ଡେରାଡୁନ: ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉତ୍ତରାଖଣ୍ଡର ବାବା କେଦାରନାଥ ଅନ୍ୟତମ। ବର୍ଷର ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିଥାଏ ଏହି ଧାମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ କେଦାରନାଥଙ୍କ ଦ୍ବାରକୁ ଭାଇଦୁଜ ଦିନ ବନ୍ଦ କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗକୁ ଦ୍ୱାର ବନ୍ଦ ହେବାକୁ ଥିବାରୁ ମନ୍ଦିରକୁ ହଜାର ଟନ ଫୁଲରେ ସଜାଯାଇଛି ।
ମଙ୍ଗଳବାର ବନ୍ଦ ହେବ କେଦାରନାଥଙ୍କ ଦ୍ବାର, ପ୍ରସ୍ତୁତି ଆରମ୍ଭ - Temple decorated with thousands of tons of flowers
ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଉତ୍ତରାଖଣ୍ଡର ବାବା କେଦାରନାଥ ଅନ୍ୟତମ। ବର୍ଷର ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ରହିଥାଏ ଏହିଧାମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଆରମ୍ଭ ହେବା ପୂର୍ବରୁ କେଦାରନାଥଙ୍କ ଦ୍ବାରକୁ ଭାଇଦୁଜ ଦିନ ବନ୍ଦ କରାଯିବ।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ବାବାଙ୍କୁ ବିଦାୟ ଦେବାପାଇଁ ହଜାର ହଜାର ଶ୍ରଦ୍ଧାଳୁ କେଦାରନାଥ ପହଞ୍ଚିଛନ୍ତି। ଦ୍ବାର ବନ୍ଦ ହେବା ପରେ ପ୍ରଭୁ କେଦାରଙ୍କର ପଞ୍ଚମୁଖୀ ଚଳନ୍ତି ପ୍ରତିମା ଡୋଲି ହିମାଳୟରୁ ବାହାରି ଲିନଚୋଲୀ, ଜଙ୍ଗଲଚଟ୍ଟୀ, ଗୌରୀକୁଣ୍ଡ, ସୋନପ୍ରୟାଗ, ସୀତାପୁର ହୋଇ ପ୍ରଥମ ରାତ୍ରିରେ ରାମପୁର ପହଞ୍ଚିବ। ଏହାପରେ ଅକ୍ଟୋବର 30ରେ ଭଗବାନଙ୍କ ଚଳନ୍ତି ବିଗ୍ରହ ଗୁପ୍ତକାଶୀ ଓ ପରେ 31ରେ ଗଦ୍ଦୀସ୍ଥଳର ଓମକାରେଶ୍ବର ମନ୍ଦିରରେ ବିରଜମାନ କରିବେ। ଆଉ ସେଠାରେ ବାବାଙ୍କ ପୂଜା କରାଯିବ।
TAGGED:
uttarakhand Kedarnath Dham