇଲଟ ଫ୍ରାନ୍ସର ରାଫେଲ ଯୁଦ୍ଧ ବିମାନ ପାଇଁ ତାଲିମ ଶେଷ କରିଛନ୍ତି। ଆଉ କେତେକ ସେମାନଙ୍କ ପ୍ରଶିକ୍ଷଣର ଉନ୍ନତ ପର୍ଯ୍ୟାୟରେ ଅଛନ୍ତି |

Last Updated : Jul 27, 2020, 1:52 PM IST

ABOUT THE AUTHOR

...view details