ଜୟପୁର: ରାଜସ୍ଥାନରେ ଦଳବଦଳ ମାମଲାରେ ବସପା ବିଧାୟକମାନେ ସୋମବାର ହାଇକୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଅନ୍ୟପକ୍ଷେ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଓ ମୁଖ୍ୟ ସଚେତକ ମହେଶ ଜୋଶୀଙ୍କ ପକ୍ଷରୁ ମଧ୍ୟ ହାଇକୋର୍ଟରେ ପ୍ରାର୍ଥନା ପତ୍ର ଦାଖଲ କରି ପକ୍ଷଧର କରିବାକୁ ଅନୁରୋଧ କରାଯାଇଛି । ଏହି ମାମଲାରେ 11 ଅଗଷ୍ଟରେ ଶୁଣାଣି କରିବେ ହାଇକୋର୍ଟ ।
ରାଜସ୍ଥାନ ଦଳବଦଳ ରାଜନୀତି, ହାଇକୋର୍ଟରେ ପକ୍ଷ ରଖିଲେ ବସପା ବିଧାୟକ - ରାଜସ୍ଥାନ ଦଳବଦଳ ରାଜନୀତି
ରାଜସ୍ଥାନରେ ଦଳବଦଳ ମାମଲାରେ ବସପା ବିଧାୟକମାନେ ସୋମବାର ହାଇକୋର୍ଟରେ ନିଜ ପକ୍ଷ ରଖିଛନ୍ତି । ଏହି ମାମଲାରେ 11 ଅଗଷ୍ଟରେ ଶୁଣାଣି କରିବେ ହାଇକୋର୍ଟ । ଅଧିକ ପଢନ୍ତୁ...
![ରାଜସ୍ଥାନ ଦଳବଦଳ ରାଜନୀତି, ହାଇକୋର୍ଟରେ ପକ୍ଷ ରଖିଲେ ବସପା ବିଧାୟକ ରାଜସ୍ଥାନ ଦଳବଦଳ ରାଜନୀତି, ହାଇକୋର୍ଟରେ ପକ୍ଷ ରଖିଲେ ବସପା ବିଧାୟକ](https://etvbharatimages.akamaized.net/etvbharat/prod-images/768-512-8367152-810-8367152-1597078822965.jpg)
ରାଜସ୍ଥାନ ଦଳବଦଳ ରାଜନୀତି, ହାଇକୋର୍ଟରେ ପକ୍ଷ ରଖିଲେ ବସପା ବିଧାୟକ
ଦଳ ବଦଳାଇଥିବା ବିଧାୟକଙ୍କ ପକ୍ଷରୁ ପୃଥକ ଉତ୍ତର ପ୍ରଦାନ କରାଯାଇ କଂଗ୍ରେସରେ ମିଶ୍ରଣକୁ ସଠିକ ବୋଲି ଦର୍ଶାଯାଇଛି। ସମ୍ବିଧାନର କାର୍ଯ୍ୟସୂଚୀ 10 ର ପାରା 4 ଅନୁସାରେ ଏହି ମାମଲାରେ ଦଳବଦଳ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ବିଧାୟକମାନେ କହିଛନ୍ତି ।