ଓଡିଶା

odisha

ETV Bharat / bharat

ଜାଣନ୍ତୁ କ'ଣ ପାଇଁ ପ୍ରସିଦ୍ଧ ଘୋରମାରାର ଜାୟକେଦାର ପେଡା.. - ଝାଡଖଣ୍ଡ

ନିଜର ଶୁଦ୍ଧତା ଓ ଉଚ୍ଚ-ଗୁଣବତ୍ତା ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଛି ଜାୟକଦାର ପେଡା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

By

Published : Aug 11, 2019, 5:31 AM IST

ରାଞ୍ଚି: ସମସ୍ତ ଧାର୍ମିକ ସ୍ଥଳରେ ଭୋଗ ଭାବେ ପେଡାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ । କିନ୍ତୁ ବାବାଧାମରେ ମିଳୁଥିବା ପ୍ରସାଦର କିଛି ଅଲଗା ସ୍ବତନ୍ତ୍ରତା ରହିଛି । ବିଶେଷକରି ଘୋରମାରାରେ ମିଳୁଥିବା ଜାୟକେଦାର ପେଡା ନିଜର ସ୍ବାଦ ପାଇଁ ଖାଲି ଦେଶ ନୁହଁ ବିଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି ।

ଝାଡଖଣ୍ଡର ଦେବଘର-ବାସିକୀନାଥ ମୁଖ୍ୟ ମାର୍ଗରେ ଥିବା ଘୋରମାରାର ବେଶେଷ ପେଡା ପାଇଁ ଦେଶବିଦେଶରେ ପ୍ରସିଦ୍ଧ । ଏହି ପେଡାର ସ୍ବତନ୍ତ୍ରତା ହେଉଛି ଯେ, ବିନା ଫ୍ରିଜରେ ଏହା 20 ଦିନ ପର୍ଯ୍ୟନ୍ତ ତାଜା ରହିପାରିବ । ଆଉ ଏହାର ସ୍ବାଦରେ ମଧ୍ୟ କୌଣସି ପରିବର୍ତ୍ତନ ଘଟିବ ନାହିଁ ।

କିପରି ତିଆରି ହୁଏ ?

ଶୁଦ୍ଧ ଖୁଆରେ ନିର୍ମିତ ଏହି ପ୍ରସାଦକୁ ଗୁଡରେ ମିଶାଇ ପ୍ରସ୍ତୁତ କରାଯାଏ । ଏହାକୁ ତିଆରି କରିବାପାଇଁ କାରୀଗରକୁ ନିଆଁ ପାଖରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ପ୍ରସ୍ତୁତ କରିବାକୁ ପଡିଥାଏ । ଆଉ ଏହାର ସ୍ବାଦିଷ୍ଟ ବାସ୍ନା ବାବାଧାମକୁ ଆସୁଥିବା ସମସ୍ତ କାଉଡିଆଙ୍କୁ ନିଜ ପାଖକୁ ଟାଣିଥାଏ ।

କୋଟିଏ ଟଙ୍କାର ହୋଇଥାଏ ବ୍ୟବସାୟ

ବାବା ଭୋଳାନାଥଙ୍କ ନଗରୀର ପେଡା ଭଗବାନ ଶିବଙ୍କୁ ପ୍ରସାଦ ଭାବେ ଲାଗିକରିବାର ପରମ୍ପରା ରହିଛି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଯେମିତି ହେଲେ ପେଡା କିଣି ଭଗବାନ ଶିବଙ୍କୁ ଅର୍ପଣ କରିଥାନ୍ତି । ଆଉ ନିଜ ସାମର୍ଥ ହିସାବରେ ଏହାକୁ ଘରକୁ ନେଇଯାଇଥାଏ । ତେଣୁ ପ୍ରତ୍ୟକବର୍ଷ ଏଠାରେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ ହୋଇଥାଏ । ଏହି ପେଡାରେ ଶୁଦ୍ଧାତା ଆଉ ଉଚ୍ଚ ଗୁଣବତ୍ତା ଦିର୍ଘ ଦିନ ଧରି ରହିଥାଏ ।

ABOUT THE AUTHOR

...view details