ନୂଆଦିଲ୍ଲୀ: ୟୁରୋପୀୟ ସଂସଦର 27 ଜଣିଆ ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଜାମ୍ମୁ ଓ କାଶ୍ମୀର ଗସ୍ତ କରୁଛନ୍ତି । ସାଂସଦମାନେ ସେମାନଙ୍କ ହୋଟେଲରୁ ବାହାରି ଦିଲ୍ଲୀ ବିମାନବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସେଠାରୁ ସେମାନେ ଜାମ୍ମୁ ଓ କାଶ୍ମୀର ଯିବେ ।
ଜାମ୍ମୁ ଓ କାଶ୍ମୀର ଅଭିମୁଖେ ୟୁରୋପୀୟ ସାଂସଦ - ଭାରତରେ ୟୁରୋପିୟ ସାଂସଦ
ଜାମ୍ମୁ ଓ କାଶ୍ମୀର ଅଭିମୁଖେ ଯାତ୍ରା ଆରମ୍ଭ କଲେ ୟୁରୋପୀୟ ସାଂସଦର 27 ସାଂସଦ । ଜମ୍ମୁ-କାଶ୍ମୀରର ବର୍ତ୍ତମାନର ସ୍ଥିତି ପରିଖିବା ପାଇଁ ଜାମ୍ମୁ ଓ କାଶ୍ମୀର ଗସ୍ତ କରୁଛି ଏହି ପ୍ରତିନିଧି ମଣ୍ଡଳ ।
![ଜାମ୍ମୁ ଓ କାଶ୍ମୀର ଅଭିମୁଖେ ୟୁରୋପୀୟ ସାଂସଦ](https://etvbharatimages.akamaized.net/etvbharat/prod-images/768-512-4895832-thumbnail-3x2-jk.jpg)
ଫଟୋ ସୌଜନ୍ୟ: ଏଏନଆଇ
ଜମ୍ମୁ-କାଶ୍ମୀରର ବର୍ତ୍ତମାନର ସ୍ଥିତି ପରିଖିବା ପାଇଁ ୟୁରୋପୀୟ ୟୁନିୟନ ସଂସଦର ଏକ ପ୍ରତିନିଧି ମଣ୍ଡଳ 2 ଦିନିଆ ଘାଟି ପରିଦର୍ଶନରେ ଆସିଛନ୍ତି ।ୟୁରୋପୀୟ ସଂସଦର ପ୍ରତିନିଧି ମଣ୍ଡଳରେ ସାମିଲ ସମସ୍ତ 27 ସାଂସଦ ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲଙ୍କ ସହ ସାକ୍ଷାତକାର କରିଛନ୍ତି ।
କାଶ୍ମୀର ଗସ୍ତରେ କରୁଥିବା ୟୁରୋପୀୟ ସଂସଦର ପ୍ରତିନିଧି ମଣ୍ଡଳ ଡଲ ହ୍ରଦ ଯିବେ । ଜାମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ସାଂସଦଙ୍କ ପାଇଁ ରାତ୍ର ଭୋଜନର ଆୟୋଜନ କରିଛନ୍ତି ।