ନୂଆଦିଲ୍ଲୀ: ମଙ୍ଗଳବାର 72 ତମ ସାଧାରଣତନ୍ତ୍ର ଦିବସରେ କୃଷକମାନଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ଆୟୋଜନ କରାଯିବାକୁ ଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତୋମାର କହିଛନ୍ତି ଗଣତନ୍ତ୍ର ରାଷ୍ଟ୍ରରେ ସମସ୍ତଙ୍କର ପ୍ରତିବାଦ କରିବାର ଅଧିକାର ରହିଛି । କୃଷି ଆଇନକୁ ନେଇ ଯେଉଁ ଆନ୍ଦୋଳନ ଚାଲିଛି ତାହା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେବା ନେଇ ଆମେ ଆଶା କରୁଥିଲୁ ।
କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇ ପାରିନାହିଁ । ତଥାପି ଖୁବଶିଘ୍ର କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ବାହାରିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି ତୋମାର ।