ନୂଆଦିଲ୍ଲୀ: ପୂର୍ବ ଲଦାଖର ଚୁସୁଲରେ ଭାରତ -ଚୀନ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଯାଇଛି । ଏହି ଆଲୋଚନା ପ୍ରାୟ 14.05 ଘଣ୍ଟା ପର୍ଯ୍ୟନ୍ତ ଧରି ଚାଲିଥିଲା। ଏହି ବୈଠକ ମଙ୍ଗଳବାର ସକାଳ 11.30 ସମୟରୁ ଆରମ୍ଭ ହୋଇ ରାତି 2ଟା ରେ ଶେଷ ହୋଇଥିଲା ।
ସୂଚନା ମୁତାବକ, ଏହି ବୈଠକରେ ଉଭୟ ପକ୍ଷ ବାସ୍ତିବକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରୁ ସେନା ହଟାଇବାକୁ ଦ୍ବିତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଫିଙ୍ଗର ଅଞ୍ଚଳରୁ ତିକ୍ତତା କମ କରିବା ସହ ଅସ୍ତ୍ରଶସ୍ତ୍ରକୁ ହଟାଇବା ଉପରେ ଆଲୋଚନା କରାଯାଇଥିଲା ।
ଅଧିକାରୀ କହିଛନ୍ତି ଯେ, କର୍ପସ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଚତୁର୍ଥ ପର୍ଯ୍ୟାୟରେ ପୂର୍ବ ଲଦାଖର LAC ନିକଟରୁ ବହୁ ସାମରିକ ସ୍ଥାପନରୁ ବହୁ ସଂଖ୍ୟକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ହଟାଇବା ଉପରେ ଧ୍ୟାନ ଦିଆଯାଇଥିଲା।