ଓଡିଶା

odisha

ଆଜିଠୁ ଚାରିଧାମ ଯାତ୍ରା ଆରମ୍ଭ, ଜାଣନ୍ତୁ କାହାକୁ ମିଳିଲା ଅନୁମତି

By

Published : Jul 1, 2020, 5:11 PM IST

ଦୀର୍ଘ ସମୟର ବ୍ୟବଧାନ ପରେ ଆଜିଠୁ ଆରମ୍ଭ ହେଲା ଚାରି ଧାମ ଯାତ୍ରା । କେବଳ ରାଜ୍ୟବାସୀ କରିପାରିବେ ଦର୍ଶନ । ଅଧିକ ପଢନ୍ତୁ...

ଆଜିଠୁ ଚାରି ଧାମ ଯାତ୍ରା ଆରମ୍ଭ, ଜାଣନ୍ତୁ କାହାକୁ ମିଳିଲା ଅନୁମତି
ଆଜିଠୁ ଚାରି ଧାମ ଯାତ୍ରା ଆରମ୍ଭ, ଜାଣନ୍ତୁ କାହାକୁ ମିଳିଲା ଅନୁମତି

ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ଯାତ୍ରା ଆଜି(ବୁଧବାର) ଠାରୁ ଆରମ୍ଭ ହୋଇଛି । ଏହି ଯାତ୍ରା ଆରମ୍ଭ କରିବାକୁ ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଯାତ୍ରା କେବଳ ରାଜ୍ୟ ଲୋକଙ୍କ ପାଇଁ ଆରମ୍ଭ ହୋଇଛି । ଲକଡାଉନ କାରଣରୁ ସାରା ଦେଶରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଥିଲା। ଯଦିଓ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର ଦ୍ବାର ନିର୍ଦ୍ଧାରିତ ସମୟରେ ଖୋଲା ଯାଇଥିଲା କିନ୍ତୁ କୋରୋନା କାରଣରୁ ଏହି ସମୟରେ କେବଳ ମନ୍ଦିରର ମୁଖ୍ୟ ପୁରୋହିତ ଓ କମିଟି ସହିତ ଜଡିତ ଲୋକମାନେ ଉପସ୍ଥିତ ଥିଲେ।

ଅନଲକ-1 ରେ ଗୃହ ମନ୍ତ୍ରଣାଳୟ ଜୁନ 8ରୁ ଧାର୍ମିକ ଅନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ଦେଇଥିବା ବେଳେ ଚାରି ଧାମ ଯାତ୍ରା ଆରମ୍ଭ ହୋଇନଥିଲା। ଉତ୍ତରାଖଣ୍ଡ ସରକାର କେବଳ ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାକୁ ଅନୁମତି ଦେଇଥିଲେ। ବର୍ତ୍ତମାନ ଏହାକୁ ଏବେ ବୃଦ୍ଧି କରି ରାଜ୍ୟବାସୀଙ୍କ ପାଇଁ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି। ସରକାରଙ୍କ ଆଦେଶ ଅନୁଯାୟୀ, ସମସ୍ତ ଜିଲ୍ଲାର ଲୋକମାନେ ଆଜିଠାରୁ ଚାରି ଧାମ ଯାତ୍ରା କରିପାରିବେ। ମନ୍ଦିରଗୁଡ଼ିକ ସକାଳ 7 ରୁ ସନ୍ଧ୍ୟା 7 ଟା ପର୍ଯ୍ୟନ୍ତ ଖୋଲିବ ।

ମନ୍ଦିର ପ୍ରଶାସନକୁ ସାମାଜିକ ଦୂରତାର ସମସ୍ତ ନିୟମ ପାଳନ କରିବାକୁ ପଡିବ । ବଦ୍ରିନାଥ ଧାମ ସକାଳ 7 ଟାରୁ 12ଟା ଏବଂ ଅପରାହ୍ନ 3 ଟାରୁ ସଂଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ। 1200 ଲୋକଙ୍କୁ ଏକ ସମୟରେ ଧାମ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ । କୌଣସି ଯାତ୍ରୀ ଧାମରେ ​​ଗୋଟିଏ ରାତିରୁ ଅଧିକ ରହିପାରିବେ ନାହିଁ । ଯଦି ଭୂସ୍ଖଳନ ପରି ଘଟଣା ଘଟେ, ତେବେ ସେହି ପରିସ୍ଥିତିରେ ଏହି ନିୟମ ଲାଗୁ ହେବ ନାହିଁ ।

ABOUT THE AUTHOR

...view details