ଓଡିଶା

odisha

ETV Bharat / bharat

ଉତ୍ତର ହିମାଚଳରେ ଏବର୍ଷର ପ୍ରଥମ ତୁଷାରପାତ

ଲାହୁଲ ସ୍ପିତିରେ ଆରମ୍ଭ ହେଲା ଚଳିତ ବର୍ଷର ପ୍ରଥମ ତୁଷାରପାତ । ଏହା ପ୍ରଭାବରେ ସମଗ୍ର ଉତ୍ତର ହିମାଚଳରେ ଶୀତ ଲହରି ପ୍ରଭାବ ଆରମ୍ଭ । ଅଧିକ ପଢନ୍ତୁ .....

ଉତ୍ତର ହିମାଚଳରେ ଏବର୍ଷର ପ୍ରଥମ ବରଫପାତ ସହ ଅନୁଭୂତ ହେଲା ଶୀତ ଲହରୀ
ଉତ୍ତର ହିମାଚଳରେ ଏବର୍ଷର ପ୍ରଥମ ବରଫପାତ ସହ ଅନୁଭୂତ ହେଲା ଶୀତ ଲହରୀ

By

Published : Oct 31, 2020, 9:47 PM IST

ସିମିଲା: ଉତ୍ତର ହିମାଚଳରେ ଶୀତ ଲହରୀ ଅନୁଭୂତ ଆରମ୍ଭ ହୋଇଯାଇଛି। ଶୀତର ମେରୁସ୍ଥଳ କୁହାଯାଉଥିବା ଲାହୁଲ ସ୍ପିତିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି । ଗତ ରାତିରେ ସେଠାରେ ପାଣିପାଗ ବଦଳିବା ସହ ହଠାତ ତୁଷାରପାତ ଆରମ୍ଭ ହୋଇଥିଲା । ଏମିତିକି ଆଜି (ଶନିବାର) ସକାଳ ପର୍ଯ୍ୟନ୍ତ ତୁଷାରପାତ ଜାରି ରହିଥିଲା । ପୂର୍ବାହ୍ନରେ ତୁଷାରପାତ ବନ୍ଦ ହୋଇଥିବା ଦେଖିବାକୁ ମିଳିଛି ।

ଉତ୍ତର ହିମାଚଳରେ ଏବର୍ଷର ପ୍ରଥମ ବରଫପାତ ସହ ଅନୁଭୂତ ହେଲା ଶୀତ ଲହରୀ

ଧଳା ବରଫର ଆସ୍ତରଣରେ ବରଫାବୃତ ପର୍ବତ ଶୃଙ୍ଗ ଗୁଡିକ ଖୁବ ଆକର୍ଷଣୀୟ ଲାଗୁଛି । କିନ୍ତୁ ଏହା ସ୍ଥାନୀୟ ଅଞ୍ଚଳର ତାପମାତ୍ରାକୁ ଅହେତୁକ ଭାବେ ହ୍ରାସ କରିଥିବାରୁ ସେଠାରେ ପ୍ରବଳ ଥଣ୍ଡା ଅନୁଭବ ହେବାରେ ଲାଗିଛି । ପ୍ରଭାବରେ ସମଗ୍ର ଉତ୍ତର ହିମାଚଳରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଛି । ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲା ମୁଖ୍ୟାଳୟ କେଲାଙ୍ଗରେ ପ୍ରାୟ 2 ଇଞ୍ଚ ତୁଷାରପାତ ହୋଇଥିବା ରେକର୍ଡ କରାଯାଇଛି । ଏହା ଛଡା ସମ୍ପୂର୍ଣ୍ଣ ଚନ୍ଦ୍ରା ଘାଟି ବରଫାବୃତ ହୋଇଛି । ତେଣୁ ଏବେ ପର୍ଯ୍ୟନ୍ତ ଘାଟିରେ ଯାତାୟତ ସ୍ବାଭାବିକ ହୋଇ ପାରିନଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details