ଓଡିଶା

odisha

ETV Bharat / bharat

ବାୟୁ ପ୍ରଦୂଷଣରେ ଲାଗିବ ରୋକ ! ନିର୍ମାଣ ହେବ ଦେଶର ପ୍ରଥମ ବାୟୋଗ୍ୟାସ ପ୍ଲାଣ୍ଟ - ନିର୍ମାଣ ହେବ ଦେଶର ପ୍ରଥମ ବାୟୋଗ୍ୟାସ ପ୍ଲାଣ୍ଟ

କରନାଲରେ ଦେଶର ପ୍ରଥମ ବାୟୋଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ । ସେନେଇ ଭୂମି ପୂଜନ ଶେଷ ହୋଇଛି । ଏହାଦ୍ବାରା ଚାଷୀ ମାନେ ଆଉ ନଡା ପୋଡିବାର ଆବଶ୍ୟକ ପଡିବ ନାହିଁ । ନଡା ପୋଡିବା ଦ୍ବାରା ଅତ୍ୟଧିକ ମାତ୍ରାରେ ବାୟୁପ୍ରଦୂଷଣ ହେଉଛି ଯାହାର ପ୍ରଭାବ ଏବେ ଦିଲ୍ଲୀ ସମେତ ପଞ୍ଜାବ ଓ ହରିୟାଣାରେ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Nov 4, 2019, 12:18 PM IST

ଚଣ୍ଡିଗଡ: ଏବେ ପ୍ରଦୂଷଣରେ ଲାଗିବ ରୋକ ! ହରିୟାଣାର କରନାଲରେ ନିର୍ମାଣ ହେବ ଦେଶର ପ୍ରଥମ ପରାଲୀରେ ବାୟୋଗ୍ଯାସ ପ୍ରସ୍ତୁତ ହେଉଥିବା ପ୍ଲାଣ୍ଟ । ଯାହାର ଭୂମି ପୂଜନ ଅକ୍ଟୋବର 18ରେ ହୋଇସାରିଛି । ଦେଶର ସବୁଠୁ ବଡ ସିଏନଜି ବିତରକ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡର ପ୍ରବନ୍ଧକ ନିର୍ଦ୍ଦେଶକ ପିଏସ ରଙ୍ଗନାଥନ କରିଛନ୍ତି ଭୂମି ପୂଜନ ।

କମ୍ପାନୀର ଅଧିକାରୀ ଅଙ୍କୁଶ ଜୈନ କହିଛନ୍ତି ଯେ, ବିଶେଷ ଯନ୍ତ୍ରପାତି ଦ୍ବାରା ଧାନର ନଡାକୁ କାଟି ଏକାଠି କରି ବିଡା ବନ୍ଧା ଯିବ । ଆଉ ଏହାକୁ ଗୋଟିଏ ସ୍ଥାନରେ ଏକାଠି ଗଦାକରି ରଖାଯିବ । ସଂରକ୍ଷିତ ରଖାଯାଇଥିବା ନଡା ଦ୍ବାରା ପ୍ଲାଣ୍ଟ ପୁରା ବର୍ଷ ଚାଲିବ । ଏଥିପାଇଁ କୃଷକଙ୍କୁ ନଡାର ଉଚିତ ମୂଲ୍ୟ ଦିଆଯିବ । ଏହି ପ୍ଲାଣ୍ଟର କ୍ଷମତା ଗୋଟିଏ ବର୍ଷରେ 20 ହଜାର ଏକର ଧାନର ନଡାକୁ ବାୟୋଗ୍ୟାସରେ ପରିବର୍ତ୍ତନ କରିପାରିବ ।

କମ୍ପାନୀ ଏହି ବାୟୋଗ୍ୟାସ ହରିୟାଣାର କରନାଲରେ କରିବ । ପ୍ଲାଣ୍ଟ ଆସନ୍ତା ମେ 2020 ଭିତରେ ପ୍ରସ୍ତୁତ ହୋଇଯିବ । ଶତତ ଯୋଜନା ଆଧାରରେ ଅଜୟ ବାୟୋଗ୍ୟାସ ଏନର୍ଜି ପ୍ରାଇଭେଟ ଲିମିଟେଡ ଏହାକୁ ନିର୍ମାଣ କରୁଛି । ମୁଖ୍ୟ କଞ୍ଚା ମାଲରେ ଧାନର ପରାଲି(ନଡା)କୁ ବ୍ୟବହାର କରାଯିବ । ଏହାର କ୍ଷମତା ପ୍ରତ୍ୟେକ ବର୍ଷ 40 ହଜାର ଟନ ପରାଲିରୁ ବାୟୋଗ୍ୟାସ ପ୍ରସ୍ତୁତ କରିବାର କ୍ଷମତା ରଖୁଛି । ଏଥିରୁ ପ୍ରସ୍ତୁତ ବାୟୋଗ୍ୟାସରେ ଘର, ଗାଡି ମୋଟର ଚାଳାଇବା, ଟ୍ରାକ୍ଟର ଓ ଅନ୍ୟ ଭାରି ଯନ୍ତ୍ର ସହିତ ଜେନେରେଟର ପାଇଁ ପ୍ରସ୍ତୁତ କରାଯିବ ।

ABOUT THE AUTHOR

...view details