ଓଡିଶା

odisha

ETV Bharat / bharat

ଉଚ୍ଚ ଉପଯୋଗ ଓ ବିକାଶ ପାଇଁ ୩ ମହତ୍ତ୍ବପୂର୍ଣ୍ଣ ଆହ୍ବାନ - ଓ୍ବାର୍ଲ୍ଡ ଇକୋନମିକ ଫୋରମ

୨୦୧୯ ଜାନୁଆରୀରେ ଓ୍ବାର୍ଲ୍ଡ ଇକୋନମିକ ଫୋରମ ଇନସାଇଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ,ଭବିଷ୍ୟତିରେ ଦେଶର ଉପଯୋଗ ଉଦ୍ଦେଶ୍ୟରେ ସକାରାତ୍ମକ ଦୃଷ୍ଟିକୋଣର ସଫଳତା ପାଇଁ ୩ଟି ମହତ୍ତ୍ବପୂର୍ଣ୍ଣ ଆହ୍ବାନ ଉପରେ ନିର୍ଭର କରେ ।

economic  report
economic report

By

Published : Dec 29, 2019, 8:52 PM IST

ଭବିଷ୍ୟତରେ ଦେଶର ଉପଯୋଗ ଉଦ୍ଦେଶ୍ୟରେ ସକାରାତ୍ମକ ଦୃଷ୍ଟିକୋଣର ସଫଳତା ପାଇଁ ୩ଟି ମହତ୍ତ୍ବପୂର୍ଣ୍ଣ ଆହ୍ବାନ ଉପରେ ନିର୍ଭର କରେ ବୋଲି ୨୦୧୯ ଜାନୁଆରୀରେ ଓ୍ବାର୍ଲ୍ଡ ଇକୋନମିକ ଫୋରମ ଇନସାଇଟ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ସେହି ୩ଟି ମହତ୍ତ୍ବପୂର୍ଣ୍ଣ ଆହ୍ବାନ ହେଉଛି :-

(କ)କୌଶଳ ବିକାଶ ଓ ରୋଜଗାର
(ଖ)ଗ୍ରାମୀଣ ଭାରତର ସାମାଜିକ ଅର୍ଥନୈତିକ ବ୍ୟବସ୍ଥାକୁ ସାମିଲ କରିବା
(ଗ)ସୁସ୍ଥ ଓସ୍ଥାୟୀ ଭବିଷ୍ୟତ।

ଆମେ ବର୍ଷକ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ୩ଟି ମହତ୍ତ୍ବପୂର୍ଣ୍ଣ ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଆବଶ୍ୟକ ପ୍ରଗତି ଓ ପଦକ୍ଷେପ ଉପରେ ବିଶ୍ଲେଷଣ କରିଥାଉ।

ଏହି ଆହ୍ବାନ ସମ୍ପର୍କରେ ଆଲୋଚନା କରିବା ପୂର୍ବରୁ ଗତ ବର୍ଷରେ ଅର୍ଥବ୍ୟବସ୍ଥାର ବୃଦ୍ଧିକୁ ଦେଖିବାକୁ ହେବ। ପ୍ରତି ତିନିମାସର ଜିଡିପି ବୃଦ୍ଧି ଦର ୨୦୧୮-୧୯ର ପ୍ରଥମ ତିନି ମାସରେ ୮.୦ପ୍ରତିଶତରୁ ହ୍ରାସ ପାଇ ୫.୦ ପ୍ରତିଶତ ଓ ୨୦୧୯-୨୦ର2ୟ ତିନି ମାସରେ ୪.୫ ପ୍ରତିଶତରେ ରହିଯାଇଛି। ଓ୍ବାର୍ଲ୍ଡ ଇକୋନମିକଫୋରମ ରିପୋର୍ଟ ଅନୁସାରେ ୨୦୧୯ରେ ଭାରତର ଜିଡିପି ବୃଦ୍ଧି ଦର ପ୍ରାୟ ୭.୫ପ୍ରତିଶତ ରହିବାର ଅନୁମାନ କରାଯାଉଛି କାରଣ ଏହା ବିଶ୍ବ ଆର୍ଥିକ ବିକାଶର ଏକ ପ୍ରମୁଖ ଇଞ୍ଜିନ ହୋଇଛି। ଏହି ଅନୁମାନ ବିପରୀତ ୨୦୧୯-୨୦ରେ ୫ ପ୍ରତିଶତରୁ କମ ଜିଡିପି ବୃଦ୍ଧିର ଆଶା ରହିଛି। ବିଶ୍ବ ଅର୍ଥନୀତି କାରଣ ବ୍ୟତୀତ ବସ୍ତୁ ଓ ସେବାକର (ଜିଏସଟି) ସହି ସମ୍ବନ୍ଧିତ କେତେକ ଘରୋଇ କାରଣ ମଧ୍ୟ ରହିଛି। ଏହା ବ୍ୟତୀତ ବ୍ୟାଙ୍କମାନଙ୍କର ୧୦ଲକ୍ଷ କୋଟି ଟଙ୍କାର ଏନପିଏ, ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (ଏନବିଏଫସି)ରେ ସଙ୍କଟ, କୃଷି କ୍ଷେତ୍ରରେ ସ୍ଥିରତା ଓ ଗ୍ରାମାଞ୍ଚଳ ଆୟ ଅର୍ଥନୀତି ଧୀମାର କାରଣ। କେତେକ ଅର୍ଥଶାସ୍ତ୍ରୀଙ୍କ କହିବା ଅନୁସାରେ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ଆଇସିୟୁରେ ରହିଛି। ଏହି ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ କାହିଁକି ନା' ଏହା କେବଳ ଏକ ଧୀମା ଅବସ୍ଥାରେ ଅଛି କିନ୍ତୁ ଆର୍ଥକ ମାନ୍ଦାବସ୍ଥା ସୃଷ୍ଟି ହୋଇନାହିଁ।

କୌଶଳ ବିକାଶ ଓ ରୋଜଗାର ପ୍ରଥମ ଆହ୍ବାନ ହୋଇଥିବାବେଳେ, ୨୦୧୭-୧୮ ଏନଏସ ଓ ରିପୋର୍ଟରେ ରୋଜଗାର ସମ୍ପର୍କିତ ମହତ୍ତ୍ବପୂର୍ଣ୍ଣ ନିସ୍କର୍ଷ ବାହାରିଛି। ୨୦୧୭-୧୮ରେ ଦେଶର ବେରୋଜଗାର ୬.୧ ପ୍ରତିଶତ ସହିତ ୪୫ ବର୍ଷ ମଧ୍ୟରେସର୍ବାଧିକ ଥିଲା। ଏହି ସମୟରେ ବିଶେଷ ଭାବରେ ମହିଳାଙ୍କ ରୋଜଗାର କ୍ଷେତ୍ରରେହ୍ରାସ ହୋଇଥିଲା। ମହିଳାଙ୍କ ପାଇଁ ରୋଜଗାର ୨୦୦୪-୦୫ରେ ୪୨ ପ୍ରତିଶତର୨୦୧୭-୧୮ରେ ୨୨ ପ୍ରତିଶତକୁ ହ୍ରାସ ପାଇଥିଲା। ଏବେ ବି ଦେଶର ୮୫ରୁ ୯୦ପ୍ରତିଶତ ଶ୍ରମିକ ଅନୌପଚାରିକ କ୍ଷେତ୍ରରେ ଅଛନ୍ତି। ଏଥିପାଇଁ ସରକାରକୁଅନୌପଚାରିକ କ୍ଷେତ୍ର ଉପରେ ଧ୍ୟାନ ଦେବା ଆବଶ୍ୟକ। ଏହା ସହିତଅନୌପଚାରିକ କ୍ଷେତ୍ରର ଉତ୍ପାଦନ ମଧ୍ୟ ବୃଦ୍ଧି କରିବା ଆବଶ୍ୟକ।

ଏହା ଜଣାଶୁଣା କଥା ଯେ, ଜନସଂଖ୍ୟାର ଲାଭାଂଶ ସହିତ ବହୁ ସଂଖ୍ୟାରେ ଲୋକମାନେ ଶ୍ରମ ଶକ୍ତିରେ ସାମିଲ ହେବେ। ଏହା ଏଭଳି ସମୟରେ ହୋଇଥାଏ,
ଯେତେବେଳେ ଦୁନିଆର ଅନ୍ୟ ଅଞ୍ଚଳରେ ଲୋକଙ୍କ ବୟସ ବୃଦ୍ଧି ପାଇଥାଏ। ଯେତେବେଳେ ଲୋକଙ୍କୁ ରୋଜଗାର, ଶିକ୍ଷା ଓ କୌଶଳ ପ୍ରଦାନ କରାଯିବ ସେତେବେଳେ ଜନସଂଖ୍ୟାର ଲାଭ ମିଳିବ। କିନ୍ତୁ ଗୋଟିଏ ରାଜ୍ୟଠାରୁ ଅନ୍ୟ ରାଜ୍ୟର ଲାଭରେ ତାରତମ୍ୟ ହୋଇଥାଏ। ଏହା ଦକ୍ଷିଣ ତୁଳନାରେ ଉତ୍ତରରେ ଲୋକମାନଙ୍କର ବୟସ ଅଧିକ ବଢିବା ଆରମ୍ଭ ହୋଇଥିବାରୁ ଅଧିକ ହୋଇଥାଏ। ଶ୍ରମିକମାନଙ୍କ
କୌଶଳ ବିକାଶର ଅଭାବ ସମସ୍ତେ ଜାଣନ୍ତି। ନୀତି ଆୟୋଗଙ୍କ କହିବା ଅନୁସାରେ,କେବଳ ୨.୩ ପ୍ରତିଶତ ଭାରତୀୟ ଶ୍ରମିକଙ୍କ ପାଖରେ ଅନ୍ୟ ଦେଶର କୌଶଳ ବିକାଶ ଥିବାବେଳେ ଅନ୍ୟଦେଶର ୭୦ରୁ ୮୦ ପ୍ରତିଶତ ଶ୍ରମିକମାନେ ଔପଚାରିକ କୌଶଳ ପ୍ରଶିକ୍ଷଣ ପାଇଥାନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତରେ କୌଶଳ ବିକାଶ ମନ୍ଥର ଗତିରେ ଚାଲୁଛି।

ଭାରତର କୌଶଳ ବିକାଶ ପରିଦୃଶ୍ୟରେ କେତେକ ପରିବର୍ତ୍ତନ ହୋଇଛି। ଆନୁଷ୍ଠାନିକ ରୂପରେଖକୁ ରାଷ୍ଟ୍ରୀୟ ସ୍ତରର କରାଗଲାଣି। ଘରୋଇ ଉଦ୍ୟୋଗଗୁଡ଼ିକ ଅଧିକ ସହଯୋଗ କରିବାକୁ ଅଣାଯାଇଛି। ରାଜ୍ୟସ୍ତରରେ ସରକାରଙ୍କ ସହଯୋଗରେ କୌଶଳ ବିକାଶ ମିଶନ ପ୍ରସ୍ତୁତ କରାଯାଉଛି। ଏହାବ୍ୟତୀତ ଆହୁରି ୧୭ଟି କେନ୍ଦ୍ରୀୟ ମନ୍ତ୍ରାଳୟ କୌଶଳ ବିକାଶ ଆରମ୍ଭ କରିଛନ୍ତି। ଅନେକ କିଛି କରାଯାଉଛି କିନ୍ତୁ ସମସ୍ତହିତାଧିକାରୀଙ୍କୁ ସମାନ ଭାବରେ ସାମିଲ କରି ତଳ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ପ୍ରଭାବଶାଳୀ ଢଙ୍ଗରେ କରାଯିବା ଆବଶ୍ୟକ।ଚୀନର କୌଶଳ ବିକାଶ ଭାରତକୁ ଅନେକ କିଛି ଶିକ୍ଷା ଦେଇପାରେ। ୧୯୯୬ରେ ଚୀନର ବ୍ୟବସାୟିକ ଶିକ୍ଷା ଆଇନ ଅଧିନିୟମ ଚୀନ ବୈଷୟିକ ଓ ବ୍ୟବସାୟିକ ଶିକ୍ଷା ତଥା ପ୍ରଶିକ୍ଷଣ ପ୍ରଣାଳୀ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। ଏହା ଚୀନ ଅର୍ଥବ୍ୟବସ୍ଥା ପାଇଁ ଅନେକ ବିଶେଷତା ରଖିଛି ଯାହାକି ସ୍ଥାନୀୟ ସ୍ତରରେ କୌଶଳ ବିକାଶର ପଦକ୍ଷେପକୁ ଲାଗୁ କରିବା ପାଇଁ ଗତିଶୀଳତା ଓ ନମନୀୟତା ପ୍ରଦାନ କରିଥାଏ। ଆଇନରେ ସ୍ଥାନୀୟ ଉଦ୍ୟୋଗରେ ଭାଗିଦାରୀ, ଔଦ୍ୟୋଗିକ ପ୍ରକ୍ରିୟାର ସହିତ ଶିକ୍ଷା ଓ ପ୍ରଶିକ୍ଷଣକୁ ଏକତ୍ର କରିବା ପାଇଁ ବ୍ୟବସ୍ଥା ରହିଛି। ଏହାଛଡା ଏହା ବୟସ୍କ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ଗ୍ରାମାଞ୍ଚଳରେ ବ୍ୟବସାୟିକ ଶିକ୍ଷା ଓ
ପ୍ରଶିକ୍ଷଣ ପ୍ରଦାନ କରିଥାଏ। କେତେକ ଅନ୍ୟ ଦେଶରେ ବ୍ୟବସାୟିକ ଶିକ୍ଷା ଓସେମାନଙ୍କ ଦେଶରେ ପ୍ରଶିକ୍ଷଣ (ଉଦାହରଣ ପାଇଁ ଅଷ୍ଟ୍ରେଲିଆ, ବ୍ରିଟେନ ଓ ଜର୍ମାନୀ)ପାଇଁ ଆଇନ ସହାୟତା ସୁନିଶ୍ଚିତ କରିବାକୁ ଏଭଳି ଏକ ଅଧିନିୟମ ରହିଛି। ଏହିସମାନ ଅଧିନିୟମକୁ ଭାରତରେ କୌଶଳ ବିକାଶ ପ୍ରଣାଳୀର ସମସ୍ତ ସିଦ୍ଧାନ୍ତ ଉପରେଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ। ଗୋଟିଏ ପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ଦାୟିତ୍ବକୁ ପୂରା କରିବା ଓ ଅନ୍ୟ ପକ୍ଷରେ କୌଶଳ ପ୍ରଦାନ କରୁଥିବା ସଂସ୍ଥାତଥା ଉଦ୍ୟୋଗ ଏହା ଉପରେ ଗୁରୁତ୍ବ ଦେବା ଆବଶ୍ୟକ।

କୌଶଳ ବିକାଶ ଉପରେ ଅନ୍ୟ ଏକ ପ୍ରସଙ୍ଗ ହେଉଛି ଦକ୍ଷିଣ କୋରଆ ଭଳି ଦେଶ ଉଚ୍ଚ ଗୁଣବତ୍ତା ଥିବା ସାଧାରଣ ଶିକ୍ଷା ସହିତ କୌଶଳ ବିକାଶ କରିଛି। ଏଥିପାଇଁ କୌଶଳ ବିକାଶକୁ ବଞ୍ଚାଇ ରଖିବାକୁ ହେଲେ ଭାରତୀୟ ଜନସଂଖ୍ୟାକୁଗୁଣବତ୍ତା ଥିବା ସାଧାରଣ ଶିକ୍ଷା ପ୍ରଦାନ ଜରୁରୀ ହୋଇପଡ଼ିଛି।

2ୟ ଆହ୍ବାନ ହେଉଛି ଗ୍ରାମୀଣ ଭାରତରେ ସାମାଜିକ ଆର୍ଥିକ ଅବସ୍ଥାକୁ ସାମିଲ କରିବା। ଗତ ଏକ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ଆୟ ଓ ମଜୁରୀରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ବିଶେଷ ଭାବରେ ବୁନିଆଦୀ ଢାଞ୍ଚା ପାଇଁ ଗ୍ରାମୀଣ /ଅର୍ଦ୍ଧ ସହରୀ କ୍ଷେତ୍ରରେ ଥିବା ଅନନ୍ତରକୁ ଶେଷ କରିବା ଆବଶ୍ୟକ। ଇଣ୍ଟରନେଟ ଓ ଆର୍ଥିକ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ ସହିତ ଡିଜିଟାଇଜେସନ କରାଯିବା ଉଚିତ। ସରକାରଙ୍କ ଦ୍ବାରା ବୁନିଆଦୀ ଢାଞ୍ଚା ପାଇଁ 5ବର୍ଷରେ ୧୦୦ଲକ୍ଷ କୋଟି ଟଙ୍କାର ସହାୟତା ଘୋଷଣା ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ। କିନ୍ତୁ ଏହାକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ସରକାର ଯେତେବେଳେ ୧୦୦ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେସେତେବେଳେ ଗ୍ରାମୀଣ ଓ ଅର୍ଦ୍ଧ ସହରୀ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବା ଉଚିତ।

ଗତ କିଛି ବର୍ଷ ହେଲା ସରକାର ରୋଷେଇ ଉଜ୍ଜଳା ଯୋଜନାରେ ରୋଷେଇ ଗ୍ୟାସ କନେକ୍ସନ ଯୋଗାଇଛନ୍ତି, ସୌଭାଗ୍ୟ ଯୋଜନାରେ ବିଜୁଳି, ସ୍ବଚ୍ଛ ଭାରତ ଯୋଜନା ଭଳି କାର୍ଯ୍ୟକ୍ରମ କରିଛନ୍ତି। ଏଥିରେ ଦୁର୍ବଳ ବର୍ଗଙ୍କୁ ବିଶେଷକରିମହିଳାମାନଙ୍କୁ ସହାୟତା ମିଳିଛି। ୨୦୧୯ ବଜେଟରେ ୨୦୨୨ ପର୍ଯ୍ୟନ୍ତ ବିଜୁଳି ଓସ୍ବଚ୍ଛ ଖାଦ୍ୟ ରୋଷେଇ କରିବା ପାଇଁ ସୁବିଧା ସହିତ ପ୍ରତି ପରିବାରର ବ୍ୟବସ୍ଥାକୁ ଇଙ୍ଗିତ କରିଛନ୍ତି। ଆଗାମୀ 2ବର୍ଷରେ ଆମେ ଏହି ପ୍ରଗତିକୁ ଦେଖିବାକୁ ପାଇବା।

ସୂଚନା ଟେକ୍ନୋଲୋଜି ଗ୍ରାମାଞ୍ଚଳରେ ସାମଜିକ ଆର୍ଥିକ ଅନ୍ତର୍ଭୁକ୍ତର ଅନ୍ୟ ଏକ ସ୍ରୋତ। ସରକାର ଦ୍ବାରା ଆରମ୍ଭ କରାଯାଇଥିବା ସେବାଗୁଡିକୁ ଇଲେକ୍ଟ୍ରୋନିକ୍ସ ରୂପରେ ଓ ଇଣ୍ଟରନେଟ ପ୍ରଦାନକୁ ବଢ଼ାଇ ବା ଦେଶକୁ ଡିଜିଟାଲ ରୂପରେ ସଶକ୍ତ କରି ଲୋକମାନଙ୍କ ଉପଲବ୍ଧ କରିବା କାମକୁ ଡିଜିଟାଲ ଇଣ୍ଡିଆ ସୁନିଶ୍ଚିତ କରିଥାଏ। ଏହି ପଦକ୍ଷେପରେ ଗ୍ରାମାଞ୍ଚଳରେ ହାଇସ୍ପିଡ ଇଣ୍ଟରନେଟ ନେଟୱାର୍କ ସହିତ ଯୋଡ଼ିବା
ଯୋଜନା ସାମିଲ ହୋଇଛି। ମୋବାଇଲ ସଂଯୋଗୀକରଣରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ହୋଇଛି। କିନ୍ତୁ କେତେକ ଗ୍ରାମାଞ୍ଚଳରେ ଏବେବି ଇଣ୍ଟରନେଟ ପହଞ୍ଚାଇବାରେ ସମସ୍ୟା ରହିଛି।

ଆର୍ଥିକ ଅନ୍ତର୍ଭୁକ୍ତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଦେଶରେ ଆର୍ଥିକଅନ୍ତର୍ଭୁକ୍ତ କାମରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଦେଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁସାରେ ଖୋଲାଯାଇଥିବା ମୋଟ ବ୍ୟାଙ୍କ ଖାତା ସଂଖ୍ୟା ୨୦୧୯ ସେପ୍ଟେମ୍ବର ସୁଦ୍ଧା ୧.୦୨ ଲକ୍ଷ କୋଟିରେ ପହଞ୍ଚିବା ସହିତ ଏଥିରେ ଟଙ୍କା ଜମା ପରିମାଣ ୩୭.୧କୋଟି ହୋଇଛି। ଏହି ଖାତାରେ ୫୯ ପ୍ରତିଶତ ଗ୍ରାମୀଣ ଓ ଅର୍ଦ୍ଧ ସହରୀ ଲୋକ ରହିଛନ୍ତି। କିନ୍ତୁ ଏହି ଖାତାର ଉପଯୋଗ ଗତ 2 ବର୍ଷ ମଧ୍ୟରେ ବହୁ ପରିମାଣରେ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ଆର୍ଥିକ ଅନ୍ତର୍ଭୁକ୍ତ ପରାମର୍ଶଦାତା କମିଟିର ତତ୍ତ୍ବବଧାନରେ ଭାରତ ୨୦୧୯-୨୦୧୪ ପାଇଁ ଆର୍ଥିକ ଅନ୍ତର୍ଭୁକ୍ତ ପାଇଁ ରାଷ୍ଟ୍ରୀୟରଣନୀତି ପ୍ରସ୍ତୁତ କରାଯାଇଥିଲା। ଏହି ରଣନୀତି ଗ୍ରାମାଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତଯୋଜନାକୁ ଆହୁରି ଆଗକୁ ବଢ଼ାଇବ ବୋଲି ଆଶା କରାଯାଉଛି।

ତୃତୀୟ ଆହ୍ବାନ ହେଉଛି ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ। ଏହା ସଂଯୁକ୍ତ ରାଷ୍ଟ୍ରର ଏସଜିଡ଼ି ପ୍ରସଙ୍ଗରେ ବହୁତ ଅଧିକ ମହତ୍ତ୍ବପୂର୍ଣ୍ଣ ହେବାରେ ଲାଗିଛି। ସହରାଞ୍ଚଳରେ ଅସୁସ୍ଥ ଲୋକମାନଙ୍କର ସଂଖ୍ୟା ସହିତ ଜନଗହଳି ଓ ପ୍ରଦୂଷଣର ବିପଦଜନକ ସ୍ଥିତିଯୋଗୁଁ ସମସ୍ୟା ବହୁତ ଗମ୍ଭୀର ହେବାରେ ଲାଗିଛି। ଅନୁମାନ ଅନୁସାରେ ଅଣସଂକ୍ରମିତ ରୋଗ ବୃଦ୍ଧି ପାଉଛି ଓ ଭାରତରେ ହେଉଥିବା ମୃତ୍ୟୁ ମଧ୍ୟରୁ ୬୩ ପ୍ରତିଶତଏହି କାରଣରୁ ହେଉଛି। ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଧ୍ୟାନ କେନ୍ଦ୍ରୀତ କରିବା ସହିତ ସ୍ବାସ୍ଥ୍ୟବୀମା ପ୍ରଦାନ କରୁଛି। ଏହି ସ୍ବାସ୍ଥ୍ୟ ବୀମା ଯୋଜନାରେ ଦେଶର୫ଲକ୍ଷରୁ ୧୦କୋଟି ପରିବାର ସାମିଲ ହେଲେଣି। ଅନୁମାନରୁ ଜଣାପଡ଼ିଛି ଯେ, ଏହି ଯୋଜନା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ରହିଛି। କାରଣ ଆବଶ୍ୟକ ଧନ ତୁଳନାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଯେଉଁ ଅର୍ଥ ଆବଣ୍ଟିତ ହୋଇଛି ତାହା ସମୁଦ୍ରକୁ ଶବ୍ଦେ ଭଳି। ଏହା ସତ୍ୟ ଯେ ସ୍ବାସ୍ଥ୍ୟବୀମା ହେଲ‍୍‌ଥ କେୟାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। କିନ୍ତୁ ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜ ଲକ୍ଷ୍ୟ ହେବା ଉଚିତ।ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜ ପାଇଁ ଏଥିରେ ଅଧିକ ବ୍ୟୟ ହେବ। ପ୍ରାଥମିକ ସ୍ବାସ୍ଥ୍ୟର ବୁନିଆଦୀ ଢାଞ୍ଚାରେ ଏକ କଠୋର ପରିବର୍ତ୍ତନର ଆବଶ୍ୟକତା ରହିଛି ଯାହା ସମସ୍ତଙ୍କୁ ସୁଲଭ, ଶସ୍ତା ଓ ଗୁଣବତ୍ତା ସହିତ ସ୍ବାସ୍ଥ୍ୟ କଭରେଜ ପ୍ରଦାନ କରିବ।

ବାୟୁ ଓ ଜଳ ପ୍ରଦୂଷଣ, ଖରାପ ପରିଚାଳନା ଓ ସହରାଞ୍ଚଳ ଭିଡ଼ରେ ସୃଷ୍ଟି ହେଉଥିବା ସଙ୍କଟ ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତରେ ୧୯୭୪ରେ ଆରମ୍ଭ ହୋଇଥିବା ସଂସ୍କାର ସମୟ ପୂର୍ବରୁ ବିଭିନ୍ନ ଅଧିନିୟମରେ ପାରିତ ହେବା ଓ ବର୍ଗୀକରଣ ହେବା ସହିତ ପର୍ଯ୍ୟାବରଣର ଏକ ଲମ୍ବା ଇତିହାସ ରହିଛି। ନିକଟରେ ସରକାର ପ୍ରଦୂଷଣର ସ୍ତର କମ କରିବା ଓ ଜଳବାୟୁ ପରିବର୍ତ୍ତନର ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଉପାୟ କରୁଛି। ନମାମୀ ଗଙ୍ଗେ ମିଶନ ସରକାରଙ୍କ ପଦକ୍ଷେପର ଏକ ଉଦାହରଣ। ଏହାଛଡା ଦେଶରେ ବର୍ତ୍ତମାନ ଥିବା ପରିବେଶ ନିୟମ ସବୁଠାର କଡା ଆଇନରେ ରହିଛି। କିନ୍ତୁ ଏହାର କାର୍ଯ୍ୟକାରିତା ଠିକଣା ଭାବରେ ହୋଇପାରୁନାହିଁ। ଫଳରେ ବାୟୁ ଓ ଜଳ ପ୍ରଦୂଷଣ ସହିତ ପରିବେଶ ନିରନ୍ତରଭାବେ ନଷ୍ଟ ହେବାରେ ଳାଗିଛି। ପଞ୍ଜାବ ଓ ହରିଆଣାରେ ଫସଲ ଅବଶେଷକୁ ଜଳାଇବା
ଦ୍ବାରା ପ୍ରତିବର୍ଷ ଦିଲ୍ଲୀର ପରିବେଶ ବିପଦ ସ୍ତରକୁ ଆସିଯାଉଛି। ଏଥିପାଇଁ ଆମକୁକୃଷକମାନଙ୍କୁ ବିକଳ୍ପ ବ୍ୟବସ୍ଥା ଦେବା ଦରକାର। ଦିଲ୍ଲୀର ବିଗିଡି ଯାଉଥିବା ବାୟୁପ୍ରଦୂଷଣ ପାଇଁ ଔଦ୍ୟୋଗିକ, ବାହାନ ଓ ନିର୍ମାଣ ପ୍ରଦୂଷଣ ଅଧିକ ଦାୟୀ। ବାୟୁପ୍ରଦୂଷଣ ଓ ଅପଶିଷ୍ଟ ବ୍ୟବସ୍ଥାକୁ କମ କରିବା ପାଇଁ ଚୀନର ବେଜିଂ ଓ ସାଂଘାଇ ସହରଠାରୁ ଶିକ୍ଷା ଲାଭ କରାଯାଇପାରେ।

ପର୍ଯ୍ୟାବରଣ ନୀତିର ସୀମିତ ସଫଳତା ପାଇଁ ବିଭିନ୍ନ କାରଣ ମଧ୍ୟରେସଂସ୍ଥାଗତ ବିଫଳତା ଓ ସାମାନ୍ୟ ଉଦାସୀନତା ରହିଛି। ମୋ ପଛପଟେ କଣ ହେଉଛି ମୁଁ ଜାଣିନାହିଁ ଜନସାଧାରଣଙ୍କ ମନୋବୃତ୍ତି ପ୍ରଦୂଷଣ ସୗମସ୍ୟା ପାଇଁ ସମାନ ଭାବରେ ଦାୟୀ। ଆଉ ଏକ ନିୟମ କରିବାକୁ ଯାଉଥିବା ଅଧିକାରୀମାନେ ମନେ ରଖିବା ଦରକାର ଯେ ଏହି ସମସ୍ୟାକୁ ଚିକିତ୍ସା କରିବା ପରିବେର୍ତ୍ତ ଏହାର ନିରାକରଣ ସବୁଠାରୁ ଭଲ। ସକ୍ରିୟ ଭୂମିକା ନିର୍ବାହ କରି ଏ ସମ୍ପର୍କରେ ଜନସାଧାରଣ ଜଣେ ଅନ୍ୟ ଜଣକୁ ସହଯୋଗ କରି ପର୍ଯ୍ୟାବରଣ ପ୍ରସଙ୍ଗରେ ସାମିଲ ହେବା ଉଚିତ।

ଏସମ୍ପର୍କରେ ଫଳାଫଳ ବାହାର କରିବା ପାଇଁ ଗତ ଏକ ବର୍ଷରେ ଖାଦ୍ୟ ବୃଦ୍ଧି ସହିତ ଆର୍ଥିକ ବିକାଶରେ ହ୍ରାସ ପାଇଛି। ବିଶ୍ବ ଆର୍ଥିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ୩ଟି ଆହ୍ବାନ ଉପରେ ପ୍ରଗତି ମଧ୍ୟମ ହୋଇଛି। ରୋଜଗାର ସ୍ଥିତିରେ ହ୍ରାସ ଓ ବେରୋଜଗାର ବୃଦ୍ଧି ହୋଇଛି। କିନ୍ତୁ ଏଲପିଜି ବ୍ୟବସ୍ଥା, ବିଜୁଳି ଯୋଗାଣରେ ବୃଦ୍ଧି, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଖୋଲା ମଳତ୍ୟାଗ ପରିମାଣ ହ୍ରାସଭଳି ପରିବର୍ତ୍ତନ ଗ୍ରାମାଞ୍ଚଳରେ ହୋଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦିଆଯାଉଛି କିନ୍ତୁ ଅଣ ସଂକ୍ରମିତ ରୋଗ ବ୍ୟାପିବାରେ ଲାଗିଛି। ଏହାର ନିରାକରଣ ପାଇଁ ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜର ଆବଶ୍ୟକତା ରହିଛି। ପରିବେଶ ଓ ପ୍ରଦୂଷଣ ସ୍ତର ବଢ଼ୁଥିବା ସହିତ ସଚେତନତା ବୃଦ୍ଧି ପାଉଛି। ଭାରତ ବଡ ଦେଶ ହୋଇଥିବାରୁ ବିଭିନ୍ନ ରାଜ୍ୟରେ ସମାନ ଏକ ନୁହେଁ। ଏଥିପାଇଁ କେନ୍ଦ୍ରୀୟ ସ୍ତର ସହିତ ରାଜ୍ୟ ସ୍ତରରେ ନୀତି ଓ କାର୍ଯ୍ୟକୁ ଏହି ୩ଟି ମହତ୍ତ୍ବପୂର୍ଣ୍ଣ ଆହ୍ବାନରୁ ରକ୍ଷା ପାଇବା ଆବଶ୍ୟକ। ଖାଦ୍ୟ, ଅଭିବୃଦ୍ଧି ଓ କଲ୍ୟାଣ ପାଇଁ ଏହି ଆହ୍ବାନ ଉପରେ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଏକ ମଧ୍ୟମ ଅବଧି ଯୋଜନାର ଆବଶ୍ୟକତା ହୋଇଥାଏ। କୃଷିର ବିକାଶର ଆହ୍ବାନକୁ ଉପରୋକ୍ତ ୩ଟି ଆହ୍ବାନ ସହିତ ଯୋଡିବାକୁ ହେବ କାରଣ କୃଷି ଆୟ ଉପଭୋଗ ପାଇଁ ଗୁରୁତ୍ବପୂର୍ଣ୍ଣ।

ABOUT THE AUTHOR

...view details