ନୂଆଦିଲ୍ଲୀ:ଚୀନର ବଢ଼ୁଥିବା ସାମର୍ଥ୍ୟକୁ ନେଇ ବିଶ୍ବକୁ ସତର୍କ କରାଇଲେ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ। ଅନିଶ୍ଚିତତା ମଧ୍ୟରେ ବିଶ୍ବରେ ଚୀନକୁ ନିଜ ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ମଳିଛି। ଏହାସହ ପରୋକ୍ଷରେ ବିଶ୍ବର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କୁରଥିବା ବିଶ୍ବର ପ୍ରମୁଖ ଶକ୍ତିକୁ ପଦାରେ ପକାଇଛି। ଭର୍ଚୁଆଲ ମାଧ୍ୟମରେ ଏହା କହିଛନ୍ତି ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ।
ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ବିଶ୍ବ ପ୍ରତି ଏକ ସତର୍କତା ହେବାର ବିଷୟ। ଆଜିର ସମୟରେ ବିସ୍ତାରବାଦୀ ଚିନ୍ତାଧାରା ରଖୁଥିବା ଶକ୍ତି ବିଶ୍ବପାଇଁ ବିପଦ ଆଣିପାରେ। ପାକିସ୍ତାନକୁ ମୋହରା କରି ଚୀନ ତାର ଚାଲ ଚଲାଇବାରେ ଲାଗିଛି। ପାକିସ୍ତାନ ମଧ୍ଯ ଚୀନର ସମସ୍ତ ନୀତିକୁ ଅବଲମ୍ବନ କରି ତା ଜାଲରେ ପଡ଼ିବାରେ ଲାଗିଛି। ପରବର୍ତ୍ତୀ ସମୟରେ ପାକିସ୍ତାନ ସାମରିକ ଶକ୍ତିକୁ ନେଇ ଚୀନ ଉପରେ ଆହୁରି ନିର୍ଭଳଶୀଳ ହେବା। ଏହା ବିଶ୍ବ ପାଇଁ ଏକ ବିପଦ ସୃଷ୍ଟି କରିପାରେ।