ଲକ୍ଷ୍ନୌ: ଉତ୍ତରପ୍ରେଦେଶରେ ମହାମାରୀରୁ କୋରୋନାର ସଂକ୍ରମଣରୁ ବର୍ତ୍ତିବା ପାଇଁ ଓକଲିଙ୍କ ଅଭିନବ ଉପାୟ। ସାମାଜିକ ଦୂରତ୍ବ ଅବଲମ୍ବନ ପାଇଁ ଗଛରେ ଘର କଲେ ଓକିଲ । ଦିନକୁ ଦିନ ବୃଦ୍ଧି ପାଉଥିବା ମହାମାରୀ କୋରୋନା ଯୋଗୁଁ ସେ ଗଛରେ ଗୃହ ନିର୍ମାଣ କରି ସାମାଜିକ ଦୂରତ୍ବ ଅବଲମ୍ବନ କରୁଛନ୍ତି ।
ଉତ୍ତରପ୍ରଦେଶ ଗାଜିଆବାଦ ଜିଲ୍ଲାର ହାପୁରର ମୁକୁଲ ତ୍ୟାଗୀ ନାମକ ବ୍ୟକ୍ତି ପେଶାରେ ଓକିଲ । କୋରୋନା ଲକଡାଉନ୍ ସମୟରେ ନିଜ ଗ୍ରାମ ଆସାଉରାରେ ଗଛରେ ଗୃହ ନିର୍ମାଣ କରିଛନ୍ତି | ଏହି ମହାମାରୀକୁ ପ୍ରତିରୋଧ କରିବାର ଏକମାତ୍ର ଉପାୟ ହେଉଛି ଡାକ୍ତରଙ୍କ ଉପଦେଶ ଅନୁଯାୟୀ ସାମାଜିକ ଦୂରତ୍ବ ଅବଲମ୍ବନ କରିବା । ଏହି କାରଣରୁ ମୁଁ ନିରାପଦରେ ରହିବାକୁ ମନସ୍ଥ କରିଥିଲି । ବର୍ତ୍ତମାନ ମୁଁ ଏହାକୁ ଉପଭୋଗ କରୁଛି । ଗଛରେ ଆଶ୍ରୟ ନେବା ପାଇଁ ସେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଛନ୍ତି । ଏହି ସମୟରେ ସେ ବିଭିନ୍ନ ବହି ଯଥା ରାମାୟଣ ଓ ଭଗବତ ଗୀତା ଇତ୍ୟାଦି ପଢାପଢିରେ ମନୋନିବେଶ କରିଛନ୍ତି ।