ହାଇଦ୍ରାବାଦ: ଜାତିର ପିତା ମହାତ୍ମା ଗାନ୍ଧୀ ପ୍ରସିଦ୍ଧ ରାଷ୍ଟ୍ରବାଦୀ ଓ ସାମାଜିକ ବିଚାରକ ଗୋପାଳ କୃଷ୍ଣ ଗୋଖଲେଙ୍କ ବିଚାର ଦ୍ବାରା ଗଭୀର ଭାବେ ପ୍ରଭାବିତ ଥିଲେ । ଗାନ୍ଧୀଜୀ ଗୋଖଲେଙ୍କ ଦ୍ବାରା ସାମାଜିକ ସୁଧାର କ୍ଷେତ୍ରରେ ଓ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରଭାବିତ ଥିଲେ ।
ଗାନ୍ଧୀ ଏହି ପ୍ରସଙ୍ଗରେ ଗୋଖଲେଙ୍କୁ ଉଦ୍ଧୃତ କରିବା ପସନ୍ତ କରୁଥିଲେ । ଆଜି ଦେଶର ମୁଖ୍ୟ ଆବଶ୍ୟକତା ହେଉଛି ଶିକ୍ଷା । ପ୍ରାଥମିକ ଶିକ୍ଷା ଅର୍ଥ ହେଉଛି ରକ୍ଷଣଶୀଳ ଚିନ୍ତାଧାରାକୁ ଶେଷ କରିବା, ଲୋକମାନେ ସେମାନଙ୍କର ଅଧିକାର ବିଷୟରେ ଜାଣିବା ଉଚିତ | ଏହା ସହିତ, ଲୋକମାନେ ସେମାନଙ୍କର ଦାୟିତ୍ବ ଏବଂ କର୍ତ୍ତବ୍ୟ ବିଷୟରେ ମଧ୍ୟ ଜାଣିବା ଆବଶ୍ୟକ |
ଆତ୍ମସମ୍ମାନର ବିକାଶ
ଯେତେବେଳେ ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କ ସହିତ ପକ୍ଷପାତିତା ହୋଇଥିଲା, ତା ପରେ ସେ ଅନୁଭବ କଲେ ଯେ ଗରିବ ଲୋକମାନଙ୍କ ମଧ୍ୟରେ ବି ଦେଶପ୍ରେମର ଭାବନା ରହିଥାଏ | ଫଳସ୍ବରୂପ, ଯେତେବେଳେ ସେ ଭାରତକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ସେ ନିମ୍ନ ବର୍ଗର , ଯେଉଁମାନେ ଭୟଭୀତ ଭାବନା ସହିତ ସମାଜରେ ବାସ କରନ୍ତି ଲୋକଙ୍କୁ ଦେଖି ଆତ୍ମଗ୍ଲାନୀ ଅନୁଭବ କଲେ |
ଆତ୍ମନିର୍ଭରତା
ଆତ୍ମନିର୍ଭରଶୀଳ ହେବାରେ ଗାନ୍ଧୀଙ୍କ ବିଶ୍ବାସ ତାଙ୍କ ସାମାଜିକ ଦର୍ଶନର ମୂଳଦୁଆ ଥିଲା । କେବଳ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆତ୍ମନିର୍ଭରଶୀଳ ହୋଇ ଜଣେ ବ୍ୟକ୍ତି ବା ରାଷ୍ଟ୍ର ନିଜ ସ୍ବାଧିନତାକୁ ସୁରକ୍ଷା ଦେଇ ଏକ ସମ୍ମାନଜନକ ଅସ୍ତିତ୍ବ ବଜାୟ ରଖିପାରିବେ |
ଗ୍ରାମୀଣ ଜୀବନର ପୁର୍ନଗଠନ
ଗାନ୍ଧୀଜି ସାମାଜିକ କ୍ଷେତ୍ରରେ ଗ୍ରାମଗୁଡିକର ପୁନର୍ଜୀବନକୁ ଏକ କେନ୍ଦ୍ରୀୟ କ୍ଷେତ୍ର ଭାବରେ ବିବେଚନା କରିଥିଲେ । କାରଣ ଏହି ଗ୍ରାମରେ ବହୁ ସଂଖ୍ୟକ ଭାରତୀୟ ରହୁଥିଲେ । ସେ ବିଶ୍ବାସ କରୁଥିଲେ ଯେ ଭାରତର ଆତ୍ମା ଗାଁରେ ରହିଥାଏ । ସେ ସ୍ପଷ୍ଟ ଭାବରେ ବୁଝୁଥିଲେ ଯେ ଗ୍ରାମାଞ୍ଚଳର କଲ୍ୟାଣ ପାଇଁ ଆତ୍ମନିର୍ଭରଶୀଳତାର ନୀତି ହେଉଛି ଚାବିକାଠି ।
ହିନ୍ଦୁ-ମୁସଲିମ ସମ୍ପର୍କ
ଗାନ୍ଧିଜୀ ବିଶ୍ବାସ କରିଥିଲେ ଯେ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ଯେ ପର୍ଯ୍ୟନ୍ତ ବୁଝାଣାର ଭାବନା ସହିତ ସେମାନଙ୍କର ମତଭେଦ ସମାଧାନ କରିବାକୁ ସହମତ ନହେବେ ସେ ପର୍ଯ୍ୟନ୍ତ ଭାରତର ସାମାଜିକ ତଥା ଅର୍ଥନୈତିକ ବିକାଶ ସ୍ଥିର ରହିବ ନାହିଁ । ଏଣୁ ଉଭୟଙ୍କ ମଧ୍ୟରେ ସହମତି ଓ ସଦଭାବ ହିଁ ଭାରତର ବିକାଶରେ ସହଯୋଗ କରିବ ।