ହାଇଦ୍ରାବାଦ: କୋଭିଡ-19 ମହାମାରୀ ବିଶ୍ବ ଅର୍ଥନୀତିରେ ଏକ ଅଦୃଶ୍ୟ ତଥା ବ୍ୟାଘାତକାରୀ ପ୍ରଭାବ ପକାଇଛି । ଡିସେମ୍ବର 2019ରେ ଚୀନରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ପରବର୍ତ୍ତୀ ମାସ ଗୁଡିକରେ, ବିଶ୍ବର ପ୍ରମୁଖ ଶିଳ୍ପ ହବ୍ ଥିବା ଅନେକ ଅଞ୍ଚଳରେ ଏହାର କାୟା ବିସ୍ତାର ଯୋଗୁଁ ସେଠାରେ ତୁରନ୍ତ ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିଲା ଏବଂ ଉତ୍ପାଦନ ଅଟକି ରହିଲା । ଏହି ଅଞ୍ଚଳଗୁଡିକ ମଧ୍ୟରୁ ଅନେକ ବିଶ୍ବ ଅର୍ଥନୈତିକ ଫୋରମ ଦ୍ବାରା ଉନ୍ନତ ଉତ୍ପାଦନ ହବ୍ ଭାବେ ମାନ୍ୟତା ପାଇଛନ୍ତି । ଯେଉଁଥିରେ- ଡେଟ୍ରୋଇଟ୍, ମିଚିଗାନ୍ ଏବଂ ଯୁକ୍ତରାଷ୍ଟ୍ରର ନ୍ୟୁ ଇଂଲଣ୍ଡ ଅଞ୍ଚଳ ଅନ୍ତର୍ଭୁକ୍ତ; ଏହାସହ ଇଟାଲୀର ଲମ୍ବୋର୍ଡି ଅଞ୍ଚଳ, ଇସ୍ତାନବୁଲ, ତୁର୍କୀ, ସ୍ପେନର ବାସ୍କ ଅଞ୍ଚଳ, କୋପେନହାଜେନ, ଡେନମାର୍କ, ଏବଂ ଉଲସାନ, ଦକ୍ଷିଣ କୋରିଆ ରହିଛନ୍ତି । ଦ୍ରୁତ ଗତିରେ ବ୍ୟାପିଥିବା ଏହି ମହାମାରୀର ପରିଣାମ ସ୍ବରୂପ, ଯୁକ୍ତରାଷ୍ଟ୍ରରେ ଉତ୍ପାଦନ ଏବଂ ସାମଗ୍ରିକ ଶିଳ୍ପ ଉତ୍ପାଦନରେ ତୀବ୍ର ହ୍ରାସ ଘଟିଛି । ତେବେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ହୋଇଥିବା ମାନ୍ଦାବସ୍ଥାରେ ମଧ୍ୟ ଏପରି ହ୍ରାସ ଘଟିନଥିଲା ଯାହା ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ଏବଂ ଆର୍ଥିକ ବଜାରର ଅବନତିର ଆଶଙ୍କାକୁ ପ୍ରତିଫଳିତ କରିଛି। ସେହିଭଳି ତୁର୍କୀ, ଇଟାଲୀ, ଡେନମାର୍କ ଏବଂ ସ୍ପେନରେ କୋଭିଡ-19ର ପ୍ରଭାବ ଅର୍ଥନୀତିକୁ ଅସ୍ତବ୍ୟସ୍ତ କରି ପକାଇଛି, ମହାମାରୀର ଅର୍ଥନୈତିକ ଅବନତି ଦ୍ବାରା ଉତ୍ପାଦନ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଏହା ଏପରି ଏକ ସମୟରେ ଆସିଥିଲା ଯେତେବେଳେ ଅନେକ ଉତ୍ପାଦକ ଅସ୍ଥିର ବିନିମୟ ମୂଲ୍ୟ, ଉଚ୍ଚ ସୁଧ ହାର ଏବଂ ନକାରାତ୍ମକ ବ୍ୟାଙ୍କ ଋଣ ଗୁଣ ସହିତ ଅନ୍ୟାନ୍ୟ ଅର୍ଥନୈତିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିଲେ । ଏହି ଦେଶଗୁଡିକରେ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିବାର ଦୈନିକ ରିପୋର୍ଟ ଚିନ୍ତା ବଢ଼ାଇଥିଲା ଏବଂ ଉତ୍ପାଦନ କ୍ଷେତ୍ରକୁ ଏହି ରୋଗକୁ ରୋକିବାରେ ଆବଶ୍ୟକ ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା । ମାନବ ଜୀବନ ଉପରେ ଏହାର ପ୍ରଭାବ ବିଷୟରେ ତୁରନ୍ତ ଚିନ୍ତା କରିବା ସହିତ, ଭୟଙ୍କର ଆର୍ଥିକ ଅବନତି ହେବାର ଆଶଙ୍କା ରହିଛି । କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗଗୁଡିକ (SMEs) ବିଶ୍ବବ୍ୟାପୀ ବିଶେଷ ଭାବେ ଆଘାତ ପାଇଛି । ଚୀନ, ଇଟାଲୀ ଏବଂ ଆମେରିକା ତୁଳନାରେ ଦକ୍ଷିଣ କୋରିଆରେ କୌଣସି ଲକଡାଉନ ହୋଇନଥିଲା । କାରଣ 2015ରେ ଏକ MERS ବିସ୍ଫୋରଣରୁ ଶିକ୍ଷା କରି, ଦେଶ ପ୍ରସ୍ତୁତ ହୋଇ ପରୀକ୍ଷଣକୁ ତ୍ବରାନ୍ବିତ କଲା ।