ୱାସିଂଟନ: ପ୍ରଥମ ଥର ପାଇଁ ଆମେରିକାରେ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ବିଶ୍ବର ସବୁଠାରୁ ବିତ୍ତଶାଳୀ ଏବଂ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକାରେ ଏବେ ଏକ ପ୍ରକାର ଖାଦ୍ୟ ସଙ୍କଟ ପରିସ୍ଥିତି ଉପୁଜିଛି।
କୋରୋନା ଭାଇରସରେ ବିଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଏହି ଦେଶ। ବର୍ତ୍ତମାନ ଦେଶରେ 9 ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ମାମଲା ଥିବା ବେଳେ 50 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଏହା ଭିତରେ ସବୁଠାରୁ ବଡ ଦୁଃଖଦ ଖବର ଏହି କି ଯେ ଦେଶର ନାଗରିକ ମାନେ ବର୍ତ୍ତମାନ ଫୁଡ୍ ବ୍ୟାଙ୍କ( ଖାଦ୍ୟ ଭଣ୍ଡାର) ସାମ୍ନାରେ ଲମ୍ବା ଲାଇନରେ ଛିଡା ହୋଇଥିବା ଦେଖିବାକୁ ମିଳୁଛି। ଯାହା ସୂଚାଉଛି କୋରୋନା ପାଇଁ ଆମେରିକାର ସ୍ଥିତି କେତେ ଗମ୍ଭୀର ଓ ଦେଶବାସୀ କିପରି ଭାବେ ସଙ୍କଟର ସାମ୍ନା କରୁଛନ୍ତି।