ମୁମ୍ବାଇ:ପତ୍ନୀଙ୍କୁ ସମନ ପରେ ଇଡିକୁ କଟାକ୍ଷ କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ବର୍ତ୍ତମାନ ବିଜେପି ବିରୋଧରେ ଯେଉଁମାନେ ସ୍ବର ଉତ୍ତୋଳନ କରୁଛନ୍ତି ଇଡି ସେମାନଙ୍କୁ ସମନ ପଠାଇବା କାର୍ଯ୍ୟ କରୁଛି। ଇଡି ପାଇଁ ଏହା ଏକ ଜାତୀୟ କାର୍ଯ୍ୟ ହୋଇଯାଇଛି। ଏକ ସାକ୍ଷାତକାରରେ ଏହା କହିଛନ୍ତି ସଞ୍ଜୟ ରାଉତ।
ସାକ୍ଷାତାକାରରେ ସଞ୍ଜୟତ ରାଉତ କହିଛନ୍ତି ଯେ, "ସାମ୍ପ୍ରତିକ ପରିସ୍ଥିତିରେ ରାଜନୈତିକ ଫାଇଦା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ବ୍ୟବହାର କରୁଛି ବିଜେପି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କିଛି ସମ୍ମାନ ଓ କିଛି ଦାୟିତ୍ବ ରହିଥିଲା। କିନ୍ତୁ ବର୍ତ୍ତମାନ ବିଜେପିର କାର୍ଯ୍ୟ କରିବା ଏହାର ଜାତୀୟ କର୍ତ୍ତବ୍ୟ ହୋଇ ପଡ଼ିଛି। ଏଭଳି ଏକ ସଂସ୍ଥା କୌଣସି ରାଜନୈତିକ ଦଳ ଦ୍ବାରା ପରିଚାଳିତ ହେବା ଦୁଃଖଦାୟକ।"