ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏୟାରପୋର୍ଟରେ ଭର୍ଚୁଆଲ୍ ଆଇସର ମଜା ନେବେ ଯାତ୍ରୀ

ରାଜଧାନୀ ଦିଲ୍ଲୀର ବିମାନବନ୍ଦରରେ ଆପଣ ବର୍ତ୍ତମାନ ଭର୍ଚୁଆଲ୍ ବରଫ ତଥା ଆଇସ ଏଜର ମଜା ନେଇପାରବେ ।

ଦିଲ୍ଲୀ ଏୟାରପୋର୍ଟରେ ଭର୍ଚୁଆଲ୍ ଆଇସର ମଜା ନେବେ ଯାତ୍ରୀ
ଦିଲ୍ଲୀ ଏୟାରପୋର୍ଟରେ ଭର୍ଚୁଆଲ୍ ଆଇସର ମଜା ନେବେ ଯାତ୍ରୀ

By

Published : Oct 7, 2020, 11:38 AM IST

ନୂଆଦିଲ୍ଲୀ: ବର୍ତ୍ତମାନ ଯେତେବେଳେ ଆପଣ ଦିଲ୍ଲୀ ଏୟାରପୋର୍ଟରେ ଓହ୍ଲାଇବେ ସେତେବେଳେ ଆପଣ ଏୟାରପୋର୍ଟର ଏକ ଅଲଗା ଦୃଶ୍ୟ ଦେଖବେ । ରାଜଧାନୀ ଦିଲ୍ଲୀର ବିମାନବନ୍ଦରରେ ଆପଣ ବର୍ତ୍ତମାନ ଭର୍ଚୁଆଲ୍ ବରଫ ତଥା ଆଇସ ଏଜର ମଜା ନେଇପାରବେ ।

ଏହି ସୁନ୍ଦର ପରିବର୍ତ୍ତନ ବିମାନବନ୍ଦରର ଟର୍ମିନାଲ୍ -3 ରେ ଦେଖିବାକୁ ମିଳବ । ଯେଉଁଠାରେ ବର୍ତ୍ତମାନ ଆପଣଙ୍କୁ ଅପେକ୍ଷା କରବାକୁ ବିରକ୍ତି ଅନୁଭବ ହେବନାହିଁ । ଟର୍ମିନାଲ୍ -3ରେ ଏକ ଭର୍ଚୁଆଲ୍ ଡୋମ ବ୍ୟବସ୍ଥା କରାଯାଇଛି । ଯାହାକୁ ହାଇଦ୍ରାବାଦରେ ପ୍ରସ୍ତୁତ କରାଯାଇଛି । ଏହି ଡୋମ ଟର୍ମିନାଲ୍ -3ର ବୋର୍ଡିଂ ଗେଟ୍ ନମ୍ବର 41ରେ ସ୍ଥାପିତ ହୋଇଛି ଏବଂ ଏହାକୁ ଦିଲ୍ଲୀର ନେହେରୁ ପ୍ଲାନେଟୋରିୟମ୍ ସହିତ ତୁଳନା କରାଯାଉଛି ।

ଭର୍ଚୁଆଲ୍ ରିଆଲିଟି ଏକ ମିନି ପ୍ଲାନେଟାରିୟମ୍ ପରି ଡିଜାଇନ୍ ହୋଇଛି ।ଏହି ବିଶେଷ ବ୍ୟବସ୍ଥାକୁ ଉପଭୋଗ କରିବା ପାଇଁ କେତେକ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି । ବିମାନବନ୍ଦର କର୍ତ୍ତୃପକ୍ଷ ବର୍ତ୍ତମାନ ଯାତ୍ରୀମାନଙ୍କ ପାଇଁ 7-15ମିନିଟର ସମୟ ସ୍ଥିର କରିଛନ୍ତି । ଯେଉଁଥିପାଇଁ ଲୋକଙ୍କୁ 200 ଟଙ୍କା ଟିକେଟ କାଟିବାକୁ ପଡିବ।

କୋରୋନା ମହାମାରୀ ହେତୁ ଏହାକୁ ଦେଖିବା ପାଇଁ ପ୍ରତିଦିନ ଏକ ସୀମା ଧାର୍ଯ୍ୟ କରାଯାଇଛି। ଯେଉଁଥିରେ ପ୍ରତିଦିନ 80 ଜଣ ଯାତ୍ରୀ ଏହାର ଉପଭୋଗ କରିପାରିବେ।

ABOUT THE AUTHOR

...view details