ଓଡିଶା

odisha

ETV Bharat / bharat

ଦୁଇ ଶିଶୁଙ୍କୁ ହତ୍ୟା କରି ମେଟ୍ରୋ ଟ୍ରେନ ଆଗକୁ ଡେଇଁଲା ବାପା

ଦିଲ୍ଲୀର ଶାଲିମାର ଅଞ୍ଚଳରେ ବେକାରୀ ସମସ୍ୟାରେ ଛନ୍ଦି ହୋଇ ଜଣେ ପିତା ଦୁଇ ଶିଶୁଙ୍କୁ ହତ୍ୟା କରି ନିଜେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି  । ଅଧିକ ପଢନ୍ତୁ...

the-father-committed-suicide-by-jumping-in-front-of-the-metro-after-killing-his-own-two-children
ନିଜର ଦୁଇ ଶିଶୁ ପୁତ୍ରକୁ ହତ୍ୟା କରି ପିତା ମେଟ୍ରୋ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କଲା

By

Published : Feb 10, 2020, 12:02 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାଲିମାର ଅଞ୍ଚଳରେ ଜଣେ ପିତା ନିଜର ଦୁଇ ଶିଶୁଙ୍କୁ ହତ୍ୟା କରି ନିଜେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଉତ୍ତର ପୂର୍ବ ଦିଲ୍ଲୀର ଶାଲିମାର ବାଗ ଅଞ୍ଚଳରେ ସଂନ୍ଧ୍ୟା 6ଟା ବେଳେ ଘଟିଥିବା ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ନିଜର ଦୁଇ ଶିଶୁ ପୁତ୍ରକୁ ହତ୍ୟା କରି ପିତା ମେଟ୍ରୋ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କଲା

ଦିଲ୍ଲୀର ଶାଲିମାର ଅଞ୍ଚଳରେ ବିଜି ବ୍ଲକରେ ରହୁଥିବା 44 ବର୍ଷୀୟ ମଧୁର ମାଲାନୀ ନିଜ ଦୁଇ ଶିଶୁ 14 ବର୍ଷର ଝିଅ ଶମିକାନ୍ତ ଓ 6 ବର୍ଷର ପୁଆ ଶ୍ରୀକାନ୍ତକୁ ଗଳାଚିପି ହତ୍ୟା କରିଛି । ଏହାପରେ ନିଜେ ମେଟ୍ରୋ ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଛନ୍ତି । ଦୁଇ ଶିଶୁଙ୍କ ମା ବାହାରକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି । ସନ୍ଧ୍ୟା ବେଳେ ସେ ଘରେ ପହଞ୍ଚି କବାଟ ଖୋଲିବା ପରେ ନିଜ ଦୁଇ ଶିଶୁଙ୍କ ମୃତଦେହ ଦେଖିଥିଲେ ।

ଘର ମାଲିକଙ୍କ କହିବାଅନୁସାରେ ଗତ କିଛି ଦିନ ମଧୁରର ପରିବାରରେ ଘରୋଇ ଅଶାନ୍ତି ଦେଖାଦେଇଥିଲା । ଘରେ ଆର୍ଥିକ ସମସ୍ୟା ଦେଖାଦେଇଥିଲା । ମଧୁରଙ୍କ କୌଣସି ରୋଜଗାର ପନ୍ଥା ନଥିଲା । ଏହା ଯୋଗୁଁ ସେ ନିଜ ପରିବାର ପାଇଁ ସେ କିଛି କରିପାରୁନଥିଲା । ଗତ କିଛି ମାସ ହେଲା ସେ ମାନସିକ ଆଶାନ୍ତିରେ ରହୁଥିଲେ ।

ABOUT THE AUTHOR

...view details