ଓଡିଶା

odisha

ETV Bharat / bharat

'ଶହୀଦଙ୍କ ପରିବାରକୁ ଲକ୍ଷେ ଦେଲେ ମିଳିବ ଜାମିନ'

ପୁଲୱାମା ଶହୀଦଙ୍କ ପରିବାରକୁ ସହାୟତା ପାଇଁ ଦିଅନ୍ତୁ ଲକ୍ଷେ ମିଳିବ ଜାମିନ। ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଜାମିନ ପାଇବାକୁ ହେଲେ ସୈନିକ ୱେଲଫେୟାର ଫଣ୍ଡ 1ଲକ୍ଷ ଟଙ୍କା ଦାନ କରନ୍ତୁ।

By

Published : Feb 27, 2019, 12:26 PM IST

ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ପୁଲୱାମା ଶହୀଦଙ୍କ ପରିବାରକୁ ସହାୟତା ପାଇଁ ଦିଅନ୍ତୁ ଲକ୍ଷେ ମିଳିବ ଜାମିନ । ଶହୀଦଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ତେଲେଙ୍ଗାନା ହାଇକୋର୍ଟ ଏପରି ନିଆରା ନିଷ୍ପତ୍ତି ନେଇଛନ୍ତି। ଠକେଇ ମାମଲାରେ ଫସି ଜାମିନ ପାଇଁ ଆସିଥିବା ଅଭିଯୁକ୍ତଙ୍କ ପାଇଁ ହାଇକୋର୍ଟ ଏପରି ସର୍ତ୍ତ ରଖିଥିଲେ ।

ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଜାମିନ ପାଇବାକୁ ହେଲେ ସୈନିକ ୱେଲଫେୟାର ଫଣ୍ଡ 1ଲକ୍ଷ ଟଙ୍କା ଦାନ କରନ୍ତୁ। ଏହା ପରେ ଜାମିନ ମିଳିବ । ହାଇକୋର୍ଟର ବିଚାରପତି ବି. ଶିବଶଙ୍କର ରାୟ ଏହିନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ, ସନ ପରିବାର ଗ୍ରୁପ ନାମକ ଏକ କମ୍ପାନୀ 150 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ଏନେଇ ହାଇକୋର୍ଟରେ ମାମଲା ଚାଲିଛି । ଏହି ମାମଲାର ଜାମିନ ଶୁଣାଣି ବେଳେ କୋର୍ଟ ଏପରି ସର୍ତ୍ତ ରଖଛନ୍ତି।

ପୁଲୱାମା ଶହୀଦଙ୍କ ପରିବାରକୁ ଚାରିଆଡୁ ସହାୟତା ମିଳୁଛି । ଶହୀଦଙ୍କ ପରିବାର ଲୋକଙ୍କ ସହାୟତା ପାଇଁ କିଏ ବାହାଘର ବନ୍ଦ କରିଛି। ତ ପୁଣି କିଏ ଭିକ୍ଷା ବୃତ୍ତି କରି ସଞ୍ଚିତ କରିଥିବା ଅର୍ଥ ଶହୀଦଙ୍କ ପରିବାର ହାତକୁ ଟେକି ଦେଇଛି। ହେଲେ ବୀର ଶହୀଦଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିଆରା ପଦକ୍ଷେପକୁ ସବୁ ମହଲରେ ପ୍ରଂଶସା କରାଯାଇଛି।

ABOUT THE AUTHOR

...view details