ଓଡିଶା

odisha

ETV Bharat / bharat

ରେଳବାଇର ଜଗଜୀବନ ହସ୍ପିଟାଲ ହେଲା କୋଭିଡ୍ ଚିକିତ୍ସା କେନ୍ଦ୍ର - Covid Medical Center

ରାଜ୍ୟରେ ହୁ ହୁ ହୋଇ କୋରୋନା ମାଡି ଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ପଶ୍ଚିମ ରେଳବାଇର ଜଗ ଜୀବନ ରାମ ହସ୍ପିଟାଲକୁ କୋଭିଡ୍ 19 ହସ୍ପିଟାଲରେ ପରିଣତ କରାଯାଇଛି।

ରେଳବାଇର ଜଗଜୀବନ ହସ୍ପିଟାଲ ହେଲା କୋଭିଡ୍ ଚିକିତ୍ସା କେନ୍ଦ୍ର
ରେଳବାଇର ଜଗଜୀବନ ହସ୍ପିଟାଲ ହେଲା କୋଭିଡ୍ ଚିକିତ୍ସା କେନ୍ଦ୍ର

By

Published : May 26, 2020, 2:53 PM IST

ମୁମ୍ବାଇ: ରାଜ୍ୟରେ ହୁ ହୁ ହୋଇ କୋରୋନା ମାଡି ଚାଲିଥିବା ବେଳେ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ଦିନକୁ ଦିନ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ବଢିଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ତାଳ ହେଇ ବଢି ଚାଲିଛି।

ଏହାରି ଭିତରେ ସରକାର ବିଭିନ୍ନ ଗାଇଡ ଲାଇନ ମାନ ଜାରି କରି ଲୋକଙ୍କୁ ସଚେତନ କରିବା ଠୁ ଆରମ୍ଭ କରି କିଭଳି ଭାବେ କୋରୋନା ରୋଗୀଙ୍କ ଚିକିତ୍ସା ହେବ ସେନେଇ ଅହରହ ଚେଷ୍ଟିତ ।

ସହରର ବିଭିନ୍ନ ବେସରକାରୀ ହସ୍ପିଟାଲରେ କୋରୋନା ରୋଗୀଙ୍କ ପାଇଁ ପ୍ରଥମେ 20 ପ୍ରତିଶତ ବେଡ ସଂରକ୍ଷଣ ନିୟମ ଲାଗୁ ପରେ ଆଜି ପଶ୍ଚିମ ରେଳବାଇର ଜଗ ଜୀବନ ରାମ ହସ୍ପିଟାଲକୁ କୋଭିଡ୍ 19 ହସ୍ପିଟାଲରେ ପରିଣତ କରାଯାଇଛି।

ଏହି ହସ୍ପିଟାଲରେ କେବଳ କୋରୋନା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସହରରେ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବାରୁ ସେମାନଙ୍କ ପାଇଁ ହସ୍ପିଟାଲ ଯୋଗାଇବା ଏବେ ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଚ ସୃଷ୍ଟି କରିଛି।

ABOUT THE AUTHOR

...view details