ଓଡିଶା

odisha

ETV Bharat / bharat

ନିଜକୁ ଅନ୍ୟଠାରୁ ବଡ ପରିବେଶବିତ୍ ଭାବନ୍ତି ଅଧିକାଂଶ: ରିପୋର୍ଟ - ଅଧିକାଂଶ ନିଜକୁ ଅନ୍ୟଠାରୁ ବଡ ପରିବେଶବିତ୍ ଭାବନ୍ତି

ଅନେକ ଭାବନ୍ତି ଅନ୍ୟ ଅପେକ୍ଷା ମୁଁ ଅଧିକ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରେ । ତେବେ ଏହା ଜାଣିବା ପରେ ପରିବେଶ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଭାବରେ କିଏ କେତେ ମାତ୍ରାରେ ସଚେତନ, ସେନେଇ ଏକ ରିସର୍ଚ୍ଚ କରାଗଲା । ପଢନ୍ତୁ ରିସର୍ଚ୍ଚର ଫଳାଫଳ...

The majority consider themselves more environmentally friendly
ଅଧିକାଂଶ ନିଜକୁ ଅନ୍ୟଠାରୁ ବଡ ପରିବେଶବିତ୍ ଭାବନ୍ତି

By

Published : Dec 22, 2019, 7:05 PM IST

ହାଇଦ୍ରାବାଦ: ପରିବେଶ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ବ । ଏହା ସମସ୍ତେ ଜାଣନ୍ତି ଓ ଅନେକ ମଧ୍ୟ ଏହା ପାଳନ କରୁଥିବାର ନାଟକ କରନ୍ତି । ଅନେକ ଭାବନ୍ତି ଅନ୍ୟ ଅପେକ୍ଷା ମୁଁ ଅଧିକ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରେ । ଉଦାହରଣ, ଇକୋ-ଫ୍ରେଣ୍ଡଲୀ ସାମଗ୍ରୀ କିଣିବା, ପ୍ଲାଷ୍ଟିକ୍ ବ୍ୟାଗ କିଣିବାରୁ ନିବୃତ୍ତ ରହିବା ଆଦି ।

ପରିବେଶ ସୁରକ୍ଷା ପ୍ରତି ବ୍ୟକ୍ତିଗତ ଭାବରେ କିଏ କେତେ ମାତ୍ରାରେ ସଚେତନ, ସେନେଇ ଏକ ରିସର୍ଚ୍ଚ କରାଗଲା । ରିସର୍ଚ୍ଚରେ ସ୍ବିଡେନ୍, ଆମେରିକା, ଭାରତ ଓ ଇଂଲଣ୍ଡର ପ୍ରାୟ 4000 ଲୋକଙ୍କୁ ସମ୍ପୃକ୍ତ କରାଗଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟଠାରୁ ଅଧିକ ପରିବେଶ ସୁରକ୍ଷା କରିଥିବାର ଜଣାଇଥିଲେ । ତେବେ ଲୋକଙ୍କ ଏଭଳି ଆଭିମୁଖ୍ୟ ମଧ୍ୟ ପରିବେଶ ସୁରକ୍ଷାରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । କାରଣ ସେମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଲା ।

ସମ୍ପୂର୍ଣ୍ଣ ଆକଳନ ପରେ ଏହା ଜାଣିବାକୁ ମିଳିଥିଲା ଯେ, ଲୋକ ଅନେକ ମିଥ୍ୟା ମଧ୍ୟ କୁହନ୍ତି ପରିବେଶ ସୁରକ୍ଷାକୁ ନେଇ । ତେବେ ନିଜକୁ ମିଥ୍ୟା ଭାବରେ ଉପସ୍ଥାପନା କରିବା ଦ୍ବାରା ମଧ୍ୟ ଭବିଷ୍ୟତରେ ପରିବେଶ ସୁରକ୍ଷା ପାଇଁ ଥିବା ଇଚ୍ଛା ମଧ୍ୟ କମିଯାଇପାରେ । ଯେତେବେଳେ ଆମେ ନିଜକୁ ଅନ୍ୟଠାରୁ ଅଧିକ ତୁଳନା କରୁ ସେତେବେଳେ ଆମ ଇଚ୍ଛାଶକ୍ତି ଧିରେ ଧିରେ କମିବା ଆରମ୍ଭ କରିଥାଏ ।


ଏଭଳି ପରିସ୍ଥିତିରେ ଜଣେ ପରିବେଶ ପ୍ରତି ଯତ୍ନଶୀଳ ହେବା ଜରୁରୀ । ମିଥ୍ୟା ପ୍ରବଚନ ନଦେଇ ସତରେ କିଛି କରିବା ଆବଶ୍ୟକ । ପରିବେଶ ହିତକାରୀ କାର୍ଯ୍ୟ କରିବା ଜରୁରୀ, ଅଧିକ ନହେଲେ ମଧ୍ୟ ଏହାର ଆରମ୍ଭ କରିବା ମଧ୍ୟ ବ୍ୟକ୍ତିଗତ ସ୍ତରରେ ଏକ ବଡ ପଦକ୍ଷେପ ।

ABOUT THE AUTHOR

...view details