ଓଡିଶା

odisha

ETV Bharat / bharat

ଆଣ୍ଟୋନିଓ ଗୁତରେସଙ୍କୁ କଡା ଯବାବ ଦେଲେ ରଭିଶ୍ କୁମାର - Foreign Ministry has responded UN Secretary-General

ଜାମ୍ମୁ କାଶ୍ମୀରକୁ ନେଇ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁତରେସ ଦେଇଥିବା ମନ୍ତବ୍ୟର କଡା ଜବାବ ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଭିଶ୍ କୁମାର । ସେ କହିଛନ୍ତି ଭାରତ ନିଜ ନିଷ୍ପତିରେ ଅଟଳ ଏବଂ ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ତେଣୁ ଏଭଳି ସ୍ଥିତିରେ ମଧ୍ୟସ୍ତତାର କୌଣସି ପ୍ରଶ୍ନ ଉଠୁନାହିଁ । ଅଧିକ ପଢନ୍ତୁ...

_The Foreign Ministry has responded UN Secretary-General
ଆଣ୍ଟୋନିଓ ଗୁତରେସଙ୍କୁ କଡା ଯବାବ ଦେଲେ ରଭିଶ୍ କୁମାର

By

Published : Feb 17, 2020, 6:53 AM IST

ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରକୁ ନେଇ ସଂଯୁକ୍ତ ରାଷ୍ଟ୍ର ମହାସଚିବ ଆଣ୍ଟୋନିଓ ଗୁତରେସ ଦେଇଥିବା ମନ୍ତବ୍ୟର କଡା यବାବ ଦେଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରଭିଶ୍ କୁମାର । ସେ କହିଛନ୍ତି ଭାରତ ନିଜ ନିଷ୍ପତିରେ ଅଟଳ ଏବଂ ଜମ୍ମୁକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ତେଣୁ ଏଭଳି ସ୍ଥିତିରେ ମଧ୍ୟସ୍ତତାର କୌଣସି ପ୍ରଶ୍ନ ଉଠୁନାହିଁ ।

ସୂଚନା ଅନୁଯାୟୀ, ଆଣ୍ଟୋନିଓ ଗୁତରେସ 4 ଦିନିଆ ପାକିସ୍ତାନ ଗସ୍ତରେ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଜାମ୍ମୁକାଶ୍ମୀର ଉପରେ ନିଜର ଚିନ୍ତା ପ୍ରକଟ କରିବା ସହ ଏହି ବିବାଦ ଉପରେ ମଧ୍ୟସ୍ତତା କରିବା ନେଇ କହିଥିଲେ । ଏଥିସହ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ବିବାଦକୁ କମ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ ।

ଏହାଛଡା ସେ କହିଥିଲେ, ଭାରତ ଏବଂ ପାକିସ୍ତାନ ପରସ୍ପରର ସୈନ୍ୟ ସହ ମତାନ୍ତର କମ କରିବା ଉଚିତ୍ । ମୁଁ ପୂର୍ବରୁ ମଧ୍ୟ ଏନେଇ ସହଯୋଗର ହାତ ବଢାଇଥିଲି । ଯଦି ଦୁଇ ଦେଶର ଆପତ୍ତି ନାହିଁ ମୁଁ ଏହି ବିବାଦରେ ମଧ୍ୟସ୍ତତା କରିବାକୁ ରାଜି ଅଛି ।

ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଭିଶ୍ କୁମାର କହିଛନ୍ତି, ଭାରତ ନିଜ ନିଷ୍ପତିରେ ଅଟଳ ଅଟେ ଏବଂ ଜାମ୍ମକାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଅଟେ । ତେଣୁ ଏଭଳି ସ୍ଥିତିରେ ମଧ୍ୟସ୍ତତାର କୌଣସି ପ୍ରଶ୍ନ ଉଠୁନାହିଁ ।

For All Latest Updates

TAGGED:

ABOUT THE AUTHOR

...view details