ଓଡିଶା

odisha

ETV Bharat / bharat

ହିନ୍ଦୁ-ମୁସଲମାନ ମିଶି ପାଳନ୍ତି ରାମଲୀଳା - ଭାଇଚାରର ପର୍ବ ରାମଲୀଳା

ଉତ୍ତରାଖଣ୍ଡର କାଶୀପୁରର ଭାଇଚାରର ପର୍ବ ରାମଲୀଳା । ମୁସଲିମ ପରିବାର ତିଆରି କରନ୍ତି ରାବଣ ଓ କୁମ୍ଭକର୍ଣ୍ଣଙ୍କ ପ୍ରତିମା । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 1, 2019, 11:08 PM IST

ଡେରାଡୁନ: ସମଗ୍ର ଦେଶରେ ନବରାତ୍ରୀ ସମୟରେ ରାମଲୀଳା ପ୍ରଦର୍ଶନ କରାଯାଇଥାଏ । ସେହି ସମୟରେ ଉତ୍ତରାଖଣ୍ଡର କାଶୀପୁରରେ ମଧ୍ୟ ରାମଲୀଳା ଆୟୋଜନ ହୋଇଥାଏ । କିନ୍ତୁ ଏଠାରେ ରାମଲୀଳାକୁ କିଛି ଖାସ ଉପାୟରେ ପାଳନ କରାଯାଇଥାଏ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ହିନ୍ଦୁ ମୁସଲିମ ମିଶି ଏହି ଉତ୍ସବକୁ ବେଶ ଧୁମଧାମର ସହକାରେ ପାଳନ କରିଥାନ୍ତି । ଗତ ଶହେ ବର୍ଷ ଧରି ରାବଣ ଓ କୁମ୍ଭକର୍ଣ୍ଣଙ୍କ ପ୍ରତିମା ତିଆରି କରୁଛନ୍ତି ମୁସଲମାନ ପରିବାର ।

ସୂଚନାମୁତାବକ, ମୋହମ୍ମଦ ମହବୁବ ପରିବାର 3 ପୀଢି ଧରି ଏହି ମୂର୍ତ୍ତି ତିଆରି କରିଆସୁଛନ୍ତି । ଆଉ ଏହା ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଉତ୍ତରପ୍ରଦେଶର ମେରଟ ସହରରେ ରହୁଥିବା ମହବୁବ ନିଜ ପରିବାର ସହିତ କାଶୀନଗର ପ୍ରତ୍ୟେକ ବର୍ଷ ଆସିଥାନ୍ତି ଆଉ ରାମଲୀଳା ପାଇଁ ରାବଣ ଓ କୁମ୍ଭକର୍ଣ୍ଣର ପ୍ରତିମା ପ୍ରସ୍ତୁତ କରିଥାନ୍ତି । ସେ ତାଙ୍କର 10 ଜଣ ସଦସ୍ୟଙ୍କ ସହ ଦିନ ରାତି ଏକ କରି ଏହାକୁ ପ୍ରସ୍ତୁତ କରିଥାନ୍ତି ଯାହା ଅତି ଚିତାକର୍ଷକ ଅଟେ ।

ଚଳିତବର୍ଷ ରାମଲୀଳାରେ 55 ଫୁଟର ରାବଣ ଓ 50 ଫୁଟର କୂମ୍ଭକର୍ଣ୍ଣ ପ୍ରତିମା ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ ରକରିବାପାଇଁ ତାଙ୍କୁ ଦେଢ ମାସର ସମୟ ଲାଗିଛି । ମେହବୁବଙ୍କର ଏହି କାମ ହିନ୍ଦୁ ଓ ମୁସଲମାନଙ୍କର ଭାଇଚାରାର ଉଦାହରଣ ଦିଏ ।

ABOUT THE AUTHOR

...view details