ଓଡିଶା

odisha

ETV Bharat / bharat

ଖବର ପରିବେଷଣ ବେଳେ ଟ୍ରୋଲ ହେଲେ ପାକିସ୍ତାନୀ ଆଙ୍କର, ଟ୍ବିଟ କରି ଦେଲେ କଡା ଜବାବ - ଖବର ପରିବେଷଣ ବେଳେ ଟ୍ରୋଲ ହେଲେ ପାକିସ୍ତାନୀ ଆଙ୍କର

ନିକଟରେ ଏବେ କରାଚିରେ ବିମାନ ଦୁର୍ଘଟଣା ହୋଇଥିବାବେଳେ ଇଦ ମଧ୍ୟ ସରିଛି । ଏପରି ସମୟରେ ଜଣେ ଟିଭି ଚ୍ୟାନେଲ ଆଙ୍କର ନୂଆ ପୋଷାକରେ ଖବର ପଢିଥିବାବେଳେ ତାଙ୍କୁ ଟ୍ରୋଲ ହେବାକୁ ପଡିଛି । ଅଧିକ ପଢନ୍ତୁ...

ଖବର ପରିବେଷଣ ବେଳେ ଟ୍ରୋଲ ହେଲେ ପାକିସ୍ତାନୀ ଆଙ୍କର, ଟ୍ବିଟ କରି ଦେଲେ କଡା ଜବାବ
ଖବର ପରିବେଷଣ ବେଳେ ଟ୍ରୋଲ ହେଲେ ପାକିସ୍ତାନୀ ଆଙ୍କର, ଟ୍ବିଟ କରି ଦେଲେ କଡା ଜବାବ

By

Published : May 28, 2020, 11:55 AM IST

ଇସଲାମବାଦ: ଚର୍ଚ୍ଚାରେ ଏବେ ପାକିସ୍ତାନର ଜଣେ ଟିଭି ଆଙ୍କର । ଇଦରେ ଖବର ପଢିବା ସମୟରେ ସେ ଅଲଗା ଦିନ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଆସି ଖବର ପଢିଥିବା ଦେଖିବାକୁ ମିଳିଛି । ସେ ଏକ ଚମକଦାର କପଡା ସହ ମଥାମଣି ଲଗେଇଥିଲେ । ଯାହାକୁ ନେଇ ଏବେ ସେ ଟ୍ରୋଲର ଶିକାର ହୋଇଛନ୍ତି । ଟ୍ବିଟରରେ କିଛି ୟୁଜର୍ସ ତାଙ୍କୁ ଅନେକ କମେଣ୍ଟ ଦେଇଛନ୍ତି ।

ଖବର ପରିବେଷଣ ବେଳେ ଟ୍ରୋଲ ହେଲେ ପାକିସ୍ତାନୀ ଆଙ୍କର, ଟ୍ବିଟ କରି ଦେଲେ କଡା ଜବାବ

ସୂଚନା ମୁତବାକ, ଜିଏନଏନ ନ୍ୟୁଜ ଆଙ୍କର ନିଲମ ଅସଲମଙ୍କ ଏହି ପୋଷାକକୁ ନେଇ ଇଦ ପରଠାରୁ ଆରମ୍ଭ ହୋଇଥିବା ଚର୍ଚ୍ଚା ଥମିବାର ନାଁ ଧରୁନି । ଜଣେ ୟୁଜର୍ସ କହିଛନ୍ତି ଯେ, ଯେତବେଳେ କରାଚି ବିମାନ ଦୁର୍ଘଟଣାରେ ସମଗ୍ର ଦେଶ ଦୁଃଖରେ ବୁଡି ରହିଛି , ଏପରି ସମୟରେ ଜଣେ ଆଙ୍କର ଏପରି ପୋଷାକ ପନ୍ଧି ଖବର ପଢିବା ଲୋକଙ୍କ ଭାବନା ସହ ମେଳ ଖାଉନି ।

ଟ୍ୱିଟରରେ ଲୋକମାନେ ଅନଲାଇନ ନ୍ୟୁଜ ପଢିବାର ସ୍କ୍ରିନ ସଟ ନେଇ ପ୍ରଶ୍ନ ପଚାରୁଛନ୍ତି । ସେହିପରି ଆଉଜଣେ ସାମ୍ବାଦିକ ନୟଲା ଇନାୟତ ଟ୍ୱିଟ କରି କହିଛନ୍ତି ଯେ, ଏହା ଜଣେ ନ୍ୟୁଜ ଆଙ୍କର ନା ଦୁଲହନ ?

ତଥାପି, ନିଲମଙ୍କୁ କିଛି ଜଣ ସମର୍ଥନ ମଧ୍ୟ କରିଛନ୍ତି । ନିଲମ ଟ୍ରୋଲଗୁଡିକର ଜବାବ ଦେଇ କହିଛନ୍ତି ଯେ, ଜଣେ ମହିଳା ଆଙ୍କର ହେତୁ ମତେ ଏମିତି ଟାର୍ଗେଟ କରାଯାଉଛି । ସାମ୍ବାଦିକ ଉମୈୟର ସୋଲାଙ୍ଗିଙ୍କୁ ଉତ୍ତର ଦେଇ କହିଛନ୍ତି, "ମୁଁ ଇଦ ପାଳନ କରି ନ ଥିଲି, କିନ୍ତୁ ଯେଉଁ ପୁରୁଷମାନେ ନ୍ୟୁଜ ଆଙ୍କରଙ୍କୁ ଇଦ୍ ପାଳନ କରିବାକୁ ପରାମର୍ଶ ଦେଉଛନ୍ତି, କଣ ସେମାନଙ୍କ ଘରେ ମହିଳା ମାନେ ଇଦରେ ନୂଆ ପୋଷାକ ପିନ୍ଧି ଇଦ ପାଳନ କରୁନାହାନ୍ତି ''।

ଯେତେବେଳେ ମାମଲା ଆଗକୁ ବଢିବାକୁ ଲାଗିଲା, ଆଙ୍କର ନିଜେ ଟ୍ବିଟ କରିବାକୁ ବାଧ୍ୟ ହେଲେ । ସେ ଟ୍ବିଟରେ କଡା ଜବାବ ଦେଇ ଲେଖିଛନ୍ତିଯେ, "ଯଦି ମୋ ବିଷୟରେ ବିତର୍କ ଶେଷ ହୋଇଯାଇଥାଏ, ତେବେ ଆପଣଙ୍କ ପରିବାରକୁ ମଧ୍ୟ କିଛି ସମୟ ଦିଅନ୍ତୁ । ଘରର ମହିଳା ମାନେ ମଧ୍ୟ ଭଲ ଲୋକ। ସେମାନଙ୍କୁ ଟିକେ ଧ୍ୟାନ ଦିଅନ୍ତୁ " ।

ABOUT THE AUTHOR

...view details