ଶ୍ରୀନଗର :ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ ସାରା ଭାରତକୁ 21 ଦିନ ପାଇଁ ଲକଡାଉନ କରାଯାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୋଦି ସରକାର ଏହି ପଦକ୍ଷେପ ନେଇଛନ୍ତି । ଏନେଇ ଜମ୍ମୁ କାଶ୍ମୀର ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଅପ୍ରିଲ 14 ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ, ପୋଲିସ ଷ୍ଟେସନ ଓ ଅଗ୍ନିଶମ କାର୍ଯ୍ୟାଳୟ ଖୋଲା ରହିବ ।
ଜମ୍ମୁକାଶ୍ମୀର ଲକଡାଉନ, ବନ୍ଦ ହେଲା ସମସ୍ତ କାର୍ଯ୍ୟାଳୟ - The J&K administration ordered closure of all government offices till April 14
ଜମ୍ମୁ କାଶ୍ମୀରରେ ଅପ୍ରିଲ 14 ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ବନ୍ଦ । ତେଜରାତି, ଔଷଧ ଓ ପନିପରିବା ଦୋକାନ ରହିବ ଖୋଲା । ଅଧିକ ପଢନ୍ତୁ...
ସେହିପରି ଜମ୍ମୁ କାଶ୍ମୀରରେ ଥିବା ସମସ୍ତ ମଲ ଗୁଡିକ ବନ୍ଦ ଥିବା ବେଳେ ସହରର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଫଳରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିଛି । ଯେଉଁମାନେ ମେଡିକାଲ ଭଳି ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ସେମାନେ କେବଳ ବାହାରକୁ ବାହାରି ପାରିବେ । ସହରର ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ଆଗମନକୁ ରୋକିବା ପାଇଁ ବିଭିନ୍ନ ବ୍ୟାରିକେଟର ବ୍ୟବସ୍ଥା କରାଯାଇଥିବା ବେଳେ ଚେକିଂ ଫାଟକ ମଧ୍ୟ କରାଯାଇଛି । ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜମ୍ମୁ ଓ କାଶ୍ମୀରରେ ସମସ୍ତ ଦୋକାନ ବନ୍ଦ ଥିବାବେଳେ, ତେଜରାତି, ଔଷଧ ଓ ପନିପରିବା ଦୋକାନ ଖୋଲା ରହିଛି ।
@IANS