ପାଟଣା: ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଗୋଟେ ଭିଡିଓ ସେୟାର କରି ବିହାରବାସୀଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସେ ଏହି ଭିଡିଓ ସେୟାର କରି କହିଛନ୍ତି ଯେ ଉପକାର କରିବା ବଦଳରେ ଉପକାର ହିଁ ମିଳେ । ସିଏମ ଜୋରାମଥଙ୍ଗା ଟ୍ବିଟ କରି ଏହି କଥା କହିଛନ୍ତି ।
ସୂଚନା ଅନୁସାରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ ପ୍ରବାସୀ ମିଜୋସ (ମିଜୋରାମ ବାସିନ୍ଦା) ନିଜ ରାଜ୍ୟକୁ ଫେରୁଥିଲେ । ଏହି ସମୟରେ ଏହି ଟ୍ରେନ ବିହାରର ବେଗୁସରାୟସ୍ଥିତ ଏକ ଗାଁରେ ଅଟକିଥିଲା । ସେହି ସମୟରେ ଗାଁଲୋକେ ଯାତ୍ରୀଙ୍କୁ ଖାଦ୍ୟ ପ୍ୟାକେଟ ବାଣ୍ଟୁଥିଲେ । ଏହି ଭିଡିଓକୁ ମିଜୋରାମ ସିଏମ ଟ୍ବିଟରରେ ସେୟାର କରି ଧନ୍ୟବାଦ ସହ ପ୍ରଶଂସା କରିଛନ୍ତି ।