ଓଡିଶା

odisha

ETV Bharat / bharat

କଂଗ୍ରେସ ଓ ଗାନ୍ଧୀଙ୍କ ଭୂମିକା ଦେଶ ବିଭାଜନ ସମୟରେ କଣ ଥିଲା ? - କଂଗ୍ରେସ ଓ ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ବ ବଳରେ ଦେଶରୁ ବ୍ରିଟିଶ୍‌ ରାଜ ଲୋପ ପାଇଥିଲା । ଦେଶ ପରାଧୀନର ଗ୍ଲାନିରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଗୋଟିଏ ପଟେ ଦେଶ ବିଦେଶୀ ହାତରୁ ମୁକ୍ତି ପାଉଥିବାବେଳେ ଅନ୍ୟପଟେ ସାମ୍ପ୍ରଦାୟିକତା ବହ୍ନିରେ ଜଳୁଥିଲା ସାରା ଦେଶ । ତେବେ ସେ ସମୟରେ କଣ ଥିଲା କଂଗ୍ରେସ ଓ ଗାନ୍ଧୀଙ୍କ ଭୂମିକା ଆସନ୍ତୁ ଜାଣିବା ।

ଡିଜାଇନ ଫଟୋ

By

Published : Sep 9, 2019, 6:40 AM IST


ହାଇଦ୍ରାବାଦ: ମହାତ୍ମା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ବ ବଳରେ ଦେଶରୁ ବ୍ରିଟିଶ୍‌ ରାଜ ଲୋପ ପାଇଥିଲା । ଦେଶ ପରାଧୀନର ଗ୍ଲାନିରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିଥିଲା । ଗୋଟିଏ ପଟେ ଦେଶ ବିଦେଶୀ ହାତରୁ ମୁକ୍ତି ପାଉଥିବାବେଳେ ଅନ୍ୟପଟେ ସାମ୍ପ୍ରଦାୟିକତା ବହ୍ନିରେ ଜଳୁଥିଲା ସାରା ଦେଶ । ଧର୍ମ ନାଁରେ ଦୁଇଟି ଦେଶରେ ବିଭାଜିତ ହୋଇଯାଇଥିଲା ଅଖଣ୍ଡ ଭାରତ । ରକ୍ତର ଛିଟାରେ ଚାରିଆଡେ ହାହାକାର ମଚିଯାଉଥିଲା । ତ୍ରାହି ତ୍ରାହି ଡାକୁଥିଲେ ଲୋକେ । ପାଖାପାଖି 10 ଲକ୍ଷ ଲୋକେ ହତ୍ୟାର ଶିକାର ହୋଇଥିଲେ । ପ୍ରାୟ କୋଟିଏରୁ ଅଧିକ ଲୋକଙ୍କୁ ଜବରଦସ୍ତି ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଅହିଂସା ପ୍ରିୟ ଗାନ୍ଧୀଜୀ ସେତେବେଳେ କରୁଥିଲେ କଣ । ହିଂସା ରୋକିବାକୁ କିଛି ପଦକ୍ଷେପ ନେଇଥିଲେ ନା ନାହିଁ । ଧର୍ମ ନାମରେ ଦେଶ ବିଭାଜନକୁ ରୋକିବାକୁ କଣ ଚେଷ୍ଟା କରିନଥିଲେ ମହାତ୍ମା । ଆସନ୍ତୁ ଏସବୁ ସମ୍ପର୍କରେ କିଛି ତଥ୍ୟ ଜାଣିବା ।

କଂଗ୍ରେସ ଓ ଗାନ୍ଧୀଙ୍କ ଭୂମିକା

ଏସବୁ ପ୍ରସଙ୍ଗରେ ଉତ୍ତର ଜାଣିବାକୁ ହେଲେ ଆମକୁ କିଛି ଘଟଣା ଉପରେ ନଜର ପକାଇବାକୁ ପଡିବ । ଅନେକ ଇତିହାସକାର ମାନେ ଏପ୍ରସଙ୍ଗରେ ସଠିକ୍‌ ମତାମତ ରଖିନଥିବାବେଳେ ଆମେ କିଛି ଉଦାହରଣକୁ ନେଇ ଏ ପ୍ରସଙ୍ଗରେ ଥିବା ପ୍ରଶ୍ନର ସଠିକ୍‌ ଉତ୍ତର ପାଇବାକୁ ଚେଷ୍ଟାକରିବା ।

ଗାନ୍ଧୀଜୀ ବିଭାଜନ ସମୟରେ ସମୟରେ କଣ କରୁଥିଲେ ତାହା ଜାଣିବାକୁ ହେଲେ ଆମକୁ ଦୁଇଟି ଘଟଣା ଉପରେ ଧ୍ୟାନ ଦେବାକୁ ପଡିବ । ପ୍ରଥମତଃ ଏହି ସାମ୍ପ୍ରଦାୟିକ ହିଂସାର ପ୍ରକୃତ ମୂଳ କାରଣ ଓ ଦ୍ବିତୀୟରେ କାହିଁକି ପାକିସ୍ତାନ ହେବାକୁ ସ୍ବର ଉଠିଲା ।

ପ୍ରଥମେ କିଛି କାରଣ ଲାଗି କଂଗ୍ରେସ ନେତୃମଣ୍ଡଳୀ ଓ ମୁସଲିମ ଲିଗ୍‌ର ମୁଖ୍ୟ ଜିହ୍ନାଙ୍କ ମଧ୍ୟରେ ବିଭେଦ ଦେଖିବାକୁ ମିଳିଲା । ଏହାପରେ କଂଗ୍ରେସ ଦେଶର ହିତଦୃଷ୍ଟିରୁ ଜାତୀୟତାବାଦ ଉପରେ ଫୋକସ କରି ଦେଶକୁ ସ୍ବାଧୀନ ଦେବାକୁ ଚେଷ୍ଟା କଲା । ସେପଟେ ମୁସଲିମ ଲିଗ୍‌ କେବଳ ମିସଲିମ୍‌ ସମ୍ପ୍ରଦାୟର ଉନ୍ନତି ଦିଗରେ ଚିନ୍ତା କରିବା ସହ ଅନ୍ୟ ଏକ ଦେଶ ଗଠନ କରିବାକୁ ଭିତରେ ଭିତରେ ଯୋଜନା କଲା । ଯେଉଁଥି ପାଇଁକି ପାକିସ୍ତାନର ମଞ୍ଜି ପଡିଲା ।

ତେବେ ଏହି ସମୟରେ ଜିହ୍ନା ସବୁବେଳେ କହୁଥିଲେ ସ୍ବାଧୀନ ଭାରତରେ ମୁସଲିମ୍‌ ସମ୍ପ୍ରଦାୟଙ୍କ ସ୍ଥିତି କିପରି ରହିବ । ସେମାନେ କେତେ ସୁରକ୍ଷିତ ରହିବେ । ଏହାର ଉତ୍ତର ଦେବାକୁ ଯାଇ ଗାନ୍ଧୀଜୀ ସବୁବେଳେ କହୁଥିଲେ ଅନ୍ୟ ସମ୍ପ୍ରଦାୟ ଭଳି ମୁସଲିମ ସମ୍ପ୍ରଦାୟ ମଧ୍ୟ ଦେଶରେ ରହିବେ । ଅନ୍ୟ ସମ୍ପ୍ରଦାୟ ଠାରୁ ଅଧିକ ସୁବିଧା ସୁଯୋଗ ପାଇବେ ନାହିଁ କି ଅନ୍ୟ ସମ୍ପ୍ରଦାୟ ଠାରୁ କମ ସୁବିଧା ସୁଯୋଗ ପାଇବେ ନାହିଁ ।

ସେତେବେଳର ମହାତ୍ମା ଗାନ୍ଧୀଙ୍କ ସମେତ ଆଗଧାଡିର ନେତା ମାନେ ଭାବିଥିଲେ ଯେ ସ୍ବାଧୀନତା ପରେ ସବୁ ରାଜନୈତିକ ଦଳ ସବୁ ସମ୍ପ୍ରଦାୟକୁ ନେଇ ଚାଲିବେ । ଏନେଇ କୌଣସି ବିଭେଦ ଦେଖିବାକୁ ମିଳିବ ନାହିଁ । କିନ୍ତୁ ଏହା ଜିହ୍ନାଙ୍କ ରାଜନୈତିକ ଉଦ୍ଦେଶ୍ୟ ସାଧିତ କରିପାରିନଥାନ୍ତା । ଯେଉଁଥିଲାଗି ସେ ଦେଶ ବିଭାଜନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ଶେଷରେ ସଫଳ ମଧ୍ୟ ହୋଇଥିଲେ ।

ଗାନ୍ଧୀ କେବେ ବି ଚିନ୍ତା କରିନଥିଲେ ଏପରି କିଛି ଘଟିବ ବୋଲି । ସେ ଜିହ୍ନାଙ୍କ ‘ଟୁ ନେସନ’ ଥିଓରିକୁ ଭଲ ଚିନ୍ତାଧାରାର ବିପରୀତ ବୋଲି କହୁଥିଲେ ।

ସେପଟେ ବିଭାଜନରେ କଂଗ୍ରେସର ଭୂମିକା କଣ ଥିଲା ଆସନ୍ତୁ ଜାଣିବା ...
କଂଗ୍ରେସ ଆଗରେ ସେତେବେଳେ ଦୁଇଟି ବଡ ସମସ୍ୟା ଉପୁଜିଥିଲା । ଗୋଟିଏ ହେଲା ବିଭାଜନକୁ ରୋକିବା ଅନ୍ୟଟି ହେଲା ଦେଶକୁ ସଠିକ୍‌ ଢଙ୍ଗରେ ସ୍ବାଧୀନତା ଦେବା । ତେବେ ଦେଶକୁ ସ୍ବାଧୀନ କରିବାରେ ଯଦିଓ କଂଗ୍ରେସ ସଫଳ ହେଲା ତଥାପି ବିଭାଜନକୁ ରୋକିବାରେ ବିଫଳ ହୋଇଥିଲା କଂଗ୍ରେସ ।

ଅନ୍ୟପକ୍ଷରେ ଦେଖିବାକୁ ଗଲେ ଗାନ୍ଧୀ କହିଥିଲେ, ‘ଦେଶରେ ଅନ୍ୟ ମାନେ ଯେପରି ରହୁଛନ୍ତି ମୁସଲିମ ମାନେ ମଧ୍ୟ ସେପରି ରହିବେ । ଆମେ ମାନେ ଗୋଟିଏ ଯୌଥ ପରିବାରରେ ରହୁଛେ । କେହି ବି ଅଲଗା ହେବାକୁ କହିପାରିବେ ।’ ଯାହାକି ପାକିସ୍ତାନ ହେବାକୁ ବଳ ଦେଇଥିଲା ବୋଲି କିଛି ଇତିହାସକାର କୁହନ୍ତି ।

ସେପଟେ ପାକିସ୍ତାନ ଗଢିବା ପଛରେ ମଧ୍ୟମ ଶ୍ରେଣୀର ମୁସଲିମ ଲୋକଙ୍କ ଆଗ୍ରହ ଥିଲା । କାରଣ ସେମାନେ ଭାବୁଥିଲେ ନୂଆ ଦେଶ ହେଲେ ଅଧିକାଂଶ ସରକାରୀ ଚାକିରି ସେମାନେ ପାଇବେ । ଯାହାକି ମୁସଲିମ ସମ୍ପ୍ରଦାୟକୁ ନେଇ ଆଉ ଏକ ଦେଶ ଗଢିବାରେ ସାହାଯ୍ୟ କରିଥିଲା ।

ଯେତେବେଳେ ସେ ଦେଖିଲେ ଯେ ଅଧିକାଂଶ ମୁସଲିମ ସମ୍ପ୍ରଦାୟ ଲୋକେ ନୂଆ ଦେଶ ଗଢିବାକୁ ଚାହୁଁଛନ୍ତି ସେତେବେଳେ ଗାନ୍ଧୀ ଉପାୟ ଶୂନ୍ୟ ହୋଇଯାଇଥିଲେ । କଣ କରିବେ କିଛି ଜାଣିପାରିନଥିଲେ ।

ABOUT THE AUTHOR

...view details