ହାଇଦ୍ରାବାଦ: ପର୍ବତ ଉପରେ ରହି ସାଂସାରିକ ଜୀବଙ୍କ ମଧ୍ୟରେ ନବଚେତନାର ନିର୍ମାଣ କରୁଥିବା ସ୍କନ୍ଦମାତା । ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପରେ ମା' ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି । ସ୍କନ୍ଦ କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବା କାରଣରୁ ମା'ଙ୍କ ନାମ ସ୍କନ୍ଦମାତା । ମା'ଙ୍କ ବିଗ୍ରହରେ ଭଗବାନ ସ୍କନ୍ଦ ବାଳକ ରୂପରେ କୋଳରେ ବିରାଜମାନ କରିଥାନ୍ତି ।
ନବରାତ୍ରୀ: ପଞ୍ଚମ ଦିନ ପଦ୍ମାସନରେ ମା' ସ୍କନ୍ଦମାତା - ନବରାତ୍ରୀର ପଞ୍ଚମ ଦିନ
ନବରାତ୍ରୀର ପଞ୍ଚମ ଦିନରେ ସ୍କନ୍ଦମାତା ରୂପେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ଦୁର୍ଗା । ଆଜିର ଦିନରେ ମା'ଙ୍କ ପାଖରେ ଲାଗି ହୁଏ କେଶର ଯୁକ୍ତ କ୍ଷୀରି ଭୋଗ ।
ମା'ଙ୍କର ଏହି ରୂପରେ ଚାରୋଟି ହସ୍ତ ଥାଏ । ଗୋଟିଏ ହାତରେ ମା' ସ୍କନ୍ଦଙ୍କୁ ଧରିଥିବା ବେଳେ ଅନ୍ୟ ହାତରେ ପଦ୍ମଫୁଲ ସହ ବରଦାନ ମୂଦ୍ରାରେ ରହିଥାନ୍ତି । ମା'ଙ୍କ ବର୍ଣ୍ଣ ଶୁଭ୍ର ହୋଇଥିବା ବେଳେ ସେ ପଦ୍ମ ଆସନରେ ସିଂହ ଉପରେ ବିରାଜମାନ କରିଥାନ୍ତି । ଏଥିପାଇଁ ମା'ଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ମା'ଙ୍କର ଏପରି ସ୍ବରୂପ ଭକ୍ତଙ୍କ ପାଇଁ ମଙ୍ଗଳକାରୀ ହୋଇଥାଏ ।
ମା' ସ୍କନ୍ଦମାତାଙ୍କୁ କଦଳୀର ଭୋଗ ସବୁଠୁ ପ୍ରିୟ । ଏହା ସହ କ୍ଷୀରିରେ କେଶର ମିଶାଇ ପ୍ରସାଦ ଲାଗି ହୋଇଥାଏ । ନବରାତ୍ରୀର ପଞ୍ଚମୀ ତିଥିରେ ମା'ଙ୍କ ପୂଜାର୍ଚ୍ଚନାର ଶୁଭ ସମୟ 2 ଅକ୍ଟୋବର 11ଟା 4ରୁ ଆରମ୍ଭ ହୋଇଥିବା ବେଳେ ଏହା ଆଜି 10ଟା 12 ମିନିଟ ପର୍ଯ୍ୟନ୍ତ ରହିଛି । ସୂର୍ଯ୍ୟମଣ୍ଡଳରେ ଅଧିଷ୍ଠାତ୍ରୀ ଦେବୀ ହୋଇଥିବାରୁ ମା'ଙ୍କ ଉପାସକ କାନ୍ତିମୟ ହୋଇଥାନ୍ତି ।