ଓଡିଶା

odisha

ETV Bharat / bharat

ଡିଜିଟାଲ ପେମେଣ୍ଟ ପ୍ରଣାଳୀ ପାଇଁ ପ୍ରତିଯୋଗିତା ! - BHIM UPI

ଆଜି ସାରା ବିଶ୍ବର ଦେଶ ଗୁଡିକ ନିଜ ନିଜର ଅର୍ଥନୀତିକୁ ଡିଜିଟାଲ କରିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି । ଆରମ୍ଭ କରିଛନ୍ତି ନିଜର ସ୍ବତନ୍ତ୍ର ଡିଜିଟାଲ କରେନ୍ସି । ଚୀନ ଓ ଆମେରିକା ମଧ୍ୟରେ ଚାଲିଛି କଡ଼ା ପ୍ରତିଯୋଗିତା । ତେବେ ଏସବୁ ମଧ୍ୟରେ ଭାରତ ମଧ୍ୟ ବ୍ୟସ୍ତ ନିଜର ଅର୍ଥ ବ୍ୟବସ୍ଥାକୁ ଡିଜିଟାଲ କରିବାରେ । ଅଧିକ ପଢ଼ନ୍ତୁ...

major countries of the world,  Competition for Cashless System, Competitive Cashless System, digital payment system, go cashless, ଡିଜିଟାଲ ପେମେଣ୍ଟ ପ୍ରଣାଳୀ, ଡିଜିଟାଲ ପେମେଣ୍ଟ ପ୍ରଣାଳୀ ପାଇଁ ପ୍ରତିଯୋଗିତା, BHIM UPI, କ୍ୟାସଲେସ ପେମେଣ୍ଟ ଦିଗରେ ଆଗଉଛି ଭାରତ
ଡିଜିଟାଲ ପେମେଣ୍ଟ ପ୍ରଣାଳୀ ପାଇଁ ପ୍ରତିଯୋଗିତା !

By

Published : Dec 18, 2019, 6:52 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକା ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ଟଙ୍କା ପଇଠ କରିବା ପ୍ରଣାଳୀକୁ ସାର୍ବଜନୀନ କରିଥିଲା । ଏହା ପରେ ପରେ ଆରମ୍ଭ ହେଲା ଇ-ପେମେଣ୍ଟ । ଇ-କମର୍ସ ସାଇଟରେ ଜିନିଷ କିଣିବା ହେଉ କିମ୍ବା ଅନଲାଇନ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନରେ ଖାଇବା ହେଉ ଚୀନର ଲୋକମାନେ ସମସ୍ତ ସ୍ଥାନରେ ଡିଜିଟାଲ ୱଲେଟ ଓ କ୍ୟୁଆର କୋଡ (QR codes) ସାହାଯ୍ୟରେ ପେମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ପ୍ରାୟ 83 ମିଲିୟନ ଲୋକ ନିଜ ନିଜ ସ୍ମାର୍ଟ ଫୋନ ଓ ସୋସିଆଲ ମିଡ଼ିଆ ଆପ ଗୁଡ଼ିକ ବ୍ୟବହାର କରି ଡିଜିଟାଲ ପେମେଣ୍ଟ କରୁଛନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଚୀନରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନେ ଲୋକଙ୍କ ଠାରୁ ଭିକ ନେବା ପାଇଁ ମଧ୍ୟ କ୍ୟୁଆର କୋଡର ବ୍ୟବହାର କରନ୍ତି । ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ ଚୀନରେ କିଭଳି ଭାବରେ ଡିଜିଟାଲ ପେମେଣ୍ଟର ଅଭିବୃଦ୍ଧି ହୋଇଛି ।

ଅଲିବାବା (ଚିନର ଆମାଜନ) ଓ ଟେନସେଣ୍ଟ (Tencent- ଚୀନର ଫେସବୁକ) ପରି ବଡ଼ ବଡ଼ ମାଧ୍ୟମ ସବୁ ପେମେଣ୍ଟ ପାଇଁ ବ୍ୟାଙ୍କ ଭଳି କାର୍ଯ୍ୟକରି ବ୍ୟାଙ୍କର ସ୍ଥାନ ନେଇ ସାରିଲେଣି । କାରଣ କ୍ରେଡିଟ କାର୍ଡରେ ପେମେଣ୍ଟ କଲେ ଚାଇନିଜ ବ୍ୟାଙ୍କ ଗୁଡ଼ିକ ଯେଉଁଠି 0.5%ରୁ 0.6% ପ୍ରୋସେସିଙ୍ଗ ଫି ନିଅନ୍ତି ସେଇଠି ମୋବାଇଲ ୱଲେଟ ଦ୍ବାରା ପେମେଣ୍ଟ କଲେ ମାତ୍ର 0.1% ପ୍ରୋସେସିଙ୍ଗ ଫି ଦେବାକୁ ପଡିଥାଏ । ତେଣୁକରି ଗତବର୍ଷ ଚୀନରେ ପ୍ରାୟ 12.8 ଥ୍ରିଲିୟନ ଡଲାରର ଡିଜିଟାଲ ପେମେଣ୍ଟ ହୋଇଥିବା ସୂଚନା ମିଳିଛି । ସାରାବିଶ୍ବରେ ହେଉଥିବା ଡିଜିଟାଲ ପେମେଣ୍ଟର ଅଧା ଭାଗ କେବଳ ଚୀନରେ ହୋଇଥାଏ ।

ଆଫ୍ରିକା ପାଇଁ ଏକ ବରଦାନ

ଚୀନ ଦ୍ବାରା ଆରମ୍ଭ ହୋଇଥିବା କ୍ୟାସଲେସ ଅନଲାଇନ ପେମେଣ୍ଟର କ୍ରାନ୍ତି ଆଫ୍ରିକା ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଛି, ଯେଉଁଠି ବ୍ୟାଙ୍କିଂ ସୁବିଧା ଦୁର୍ଲଭ ଅଟେ । ଚୀନ ଦ୍ବାରା ଆରମ୍ଭ ହୋଇଥିବା ନିବେଶ ଓ ଟେକ୍ନୋଲୋଜି କାରଣରୁ ଆଜି ଆଫ୍ରିକାରେ, 4G ନେଟୱର୍କ, ସ୍ମାର୍ଟ ଫୋନ, ମୋବାଇଲ ପେମେଣ୍ଟ ଦୃତଗତିରେ ବୃଦ୍ଧି ପାଇଛି ।

ଚଳିତ ବର୍ଷ ଅକ୍ଟୋବରରେ ଭାରତରେ ପ୍ରଥମ ଥର ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ତୁଳନାରେ କାର୍ଡ ପେମେଣ୍ଟର ଦେଣନେଣ କାରବାର କମ ହୋଇଛି । ଗୁଗଲ ପେ, ଫୋନ ପେ ଓ ଭିମ ୟୁପିଆଇର ବ୍ୟବହାର କରି ଡିଜିଟାଲ ପେମେଣ୍ଟ କରିବାର ବେଙ୍ଗାଲୁରୁ (38.10%) ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି । ବେଙ୍ଗାଲୁରୁ ପଛକୁ ହାଇଦ୍ରାବାଦ (12.50%), ତା ପଛକୁ ଦିଲ୍ଲୀ(10.22%) ରହିଛି । ବେଙ୍ଗାଲୁରୁରେ ଥିବା ପେମେଣ୍ଟ ମାଧ୍ୟ ‘ରେଜରପେ (RazorPay) ଦ୍ବାରା ଏହି ତଥ୍ୟ ଦିଆଯାଇଛି ।

ଯଦିଓ ଅଲିବାବା ଓ ୱିଚାଟ ପେମେଣ୍ଟ ଆପ ଗୁଡ଼ିକ ବ୍ୟାଙ୍କ ଗୁଡ଼ିକର ସ୍ଥାନ ନେଇସାରିଲେଣି ତଥାପି ଏହି ଦୁଇ ମୋବାଇଲ ୱଲେଟ ୟୁଜର ବ୍ୟାଙ୍କ ଆକାଉଣ୍ଟ ସହ ଜୋଡ଼ି ହୋଇ ରହିଛନ୍ତି ।

ତେବେ ଆମେରିକା ସ୍ଥିତ କମ୍ପାନି ଫେସବୁକ ଅନେକ ପାଦ ଆଗକୁ ଚିନ୍ତା କରି ଯୋଜନା ପ୍ରସ୍ତୁତ କରି 2020 ସୁଦ୍ଧା ନିଜର ଡିଜିଟାଲ- କ୍ରିପ୍ଟୋ-କରେନ୍ସି ‘ଲିବ୍ରା’ ଲଞ୍ଚ କରିବାକୁ ଯାଉଛି । ଯାହା କୌଣସି ମୂଳ ବ୍ୟାଙ୍କ କିମ୍ବା ଅନ୍ୟ କୌଣସି ଆଞ୍ଚଳିକ ବ୍ୟାଙ୍କ ନେଇ ଚିନ୍ତା କରିବ ନାହିଁ । ଚୀନ ମଧ୍ୟ ଏହାକୁ ଅନୁସରଣ କରି ନିଜର ସେଣ୍ଟ୍ରାଲ ବ୍ୟାଙ୍କ ମାଧ୍ୟମରେ ଏକ ଡିଜିଟାଲ କରେନ୍ସି ଲଞ୍ଚ କରିବାକୁ ଯାଉଛି, ଯାହା ‘ଲିବ୍ରା’ର ସମକକ୍ଷ ହେବ । 2020 ମଧ୍ୟ ଭାଗରେ ‘ଲିବ୍ରା’ ଲଞ୍ଚ ହେବାର ସୂଚନା ରହିଛି ।

ତେବେ ଚଳିତ ବର୍ଷ ପ୍ରାରମ୍ଭରେ ବଜାର ନିବେଶରେ ବିଶ୍ବର ସର୍ବ ଶ୍ରେଷ୍ଠ ବ୍ୟାଙ୍କ ଜେପି ମର୍ଗାନ ଚେସ ଆଣ୍ଡ କୋ (JP Morgan Chase & Co) ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇ ନିଜର କ୍ରିପ୍ଟୋ କରେନ୍ସି ‘କଏନ’କୁ ଲଞ୍ଜ କରିଛି । ଏହି କରେନ୍ସି ବ୍ଲକ ଚେନ ଟେକ୍ନୋଲୋଜି ଉପରେ ପର୍ଯ୍ୟବେଶିତ ଯାହାକି ବିଜୁଳି ବେଗରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପଠାଇ ପାରିବ ।

‘ଲିବ୍ରା’ କିପରି କାମ କରେ

ଫେସବୁକ ‘ଲିବ୍ରା’ କୁ ଏକ ଅନ୍ତର୍ଜାତୀୟ ଡିଜିଟାଲ କରେନ୍ସି କରିବା ଲକ୍ଷ୍ୟ ରଖିଛି । କିନ୍ତୁ ଯଦି ଚୀନ ଡିଜିଟାଲ ପେମେଣ୍ଟ ଦୁନିଆଁରେ ନିଜର କାୟା ବିସ୍ତାର କରିବ ତେବେ ‘ଲିବ୍ରା’କୁ ବ୍ୟାଙ୍କିଂ କ୍ଷେତ୍ର ତଥା ଆମେରିକା ଓ ୟୁରୋପରେ ଥିବା ସଂସ୍ଥା ଗୁଡ଼ିକରେ ପ୍ରତିରୋଧର ସାମ୍ନା କରିବାକୁ ପଡ଼ିପାରେ । ‘ଲିବ୍ରା’ ଏକ କ୍ରିପ୍ଟୋ କରେନ୍ସି । ସମସ୍ତ କ୍ରିପ୍ଟୋ କରେନ୍ସି ଡିଜିଟାଲ ହୋଇଥାନ୍ତି, କିନ୍ତୁ ସମସ୍ତ ଡିଜିଟାଲ କରେନ୍ସି କ୍ରିପ୍ଟୋ ନୁହନ୍ତି । ‘ଲିବ୍ରା’ ଦ୍ବାରା ବିଶ୍ବର ଯେ କୌଣସି ସ୍ଥାନକୁ ବିନା କୌଣସି ବ୍ୟୟରେ ଟଙ୍କା ପଠାଯାଇ ପାରିବ । କ୍ରିପ୍ଟୋ କରେନ୍ସି ହୋଇ ଥିବାରୁ ‘ଲିବ୍ରା’ରେ ସେତେଟା ଉତ୍ଥାନ ପତନ ହୋଇ ନଥାଏ । ମୁଲ୍ୟହ୍ରାସ ଡଲାର, ୟୁରୋ ଓ ୟେନ ଉପରେ ନିର୍ଭର କରେ । ଯେତେବେଳେ ଜମେ ‘ଲିବ୍ରା’ କିଣିବ ତାହା ବ୍ୟାଙ୍କ ଆକାଉଣ୍ଟରେ ଡଲାର, ୟୁରୋ ଓ ୟେନରେ ଟଙ୍କା ଜମା କରିବା ସହ ସମାନ ହେବ । ଏହାର ସୁଦ୍ଧ ମଧ୍ୟ ମିଳିବ । ଲିବ୍ରାକୁ ଡଲାର କିମ୍ବା ୟେନରେ ପରିବର୍ତ୍ତିତ କରିବା ପାଇଁ ଫେସବୁକ ଆପ ‘କାଲିବ୍ରା(Calibra)’ ଅଦଳ ବଦଳ କରିବା ଖର୍ଚ୍ଚ ବହନ କରିବ ।

‘ଲିବ୍ରା’ ସ୍ବିଜରଲାଣ୍ଡର ଏକ ବିନାଲାଭରେ ଚାଲିଥିବା ଏକ ସଂଗଠନର ମାର୍ଗଦର୍ଶନରେ ପରିଚାଳିତ ହେଇଥାଏ । ଲିବ୍ରା ଯେତେବେଳେ କାର୍ଯ୍ୟକ୍ଷମ ହେବ ଯେକୌଣସି କମ୍ପାନୀ ଏଥିରେ ଡିଜିଟାଲ କଏନ ଦ୍ବାରା ୱଲେଟ କରି ପାରିବେ । ଫେସବୁକ ମ୍ୟାସେଞ୍ଜର ସେବା ଓ ହ୍ବାଟ୍ସଆପର ସରା ବିଶ୍ବରେ ପ୍ରାୟ 270 ମିଲିୟନ ଉପଭୋକ୍ତା ଅଛନ୍ତି । ସେମାନେ ସମସ୍ତେ ଟଙ୍କା ପଠାଇବା, ନିବେଶ କରିବା ଓ ଡିଜିଟାଲ ଭାବେ ଋଣ ଦେବା ପାଇଁ ଲିବ୍ରାକୁ ଏକ ଡିଜିଟାଲ କରେନ୍ସି ଭାବେ ପରିବର୍ତ୍ତିତ କରିବାକୁ ଚାହାଁନ୍ତି । ଫେସବୁକ ପେ ପ୍ରଥମେ ଏକ ଡିଜିଟାଲ ପେ ମାଧ୍ୟମ ଭାବରେ ବ୍ୟବହୃତ ହେଉଥିଲା । ତେବେ ଫେସବୁକ, ହ୍ବାଟ୍ସଆପ, ଇନଷ୍ଟାଗ୍ରାମ ଓ ମ୍ୟାସେଞ୍ଜର ମାଧ୍ୟମରେ ମଧ୍ୟ ପେମେଣ୍ଟ କରାଯାଇ ପାରିବ ।

ନିକଟ ଅତୀତରେ ହ୍ବାଟ୍ସଆପ ଭାରତରେ ଡିଜିଟାଲ ପେମେଣ୍ଟ ନେଇ ଏକ ପରୀକ୍ଷଣ କରିଥିଲା । ଏଥିପାଇଁ 100ଟି ବ୍ୟାଙ୍କ ଓ ବିତ୍ତ ସଂସ୍ଥାକୁ ଲିବ୍ରାର ସଦସ୍ୟ କରାଯାଇଥିଲା । ଜେପି ମର୍ଗାନ ଚେସ, ଯାହା ବିଶ୍ବର ପଶ୍ଚିମ ଭାଗରେ ଥିବା ସବୁଠାରୁ ବଡ଼ ବ୍ୟାଙ୍କ ସେ ମଧ୍ୟ ଏଥିରେ ସାମିଲ ହେବାର ଥିଲା । କିନ୍ତୁ ଏହି କମ୍ପାନି ନିଜର ଡିଡିଟାଲ କରେନ୍ସି ‘ଜେପିଏମ କଏନ’କୁ ଲଞ୍ଚ କରି ସାରିଛି ।

ଲିବ୍ରା ଯୋଜନା ମାଷ୍ଟରକାର୍ଡ, ଭିସାକାର୍ଡ, ପେପଲ ଓ ଇବେ ପାଇଁ ଏକ ଶକ୍ତ ଝଟକା । ବର୍ତ୍ତମାନ ଉବର ଓ ସ୍ପଟିଫାଏ କେବଳ ଲିବ୍ରା ପେମେଣ୍ଟ ଗ୍ରହଣ କରୁଛନ୍ତି । ସେପଟେ ଲିବ୍ରା ଦ୍ବାରା ଅପରାଧିକ କାର୍ଯ୍ୟକଳାପ, ନିଶା କାରବାର ଓ କଳାଧାନ କାରବାରର ମଧ୍ୟ ବ୍ୟବହାର କରାଯିବାର ସନ୍ଦେହ କରାଯାଉଥିଲା । ଉପଭୋକ୍ତା ଅଧିକାର ଓ ବିତ୍ତିୟ ସ୍ଥିରକାକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରାଯାଉଛି । ଏହାସହ ଜର୍ମାନୀ ଓ ଫ୍ରାନ୍ସ ଲିବ୍ରାକୁ ୟୁରୋପରେ ପ୍ରବେଶ କରାଇ ଦେଉନଥିବାର ମଧ୍ୟ ଆଶଙ୍କା ରହିଛି । ଘରୋଇ ଡିଜିଟାଲ କରେନ୍ସି ବଦଳରେ, ସରକାରଙ୍କ ମାଧ୍ୟମରେ ଲିବ୍ରା କ୍ରିପ୍ଟୋ କରେନ୍ସିକୁ ପରିଚାଳନା କରିବାର ଲକ୍ଷ୍ୟ ରଖିଛି । ତେବେ ଏଭଳି ପରିସ୍ଥିତିରେ ଲିବ୍ରା 2020 ମସିହାରେ ଲଞ୍ଚ ହେବାକୁ ଯାଉଛି ।

ଡଲାରର ପ୍ରଭୁତ୍ବ ଉପରେ ବିପଦ

ଇତି ମଧ୍ୟରେ ଚୀନ ନିଜର ଏକ କ୍ରିପ୍ଟୋ କରେନ୍ସି ଲଞ୍ଚ କରିବାକୁ ଯୋଜନା କରୁଛି, ଯାହା କେନ୍ଦ୍ର ବ୍ୟାଙ୍କ ଡିଜିଟାଲ କରେନ୍ସି ହେବ । ତେବେ ଏକ ଅନ୍ତର୍ଜାତୀୟ ରିଜର୍ଭ ଭାବେ ଡଲାରର ପ୍ରଭୁତ୍ବ ସଙ୍କଟରେ ପଡିବ ଯଦି ତାହା ଏତେ ମାତ୍ରାରେ ଶକ୍ତ ରହିବ । ଖାସକରି ଏସିଆ, ଆଫ୍ରିକା ଓ ଲାଟିନ ଆମେରିକା ପରି ଉଦୀୟମାନ ଦେଶ ଗୁଡ଼ିକରେ ଡଲାର ପରିବର୍ତ୍ତେ ଆନ୍ତର୍ଜାତୀୟ ଚାଇନିଜ କରେନ୍ସିର ବ୍ୟବହାର ହୋଇପାରେ । କାରଣ ବାଣିଜ୍ୟିକ କାରବାର, 5G ସେବାର ଆରମ୍ଭ, ହାଇ-ଟେକ ସେବା ଆଦି କ୍ଷେତ୍ରରେ ଚାଇନା ଓ ଆମେରିକା ଉଚ୍ଚ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ପ୍ରତିଦ୍ବନ୍ଦିତା ଏବେ ଡିଜିଟାଲ କରେନ୍ସି ଆଡ଼କୁ ମୁହାଁଇଛି । ଇଂଲଣ୍ଡ ବ୍ୟାଙ୍କ ମଧ୍ୟ ଚେତାବନୀ ଦେଇଛି ଯେ ଚୀନର ଡିଜିଟାଲ କରେନ୍ସି ଖୁବଶୀଘ୍ର ଏକ ଅନ୍ତର୍ଜାତୀୟ କରେନ୍ସିରେ ପରିଣତ ହେବ ଏହାସହ ସମସ୍ତ ଅନ୍ୟ ଅନ୍ତର୍ଜାତୀୟ କରେନ୍ସିର ସ୍ଥାନ ମଧ୍ୟ ନେଇଯିବ । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଡଲାର କରି ଆସିଛି । ଯଦି ଜର୍ମାନୀ ଓ ୟୁରୋପ ଲିବ୍ରାକୁ ନିଜ ଦେଶରେ ଲଞ୍ଜ କରିବାକୁ ସହମତି ନଦିଅନ୍ତି ତେବେ ଫେସବୁକ ନିଜର ଡିଜିଟାଲ କରେନ୍ସିକୁ ଆଫ୍ରିକା, ଲାଟିନ ଆମେରିକା ଓ ଏସିଆରେ ଲଞ୍ଚ କରିବ ।

ଭାରତରେ ବର୍ତ୍ତମାନ ମଧ୍ୟ 72% ନେଣ ଦେଣ କ୍ୟାସ ଆକାରରେ ହୋଇଥାଏ ଯାହା ଚୀନରେ ହେଉଥିବା କ୍ୟାସ ନେଣ ଦେଣର ଦୁଇଗୁଣ ମଧ୍ୟ ଅଧିକ । ସେପଟେ ଗାଁ ଗୁଡ଼ିକରେ ସଠିକ ପରିମାଣର ଇଣ୍ଟରନେଟ ବ୍ୟବସ୍ଥା ନଥିବା କାରଣରୁ ଖୁଚୁରା ବ୍ୟବସାୟୀ ମଧ୍ୟ କ୍ୟାସଲେସ ନେଣ ଦେଣ ବା ଡି଼ଜିଟାଲ ପେମେଣ୍ଟକୁ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ତେଣୁ କରି ବର୍ତ୍ତମାନ ମଧ୍ୟ ଭାରତ ଡିଜିଟାଲ ନେଣ ଦେଣ କ୍ଷେତ୍ରରେ ପଛରେ ରହିଯାଇଛି । 2017 ମସିହାରେ ଚୀନରେ ବ୍ୟକ୍ତି ପିଛା କ୍ୟାସଲେସ ନେଣଦେଣର ପରିମାଣ 96.7 ଥିବା ବେଳେ ଭାରତରେ 2015 ମସିହା ବେଳକୁ ତାହା କେବେଳ 22.4 ପ୍ରତିଶତ ଥିଲା ।

ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର କ୍ୟାସ ମୁକ୍ତ ଅର୍ଥନୀତି ପାଇଁ 2016 ମସିହାରେ ବିମୁଦ୍ରୀକରଣ କରିଥିଲେ ତଥାପି 2 ବର୍ଷ ମଧ୍ୟରେ କ୍ୟାସ କାରବାର କମ ହୋଇ ନାହିଁ । ବର୍ତ୍ତମାନ 10 ମିଲିୟନ ଲୋକ ଡିଜିଟାଲ ପେମେଣ୍ଟ ପାଇଁ ୟୁପିଆଇ(UPI)ର ବ୍ୟବହାର କରୁଛନ୍ତି । ତେବେ ଏହାର ମୁଖ୍ୟ ପରିଚାଳନା ଅଧିକାରୀ ଦିଲ୍ଲିପ ଆସବେ କହିଛନ୍ତି ଯେ, ଆଗାମୀ 5 ବର୍ଷ ମଧ୍ୟରେ ଡିଜିଟାଲ ପେମେଣ୍ଟରେ 50 ମିଲିୟନ ଉପଭୋକ୍ତା କରିବାକୁ ଲକ୍ଷ୍ୟ ରଖା ଯାଇଛି । ପେଟିଏମ ଅଲିବାବା ଗ୍ରୁପସହ ବାଗାଦାରୀ କରିସାରିଛି, ଏବଂ ଏହା ଭାରତରେ ବହୁଳ ଭାବରେ ବ୍ୟବହାର ମଧ୍ୟ କରାଯାଉଛି । ହ୍ବାଟ୍ସଆପ ମାଧ୍ୟମରେ ମଧ୍ୟ ପେମେଣ୍ଟ କରାଯିବା ନେଇ ନିଷ୍ପତ୍ତି ନେଇଛି ଫେସବୁକ । ଏପରିକି ରତନ ଟାଟା ବ୍ୟକ୍ତିଗତ ଭାବେ ପେଟିଏମରେ ନିବେଶ କରିଛନ୍ତି । ତେବେ ଚୀନ ନିଜର ବିତ୍ତିୟ ବ୍ୟାପାର, ଫେସବୁକ ଓ ଅନ୍ୟ ଘରୋଇ କମ୍ପାନୀ ସବୁ ଭାରତ ନିଜସ୍ବ ଆପ ‘BHIM’ ସହ ପ୍ରତିଯୋଗିତା କରିବାକୁ ଚେଷ୍ଟା କରୁଛନ୍ତି । ଭାରତର130 କୋଟି ଜନତାଙ୍କୁ କ୍ୟାସଲେସ ନେଣଦେଣରେ ସାମିଲ କରିବା ପାଇଁ ଭାରତକୁ ଏକ କଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହବା ସହ ନିଜକୁ ବିଜୟୀ କରିବାକୁ ହେବ ।

ଦୃତ ଗତିରେ ଆଗେଇ ଆସୁଥିବା ଡିଜିଟାଲ ଅର୍ଥନୈତକ ଯୁଗରେ ଭାରତ କୌଣସି ପ୍ରକାର ପଛରେ ନ ପଡିବା ପାଇଁ ଆପ୍ରାଣ ଉଦ୍ୟମ କରିବା ଉଚିତ । ଭାରତ ଏହାକୁ ହୃନ୍ଦୟଙ୍ଗମ କରି ନେଇଛି ତେଣୁକରି ତ ଅନ୍ତର୍ଜାତୀୟ ଦେଣ ନେଣ ପାଇଁ BHIM ୟୁପିଆଇ ବହୁଳ ବ୍ୟବହାର ପାଇଁ କମର କସିଛି । ତେବେ ଏହାର ପରୀକ୍ଷଣ ପାଇଁ ନିକଟ ଅତୀତରେ ସିଙ୍ଗାପୁର ଫିନଟେକ ଫେଷ୍ଟିଭାଲରେ BHIM ୟୁପିଆଇ ଯୋଗେ ପେମେଣ୍ଟ କରାଯାଇଥିଲା ।

ଦୃତ ଗତିରେ କ୍ୟାସଲେସ ପେମେଣ୍ଟ ଦିଗରେ ଆଗଉଛି ଭାରତ

ଏକ କ୍ୟାସଲେସ ଡିଜିଟାଲ ଅର୍ଥନୀତିରେ ପରିଣତ ହେବା ଦିଗରେ ଦୃତଗତିରେ ଆଗେଇ ଚାଲିଛି ଭାରତ । ଅଲିପେ (Alipay) ଓ ୱିଚାଟପେ(WeChatPay) ଚୀନ ବଜାର ଉପରେ ପ୍ରଭୁତ୍ବ ବିସ୍ତାର କରୁଥିବା ବେଳେ ଭାରତ ପାଖରେ ଗୁଗଲ ପେ, ଫୋନ ପେ, ଆମାଜନ ପେ, ପେଟିମ ପରି 87ଟି ଆପ ଅଛି । ତେଣୁ ଚୀନ ପରି ଭାରତରେ ମଧ୍ୟ ଆଗାମୀ ଓ ଷ୍ଟାର୍ଟଅପ ବିତ୍ତସେବା ପ୍ରଦାନକାରୀଙ୍କ ପାଇଁ ଅନେକ ସୁଯୋଗ ରହିଛି । 2015 ପରେ ଭାରତରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ 5 ଗୁଣା ବୃଦ୍ଧି ହୋଇଛି ।

ନ୍ୟାସନାଲ ପେମେଣ୍ଟ ଏଜେନ୍ସି ଅଫ ଇଣ୍ଡିଆ ( National Payments Agency of India ) ଅଧିନରେ କାର୍ଯ୍ୟ କରି ୟୁପିଆଇ ତତକ୍ଷଣ ମୋବାଇଲ ପେମେଣ୍ଟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛି । ବିଭିନ୍ନ ବ୍ୟାଙ୍କକୁ ପେମେଣ୍ଟ ଆପ ଗୁଡ଼ିକ ସହ ସଂଯୁକ୍ତ କରି ୟୁପିଆଇ ଡିଜିଟାଲ ପେମେଣ୍ଟ ଲଞ୍ଚ କରିଛି । ତେବେ ବର୍ତ୍ତମାନ ମଧ୍ୟ ଡିଜିଟାଲ କ୍ୟାସଲେସ ପେମେଣ୍ଟ କ୍ଷେତ୍ରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଭାରତକୁ ଅନେକ ଆଗକୁ ଯିବା ବାକି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details