ନୂଆଦିଲ୍ଲୀ: ସରିଲା ଦେଶର ମହାଗଣପର୍ବ । ଅପେକ୍ଷାରେ ନିର୍ବାଚନୀ ଫଳାଫଳ । ତେବେ ଏନେଇ ଗଣମାଧ୍ୟମ ବା ବିଭିନ୍ନ ଟେଲିଭିଜନ ସଂସ୍ଥା ପକ୍ଷରୁ ଚାଲିଥିଲା ଅଙ୍କକଷାକଷି । ଆଉ ଏହାର ଫଳାଫଳ ରବିବାର ସନ୍ଧ୍ଯାରେ ପ୍ରକାଶ ପାଇଛି । ଚାରିଆଡେ ଏକଜିଟ୍ ପୋଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏନେଇ ଚର୍ଚ୍ଚାକୁ ନେଇ ବଡ଼ ବଡ଼ ନେତା ଟେନସନରେ । ଏହି ଏକଜିଟ୍ ପୋଲ ଖବର ଶୁଣିବା ପରେ ମମତା ବାନାର୍ଜୀ ଏବଂ ଓମାର ଅବଦୁଲା ଟ୍ବିଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
‘ଏକଜିଟ୍ ପୋଲରେ ଭରସା ନାହିଁ, କିଛିଦିନ ପାଇଁ ଟିଭି ବନ୍ଦ ରଖିବା ଆବଶ୍ୟକ’ - exit poll
ଏକଜିଟ୍ ପୋଲକୁ ନେଇ ବଡ଼ ବଡ଼ ନେତା ଟେନସନରେ । ଏହି ଏକଜିଟ୍ ପୋଲ ଖବର ଶୁଣିବା ପରେ ମମତା ବାନାର୍ଜୀ ଏବଂ ଓମାର ଅବଦୁଲା ଟ୍ବିଟ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନର ଏକଜିଟ୍ ପୋଲକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଏକଜିଟ୍ ପୋଲ ଉପରେ ଭରସା କରିବାକଥା ନୁହଁ । ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ଟ୍ବିଟ କରି କହିଛନ୍ତି, ‘ମୁଁ ଏକଜିଟ ପୋଲର ଗୁଜବକୁ ବିଶ୍ବାସ କରେନାହିଁ । ଏହି ଗୁଜବ ଜରିଆରେ ହଜାରେ ଇଭିଏମ ବଦଳାଇବା ଏବଂ ସେଥିରେ ହେରାଫେରି କରିବାର ଏକ ଗେମ ପ୍ଲାନ । ମୁଁ ସମସ୍ତ ବିରୋଧି ଦଳକୁ ଏକଜୁଟ, ମଜବୁତ ଏବଂ ନିଶ୍ଚିନ୍ତ ରହିବାକୁ ଅପିଲ କରୁଛି । ଆମେ ଏହି ଲଢେଇ ମିଳିମିଶି ଲଢିବା ।’
ସେହିପରି ନ୍ୟାଶନାଲ କନଫ୍ରେନ୍ସ ଅଧ୍ୟକ୍ଷ୍ୟ ତଥା ଜାମ୍ମୁ-କଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଟ୍ବିଟ କରିଛନ୍ତି । ସେ କହିଛନ୍ତି, ‘ସମସ୍ତ ଏକଜିଟ୍ ପୋଲ ଭୁଲ ହୋଇନଥାଇ ପାରେ! ବର୍ତ୍ତମାନ ଟିଭି ବନ୍ଦ କରିବାର ସମୟ ଆସିଯାଇଛି। ସୋସିଆଲ ମିଡିଆଠଆରୁ କିଛି ସମୟ ପର୍ଯ୍ୟନ୍ତ ଦୂରରେ ରହିବା ଆବଶ୍ୟକ । ଆଉ ମେ 23 କୁ ଅପେକ୍ଷା କରିବା ଉଚିତ ।’