ଓଡିଶା

odisha

ETV Bharat / bharat

ମିଥିଳାବାସୀଙ୍କ ପାଇଁ ଖୁସି ଖବର, ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗାରୁ ଉଡିବ ବିମାନ - ମିଥିଳାବାସୀଙ୍କ ପାଇଁ ଖୁସି ଖବର

ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ସାକାର ହେବ ସ୍ବପ୍ନ । ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗା ବିମାନବନ୍ଦରରୁ ଉଡ଼ିବ ବିମାନ । ଏଥିସହିତ ବିମାନରେ ଟିକେଟ୍ ବୁକିଂ ପ୍ରକ୍ରିୟା 30 ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ମିଥିଳାବାସୀଙ୍କ ପାଇଁ ଖୁସି ଖବର, ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗାରୁ ଉଡିବ ବିମାନ
ମିଥିଳାବାସୀଙ୍କ ପାଇଁ ଖୁସି ଖବର, ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗାରୁ ଉଡିବ ବିମାନ

By

Published : Sep 12, 2020, 5:00 PM IST

ପାଟଣା: ମିଥିଳାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ସମୟ ଅପେକ୍ଷା ପରେ ଶେଷରେ ସାକାର ହେବ ସ୍ବପ୍ନ । ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗା ବିମାନବନ୍ଦରରୁ ଉଡ଼ିବ ବିମାନ। ଏଥି ସହିତ ବିମାନରେ ଟିକେଟ୍ ବୁକିଂ ପ୍ରକ୍ରିୟା 30 ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ବିମାନ ତିନୋଟି ରୁଟରେ ଉଡ଼ାଣ ଭରିବ । ଯେଉଁଥିରେ ଦରଭଙ୍ଗା - ଦିଲ୍ଲୀ, ଦରଭଙ୍ଗା-ବେଙ୍ଗାଲୁରୁ ଏବଂ ଦରଭଙ୍ଗା-ମୁମ୍ବାଇ ଅନ୍ତର୍ଭୁକ୍ତ ।

ମିଥିଳାବାସୀଙ୍କ ପାଇଁ ଖୁସି ଖବର, ନଭେମ୍ବର ପ୍ରଥମ ସପ୍ତାହରୁ ଦରଭଙ୍ଗାରୁ ଉଡିବ ବିମାନ

ଦୀର୍ଘ ଦିନ ଧରି ଚାଲିଆସୁଥିବା ଦରଭଙ୍ଗା ବିମାନବନ୍ଦରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ଏଭଳି ପରିସ୍ଥିତିରେ ଦରଭଙ୍ଗା ସାଂସଦ ଗୋପାଳ ଜୀ ଠାକୁର, କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଦରଭଙ୍ଗା ଆସି ବିମାନବନ୍ଦର ଯାଞ୍ଚ କରିବାକୁ କହିଥିଲେ। ଏହି କ୍ରମରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଶନିବାର ଦିନ ଦରଭଙ୍ଗାରେ ପହଞ୍ଚି ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଉପରେ ତନଖି କରିଥିଲେ ।

ଏଥି ସହିତ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ ସହ ଜଡିତ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଏହା ପରେ ନଭେମ୍ବର ପ୍ରଥମ ସପ୍ତାହରୁ ବିମାନ ଉଡ଼ାଣ ଘୋଷଣା କରିଥିଲେ।

ABOUT THE AUTHOR

...view details